କନକ ବ୍ୟୁରୋ : ଟୋକିଓରେ ବ୍ରୋଞ୍ଜ ପଦକରୁ ବଂଚିତ ହେଲା ଭାରତୀୟ ମହିଳା ହକି ଟିମ୍ । ୪-୩ ଗୋଲରେ ଜିତିଲା ଗ୍ରେଟ୍ ବ୍ରିଟେନ୍ । ହେଲେ ଖେଳ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲା ଭାରତୀୟ ଟିମ୍ । ଭାରତ ପକ୍ଷରୁ ଗୁରଜିତ କୌର ଦୁଇଟି ଓ ବନ୍ଦନା କଟାରିଆ ଗୋଟିଏ ଗୋଲ ଦେଇଥିଲେ । ପ୍ରଥମ କ୍ୱାର୍ଟରରେ କୌଣସି ଦଳ ଗୋଲ ଦେଇଥିନଥିଲେ । ଦ୍ୱିତୀୟ କ୍ୱାର୍ଟରେ ଆସିଥିଲା ୫ଟି ଗୋଲ ।

Advertisment

ଲଢୁଆ ପ୍ରଦର୍ଶନ କରି ଭାରତ ମହିଳା ହକି ଦଳ ହାରିବା ପରେ କାନ୍ଦି ପକାଇଥିଲେ ପୂର୍ବତନ ହକି ଖେଳାଳ ଦିଲ୍ଲୀପ ତିର୍କୀ । ଖେଳାଳିଙ୍କୁ ସେ ପ୍ରଂଶସା କରିଥିଲେ । ମହିଳା ଟିମ ଲଢୁଆ ପ୍ରଦର୍ଶନ କରିଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।