ରାଉରକେଲାରେ ବଦଳୁଛି ରାଜନୈତିକ ସମୀକରଣ । ବିଜେଡିରେ ମିଶିଲେ ଦିଲ୍ଲୀପଙ୍କ ସମର୍ଥକ

ରାଉରକେଲାରେ ବଦଳୁଛି ରାଜନୈତିକ ସମୀକରଣ ଚିତ୍ର

300

କନକ ବ୍ୟୁରୋ : ରାଉରକେଲାରେ ବଦଳୁଛି ରାଜନୈତିକ ସମୀକରଣ ଚିତ୍ର । ବିଜେଡିରେ ମିଶିଲେ ଦିଲ୍ଲୀପ ରାୟଙ୍କ ସମର୍ଥକ , ଶୁଭେଛୁ ଓ ଅନୁଗତ । ରାଉରକେଲା ବାସନ୍ତୀ କଲୋନୀରେ ହୋଇଛି ଏହି ମିଶ୍ରଣ ପର୍ବ । ପୂର୍ବତନ କାଉନସିଲରଙ୍କ ସମେତ ଶତାଧିକ ଲୋକ ବିଜେଡିରେ ମିଶିଛନ୍ତି । ରାଉରକେଲାର ପୂର୍ବତନ ବିଧାୟକ ସାରଦା ନାୟକ ଏହି ମିଶ୍ରଣ ପର୍ବରେ ଉପସ୍ଥିତ ରହି ନୂଆ କର୍ମୀଙ୍କୁ ସ୍ୱାଗତ କରିଥିଲେ ।

ଚଳିତ ବର୍ଷ ଦିଲ୍ଲୀପ ରାୟ ନିର୍ବାଚନ ଲଢୁ ନାହାନ୍ତି । ବିଜେପିରୁ ଇସ୍ତଫା ଦେବା ପରେ ଏଥର ଯିଏ ରାଉରକେଲାବାସୀଙ୍କ ବିକାଶ ପାଇଁ କାମ କରିବା ତାଙ୍କୁ ସମର୍ଥନ ଦେବେ ବୋଲି ସ୍ପଷ୍ଟ କରିଛନ୍ତି । ଏପରି ସ୍ଥିତିରେ ତାଙ୍କର ସମର୍ଥକ ବିଜେଡିରେ ମିଶିବା ପରେ ରାଉରକେଲାରେ ବିଜେଡି ଅଧିକ ଶକ୍ତିଶାଳୀ ହେବ ବୋଲି କୁହାଯାଉଛି ।