କନକ ବ୍ୟୁରୋ : ବିଧାୟକ ପଦରୁ ଇସ୍ତଫା ଦେଲେ ରାଉରକେଲା ବିଧାୟକ ଦିଲ୍ଲୀପ ରାୟ । ବିଧାନସଭାରେ ବାଚସ୍ପତିଙ୍କୁ ଭେଟି ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି ବିଜେପିର ଏହି ବିଧାୟକ । ଦୀର୍ଘ ଦିନ ଧରି ଚାଲିଥିବା କଳ୍ପନା ଜଳ୍ପନା ଆଉ ଦିଲ୍ଲୀପଙ୍କ ଭବିଷ୍ୟତ ରଣନୀତି ଚର୍ଚ୍ଚା ଭିତରେ ଆଜି ଆସିଛି ସବୁଠାରୁ ବଡ ଖବର । ଆଇଜିଏଚକୁ ସୁପର ସ୍ପେଶାଲିଟି ହସ୍ପିଟାଲ କରିବା ଏବଂ ବ୍ରାହ୍ମଣୀ ଉପରେ ଦ୍ୱିତୀୟ ସେତୁ ପ୍ରସଙ୍ଗକୁ ନେଇ ଦିଲ୍ଲୀପ ଲଗାତର ଭାବେ ନିଜ ଅସନ୍ତୋଷ ଜାହିର କରି ଆସୁଥିଲେ ।
ସେ ବିଧାୟକ ଥିବା ଯାଏଁ ଏହି କାମ ହୋଇ ପାରିବ ନାହିଁ ଲୋକଙ୍କ ଭିତରେ ଏକ ଧାରଣ ତିଆରି ହୋଇଥିବା ଦିଲ୍ଲୀପ କନକ ନ୍ୟୁଜକୁ ସୂଚନା ଦେଇଥିଲେ । ସେହିଭଳି ଜଣେ କ୍ଷମତାଶାଳୀ ନେତା ସୁନ୍ଦରଗଡରେ ବିଜେପି ଭଲ ପ୍ରଦର୍ଶନ କରୁ ଚାହୁଁନଥିବା ଦିଲ୍ଲୀପ ଅଭିଯୋଗ କରିଥିଲେ । ଦିଲ୍ଲୀପ ଖାଲି ବିଧାୟକ ପଦରୁ ଇସ୍ତଫା ଦେଇନାହାନ୍ତି ବରଂ କେନ୍ଦ୍ରୀୟ ନେତୃତ୍ୱଙ୍କ ନିକଟକୁ ଦଳରୁ ଇସ୍ତଫା ଦେଇଥିବା ନେଇ ଚିଠି ମଧ୍ୟ ଲେଖିଛନ୍ତି । ତେବେ ଆଗାକୁ ଦିଲ୍ଲୀପ ରାୟ କଣ ପଦକ୍ଷେପ ନେବେ ତାଉପରେ ନଜର ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/11/DILIP.jpg)