ନିମାପଡାରେ ଦିଲ୍ଲୀପ ନାୟକଙ୍କ ରୋଡ୍ ସୋ’ । ସାମିଲ ହେଲେ ଜଗତସିଂହପୁର ଲୋକସଭା ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକ ।

512

କନକ ବ୍ୟୁରୋ: ନିମାପଡ଼ାରେ ବିଜେଡି ପ୍ରାର୍ଥୀ ଦିଲ୍ଲୀପ ନାୟକଙ୍କ ଶକ୍ତି ପ୍ରଦର୍ଶନ । ନିମାପଡ଼ାରେ ବିରାଟ ରୋଡ୍ ସୋ’ କରିଛନ୍ତି ଦିଲ୍ଲୀପ । ଏଥିରେ ଜଗତସିଂହପୁର ଲୋକସଭା ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକ ସାମିଲ ହୋଇଥିଲେ । ହଜାର ହଜାର ସମର୍ଥକ ଓ କର୍ମୀଙ୍କ ସହ ରୋଡ୍ ସୋ’ କରିଥିଲେ ଦିଲ୍ଲୀପ ନାୟକ । ପ୍ରଥମେ ହରିପୁରଠାରେ ଦିଲ୍ଲୀପଙ୍କ ସମର୍ଥକ ଏକାଠି ହୋଇଥିଲେ । ସେଠାରୁ ଏକ ଶୋଭାଯାତ୍ରା ବାହାରିଥିଲା । ଏହି ଶୋଭାଯାତ୍ରା ଖେଲାର ଓ ରଟିଲୋ ଦେଇ ନିମାପଡ଼ାରେ ପହଞ୍ଚିଥିଲା । ସେଠାରେ ପଦଯାତ୍ରା କରିଥିଲେ ଦିଲ୍ଲୀପ । ଏହା ପରେ ରାଲି ବାହାରିଥିଲା । ଏହି ରାଲି ଗୋପ ବଜାରରେ ପହଞ୍ଚିବା ପରେ କର୍ମୀମାନେ ତାଙ୍କୁ ସ୍ୱାଗତ କରିଥିଲେ ।