ନିମୋନିଆରେ ଆକ୍ରାନ୍ତ ଅଭିନେତା ଦିଲ୍ଲୀପ କୁମାର

26

ନିମୋନିଆରେ ଆକ୍ରାନ୍ତ ଭେଟେରାନ ଅଭିନେତା ଦିଲ୍ଲୀପ କୁମାର । ମୁମ୍ବାଇ ଲୀଳାବତୀ ଡାକ୍ତରଖାନାରେ ଚାଲିଛି ଚିକିତ୍ସା । ତେବେ ଦିଲ୍ଲୀପଙ୍କ ପାଇଁ ଆଗାମୀ ୭୨ ଘଂଟା ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର । ଜ୍ୱର ଓ ବାନ୍ତି ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ଶ୍ୱାସ କ୍ରିୟାରେ ଅସୁବିଧା ଯୋଗୁଁ ତାଙ୍କର ବିଭିନ୍ନ ପ୍ରକାର ପରୀକ୍ଷା କରାଯାଇଥିଲା । ରିପୋର୍ଟରୁ ଜଣାପଡିଛି ଯେ, ସେ ନିମୋନିଆରେ ଆକ୍ରାନ୍ତ । ତେବେ ଏବେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ଆବଶ୍ୟକ ପଡିଲେ ଆଇସିୟୁରେ ରଖାଯିବ । ଗତକାଲି ରାତି ପ୍ରାୟ ୨ଟାରେ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଥିବା ସୂଚନା ଦେଇଛନ୍ତି ଲୀଳାବତୀ ହସ୍ପିଟାଲର ଡାକ୍ତର ଜଲିଲ ପାରକର । ୯୩ ବର୍ଷୀୟ ଦିଲ୍ଲୀପ କୁମାର ଅନେକ ଦିନ ହେଲା ଅସୁସ୍ଥ ଅଛନ୍ତି । ପୂର୍ବରୁ ଛାତିରେ ଯନ୍ତ୍ରଣା କାରଣରୁ ତାଙ୍କୁ ୨୦୧୩ ସେପ୍ଟେମ୍ବରରେ ଲୀଳାବତୀ ହସ୍ପିଟାଲରେ ଭର୍ତି କରାଯାଇଥିଲା । ହିନ୍ଦୀ ଫିଲ୍ମ ଜଗତରେ ଟ୍ରାଜେଡି କିଙ୍ଗ ଭାବେ ବେଶ ଜଣାଶୁଣା ଏହି ଲିଜେଣ୍ଡାରୀ ଆକ୍ଟର, ପ୍ରାୟ ୬ ଦଶନ୍ଧି ଧରି ବଲିଉଡରେ ରାଜ୍ କରିଥିଲେ । ୧୯୫୪ରେ ପ୍ରଥମ କରି ଫିଲ୍ମ ଫେୟାର ବେଷ୍ଟ ଆକ୍ଟର ଆୱାର୍ଡ ଆରମ୍ଭ ହୋଇଥିବା ବେଳେ ଦିଲ୍ଲୀପ କୁମାରକୁ ହିଁ  ବେଷ୍ଟ ଆକ୍ଟର ଆୱାର୍ଡ  ମିଳିଥିଲା । ୮ଥର ବେଷ୍ଟ ଆକ୍ଟର ଆୱାର୍ଡ ପାଇବାର ରେକର୍ଡ ଦିଲ୍ଲୀପଙ୍କ ନାଁରେ ରହିଛି, ୧୯୯୧ରେ ତାଙ୍କୁ ପଦ୍ମଭୂଷଣ ଓ ୧୯୯୪ରେ ଦାଦା ସାହେବ ଫାଲକେ ସମ୍ମାନ ପ୍ରଦାନ କରାଯାଇଛି ।