ବଲିଉଡ ଅଭିନେତା ଦିଲ୍ଲୀପ କୁମାର ଅସୁସ୍ଥ । ନିଶ୍ୱାସ ନେବାରେ ଅସୁବିଧା ହେବାରୁ ହସ୍ପିଟାଲରେ ଭର୍ତ୍ତି ।

236

କନକ ବ୍ୟୁରୋ: ବଲିଉଡ ଭେଟରାନ ଅଭିନେତା ଦିଲ୍ଲୀପ କୁମାରଙ୍କ ଅସୁସ୍ଥ ହୋଇପଡିଛନ୍ତି । ତାଙ୍କୁ ଆଜି ସକାଳେ ନିଶ୍ୱାସ ନେବାରେ ଅସୁବିଧା ଅନଭବ ହୋଇଥିଲା । ଏହାପରେ ତାଙ୍କୁ ସଙ୍ଗେସଙ୍ଗେ ମୁମ୍ବାଇର ପିଡି ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହସ୍ପିଟାଲରେ ଭର୍ତ୍ତି ହେବା ପରେ ଏବେ ତାଙ୍କ ଚିକିତ୍ସା ଜାରି ରହିଛି ।

କିଛି ମାସ ପୂର୍ବରୁ ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ଦିଲ୍ଲୀପ କୁମାରଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡିଥିଲା । ହେଲେ ପରେ ସେ ସୁସ୍ଥ ହୋଇ ଘରକୁ ଫେରି ଆସିଥିଲେ । ହେଲେ ଏବେ ପୁଣି ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଛି । ଗତବର୍ଷ ଦିଲ୍ଲୀପ କୁମାରଙ୍କୁ ଦୁଇ ଛୋଟ ଭାଇ ଅସଲମ ଖାନ ଓ ଏହସାନ ଖାନଙ୍କ କୋଭିଡରେ ମୃତ୍ୟୁ ହୋଇଥିଲା ।