କନକ ବ୍ୟୁରୋ : ବଲିଉଡ ଜଗତରୁ ଆସିଲା ଆଉ ଏକ ଦୁଃଖଦ ଖବର । ବଲିଉଡ ତଥା ଟେଲିଭିଜନ ଜଗତର ଜଣାଶୁଣା ଅଭିନେତା ରିୟୋ କପାଡିଆଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ଚକିତ କରିଛି । ମାତ୍ର ୬୬ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ରିୟୋ । ତେବେ ତାଙ୍କର କେଉଁ କାରଣରୁ ମୃତ୍ୟୁ ହୋଇଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ବଲିଉଡରେ ଜଣାଶୁଣା କଳାକାରଙ୍କ ସହ ରିୟୋ କାମ କରିଛନ୍ତି । ଅମୀର ଖାନ, ଶାହାରୁଖ ଖାନ୍ ଓ ରାନୀ ମୁଖାର୍ଜୀଙ୍କ ଭଳି ବଲିଉଡ ଅଭିନେତା ଓ ଅଭିନେତ୍ରୀଙ୍କ ସହ କାମ କରିଛନ୍ତି ରିୟୋ । ଆସନ୍ତାକାଲି ରିୟୋଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ ।

ହାପି ନ୍ୟୁ ଇୟର, ମର୍ଦ୍ଦାନି, ହମ୍ ହୈ ରାହି କାର କୈ, ମୁମ୍ବାଇ ମେରୀ ଜାନ୍, ଦିଲ୍ ଚାହାତା ହୈ ଭଳି ଫିଲ୍ମରେ କାମ କରିଛନ୍ତି ରିୟୋ । ସେହିଭଳି ସୁପରହିଟ୍ ଫିଲ୍ମ ଚକ୍ ଦେ ଇଣ୍ଡିଆରେ ମଧ୍ୟ ରିୟୋଙ୍କୁ ଦେଖିବାକୁ ମିଳିଥିଲା । ଏହାବାଦ୍ ଟିଭି ଜଗତରେ ମଧ୍ୟ ବେଶ କିଛି ସିରିଏଲରେ କାମ କରିଛନ୍ତି ରିୟୋ । ଲୋକପ୍ରିୟ ସିରିଏଲ ମହାଭାରତରେ ରିୟୋ ଅଭିନୟ କରିଥିଲେ ।