କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ଶଶି ଥରୁରଙ୍କୁ ଟକ୍କର ଦେବେ ଦିଗବିଜୟ ସିଂ, ଆସନ୍ତାକାଲି ଭରିବେ ନାମାଙ୍କନ

176

କନକ ବ୍ୟୁରୋ : କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ ଦଳର ଜାତୀୟ ଅଧ୍ୟକ୍ଷ ପଦ ପାଇଁ ହେବାକୁ ଯାଉଥିବା ନିର୍ବାଚନରେ ପ୍ରାର୍ଥୀ ହେବେ । ଏନେଇ ଆସନ୍ତା କାଲି ନାମାଙ୍କନର ଶେଷ ତାରିଖ ଥିବାରୁ ସେ କାଲି ନାମାଙ୍କନ ଭରିବେ ।

ଏନେଇ ସେ ଆଜି ଦିଲ୍ଲୀ ଯାଉଥିବା କଥଶ ଜଣାପଡିଛି । ହେଲେ ସେ ଅଧ୍ୟକ୍ଷ ପଦ ପାଇଁ ପ୍ରାର୍ଥୀ ହେଉଥିବା କଥା ସସ୍ପେନ୍ସ ରଖିଥିଲେ । ସେ କହିଛନ୍ତି କି ଏନେଇ ସେ କାହା ସହିତ ବି ଆଲୋଚନା କରି ନାହାଁନ୍ତି । କେବଳ ସେତିକି ନୁହେଁ ଦଳର ହାଇକମାଣ୍ଡଙ୍କ ଠାରୁ ମଧ୍ୟ ଅନୁମତି ନେଇ ନଥିବା କଥା ସେ କହିଛନ୍ତି ।

ହେଲେ ଥରେ ମଜାରେ ମଜାରେ ଦିଗବିଜୟ ସିଂ କହିଥିଲେ ମୋତେ ପ୍ରତିଯୋଗିତାରୁ କାହିଁକି ବାହାରେ ରଖାଯାଇଛି । ଏବେ ଦିଗବିଜୟ ସିଂ ଭାରତ ଯୋଡ ଯାତ୍ରା କ୍ରମରେ ରାହୁଲ ଗାନ୍ଧୀଙ୍କ ସହ କେରଳରେ ଅଛନ୍ତି । ଆଜି ରାତିରେ ସେ ଦିଲ୍ଲୀ ପହଂଚିବେ ବୋଲି କୁହାଯାଇଛି । ହେଲେ ଏବେ ବି ସେ କହିଛନ୍ତି କି ଯଦି ଦଳର ହାଇକମାଣ୍ଡ ତାଙ୍କୁ ଅନୁମତି ଦିଅନ୍ତି ତେବେ ସେ ନିଶ୍ଚିନ୍ତ ନିର୍ବାଚନ ଲଢିବେ ।

ସେପଟେ ଶଶି ଥରୁର ମଧ୍ୟ ନିର୍ବାଚନ ଲଢୁଥିବା କଥା କୁହାଯାଉଛି । ଏଭଳି ହେଲେ ଦିଗବିଜୟ ସିଂଙ୍କର ସିଧାସଳଖ ଲଢେଇ ଶଶି ଥରୁରଙ୍କ ସହ ହେବ । ସେପଟେ ୭୫ ବର୍ଷିୟ ମଧ୍ୟପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ ଅଶୋକ ଗେହଲଟଙ୍କ ଭଳି ଗାନ୍ଧୀ ପରିବାରର ଅତି ନିକଟତର ବୋଲି କୁହାଯାଏ । ସେପେଟେ ଗାନ୍ଧୀ ପରିବାରର ଅନ୍ୟ ନିକଟତ ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ସୋମବାର ଦିନ ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି । ହେଲେ ସେ ନିର୍ବାଚନ ଲଢୁ ନଥିବା କଥା ସ୍ପଷ୍ଟ କରିଛନ୍ତି ।