କନକ ବ୍ୟୁରୋ : ସୋମବାର ଭାରତ ଯୋଡ ଯାତ୍ରା ବେଳେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ ସର୍ଜିକାଲ ଷ୍ଟ୍ରାଇକୁ ନେଇ ପ୍ରଶ୍ନ ଉଠାଇଥିଲେ । ଯଦିଓ କଂଗ୍ରେସ ଏହାକୁ ତାଙ୍କର ବ୍ୟକ୍ତିଗତ ମତ ବୋଲି କହିଥିଲା କିନ୍ତୁ ଶାସକ ଦଳ ବିଜେପି ଏହା କଂଗ୍ରେସର ଅଭିମୁଖ୍ୟ ବୋଲି କହିଛି । ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ଦିଗବିଜୟ ପ୍ରଶ୍ନ ଉଠାଇଛନ୍ତି । ବିବାଦ ବଢୁଥିବା ଦେଖି ମଙ୍ଗଳବାର ରାହୁଲ ଗାନ୍ଧୀ ଡେମେଜ କଂଟ୍ରୋଲ ପାଇଁ ସାମ୍ନାକୁ ଆସିଛନ୍ତି । ଆଉ କହିଛନ୍ତି, ଏହା ତାଙ୍କର ବ୍ୟକ୍ତିଗତ ମତ, ଏହା ଦଳର ନୁହେଁ । ଦେଶର ସେନା ତାର କାର୍ଯ୍ୟ ଭଲ କରୁଛି । ଏପଟେ ଦଳର ଆଭିମୁଖ୍ୟ ଦେଖି ଦିଗବିଜୟ ନରମିଛନ୍ତି ।

Advertisment

ଦିଗବିଜୟ ସିଂଙ୍କ ସର୍ଜିକାଲ ଷ୍ଟାଇକକୁ ନେଇ ବିବାଦିୟ ମନ୍ତବ୍ୟ ରଖିବା ପରେ ବିଜେପି ସେହି ରଣନୀତି ଆପଣାଇଛି ଯେଉଁ ରଣନୀତି ଆପଣାଇ ୨୦୧୯ ସାଧାରଣ ନିର୍ବାଚନରେ ସଫଳ ହୋଇଥିଲା । ଆଗକୁ ୨୦୨୪ ନିର୍ବାଚନ, ଏହା ପୂର୍ବରୁ ୯ ରାଜ୍ୟର ବିଧାନସଭା ନିର୍ବାଚନ ରହିଛି । ବାରମ୍ବାର କଂଗ୍ରେସ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରୁଥିବା ବେଳେ ଏହି ବୟାନକୁ ନେଇ ବିଜେପି କଂଗ୍ରେସକୁ ଘେରିଛି । ଏପଟେ ଏହି ବୟାନକୁ ନେଇ ଜମ୍ମୁ କଶ୍ମୀର ସହ ଅନ୍ୟ କେତକ ସ୍ଥାନରେ ବିକ୍ଷୋଭ ପଦର୍ଶନ କରଯାଇଛି । ଲୋକେ ପୋଡାଜଳା କରି ପ୍ରତିବାବ କରୁଥିବାର ଚିତ୍ର ମଧ୍ୟ ସାମ୍ନାକୁ ଆସିଛି ।

ଭାରତ ଯୋଡ ଯାତ୍ରାକୁ ନେଇ ପରୋକ୍ଷରେ ପ୍ରଧାନମନ୍ତ୍ରୀ ବିଜେପିର ଜାତୀୟ କାର୍ଯ୍ୟକାରିଣୀରେ ସତର୍କ କରାଇଥିଲେ । କେଉଁଠି ନାଁ କେଉଁଠି ରାହୁଲଙ୍କ ଏହି ଯାତ୍ରା ଦଳ ସପକ୍ଷରେ ଏକ ଅନୁକୁଳ ବାତାବରଣ ସୃଷ୍ଟି କରୁଥିଲା । ଏହି ସମୟରେ ଦିଗବିଜୟଙ୍କ ବୟାନ କଂଗ୍ରେସକୁ ପଛରେ ପକାଇଦେଇଛି ।