ଭୋଟ୍ ଦେଇପାରିଲେନି ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ । ମତଦାନ ସାବ୍ୟସ୍ତ କରିନପାରିବାରୁ କଲେ ଦୁଃଖପ୍ରକାଶ ।

352

କନକ ବ୍ୟୁରୋ : ଆଜି ୨୦୧୯ ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ଶେଷ ହୋଇଛି ଭୋଟ୍ ଗ୍ରହଣ । ଆଉ ଗଣତନ୍ତ୍ରର ଏହି ମହାପର୍ବରେ କଂଗ୍ରେସ ପ୍ରାର୍ଥୀ ତଥା ଦଳର ବରିଷ୍ଠ ନେତା ଦିଗ୍‌ବିଜୟ ସିଂହ ଗଣତନ୍ତ୍ରର ପର୍ବରେ ତାଙ୍କର ମତ ସାବ୍ୟସ୍ତ କରିପାରିନାହାନ୍ତି । ଦିଗ୍‌ବିଜୟ ସିଂହ ଭୋଟ୍‌ ଦେଇ ନପାରିଥିବା କାରଣ ରୁ ଅନୁତାପ କରୁଛନ୍ତି ବୋଲି ଗଣମାଧ୍ୟମ ପ୍ରତିନିଧୀଙ୍କୁ ନିଜର ମତ ଦେଇ କହିଛନ୍ତି ।

ସେ ନିଜର ମତ ରଖି କହିଛନ୍ତି, ‘ ହଁ ମୁଁ ଭୋଟ୍‌ ଦେବା ପାଇଁ ରାଜଗଡ଼ ଯାଇପାରିଲି ନାହିଁ ଏବଂ ଏଥିପାଇଁ ମୁଁ ଅନୁତପ୍ତ । ଆଗାମୀ ଥର ମୁଁ ମୋ ନାମ ଭୋପାଳରୁ ପଞ୍ଜିକୃତ କରିବି ।’ ଆଜି ସକାଳୁ ସେ ଭୋଟ୍‌ ପାଇଁ ରାଜଗଡ଼ ଯିବେ ବୋଲି କହିଥିଲେ । ସେ ରାଜଗଡ଼ ଯାଇ ଭୋଟ ଦେବାକୁ ଚେଷ୍ଟା କରିବେ ବୋଲି କହିିଥିଲେ ମଧ୍ୟ ଯାଇନପାରିଥିବା କାରଣରୁ ଖୁବ୍‌ ଅନୁତାପ କରୁଥିବା ଜଣାଇଛନ୍ତି ।