କନକ ବ୍ୟୁରୋ : ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂଙ୍କ ବିବାଦୀୟ ବୟାନ । ବିଜେପି ଓ ଆରଏସଏସକୁ ଟାର୍ଗେଟ କରିବା ସହ ସରସ୍ୱତୀ ଶିଶୁ ମନ୍ଦିରର ପାଠପଢାକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି ଦିଗବିଜୟ । ସରସ୍ୱତୀ ଶିଶୁ ମନ୍ଦିରରେ ପିଲାଙ୍କ ମନରେ ଛୋଟବେଳୁ ଅନ୍ୟ ଧର୍ମ ବିରୋଧରେ ଘୃଣାଭାବ ଭରି ଦିଆଯାଉଛି । ଆଉ ଏହି ଘୃଣାଭାବ ପରବର୍ତ୍ତୀ ସମୟରେ ଦେଶର ସାଂପ୍ରଦାୟିକ ସଦଭାବରେ ବାଧା ସୃଷ୍ଟି କରିଥାଏ । ଏହାଦ୍ୱାରା ସାଂପ୍ରଦାୟିକ ସ୍ଥିତି ସୃଷ୍ଟି ହେବା ସହ ଦେଶରେ ଦଙ୍ଗା ଭଳି ଘଟଣା ଦେଖିବାକୁ ମିଳିଥାଏ । ଶନିବାର ଭୋପାଳରେ କେନ୍ଦ୍ର ସରକାରଙ୍କ ବିରୋଧରେ ହେଉଥିବା ପ୍ରଦର୍ଶନ ସମୟରେ ଏଭଳି ବିବାଦୀୟ ବୟାନ ରଖିଛନ୍ତି ଦିଗବିଜୟ ସିଂ । ଏପରିକି ବିଜେପି ଓ ଆରଏସଏସର ବିଚାରଧାରା ବିରୋଧରେ ଲଢେଇ କରିବାକୁ ଏହା ପ୍ରକୃତ ସମୟ । ତେଣୁ ସମସ୍ତଙ୍କୁ ଏକାଠି ହେବାକୁ ପଡିବ । ଦିଗବିଜୟ କହିଛନ୍ତି, ଆମର ଲଢେଇ ସେହି ବ୍ୟକ୍ତିଙ୍କ ବିରୋଧରେ ଯେଉଁମାନେ ସରସ୍ୱତୀ ଶିଶୁ ମନ୍ଦିରରେ ପିଲାଙ୍କ ମନରେ ଅନ୍ୟ ଧର୍ମ ପ୍ରତି ଘୃଣା ଓ ବିଦ୍ୱେଷ ଭାବେ ଭରୁଛନ୍ତି । ଆଉ ଏହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି ।
#DigvijayaSingh ने सरस्वती शिशु मंदिर को बताया नफरत का बीज बोने का स्थान, देखें वीडियो pic.twitter.com/MmUHA7CHjD
— Hindustan (@Live_Hindustan) September 26, 2021
ଦିଗବିଜୟଙ୍କ ଏହି ବୟାନ ଆସିବା ପରେ ବିଜେପି କଡା ପ୍ରତିକ୍ରିୟା ଦେଇଛି । ବିଜେପି ରାଷ୍ଟ୍ରୀୟ ମହାସଚିବ କୈଳାଶ ବିଜୟବର୍ଗୀୟ ଟ୍ୱିଟ୍ କରି କହିଛନ୍ତି, ସରସ୍ୱତୀ ମନ୍ଦିର ଦେଶଭକ୍ତିର ପାଠଶାଳା । ଏଠାରେ ପିଲାମାନେ ପ୍ରାର୍ଥନା କରନ୍ତି । ତେଣୁ ମତିଭ୍ରମ ହୋଇଥିବା ବ୍ୟକ୍ତି ହିଁ ଏହା ଉପରେ ଆଙ୍ଗୁଠି ଉଠାନ୍ତି । ଏହାସହ କୈଳାଶ ଲେଖିଛନ୍ତି, ଆତଙ୍କବାଦୀ ଓସାମାଙ୍କ ନାଁ ଆଗରେ ଜୀ ଲଗାଇବା, ଆତଙ୍କୀ ଜାକିର ନାଏକଙ୍କୁ ଶାନ୍ତିଦୂତ କହିବା, ବାଟଲା ହାଉସ୍ ଏନକାଉଣ୍ଟରକୁ ମିଛ କହିବା ସହ ସହିଦ ଇନସପେକ୍ଟର ମୋହନ ଶର୍ମାଙ୍କୁ ଅପମାନିତ କରିବା, ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ମାଗିବା । ଏହା କଂଗ୍ରେସର କେଉଁ ପାଠଶାଳାରେ ପଢାଯାଉଛି, ତାହା ଦେଶବାସୀ ଜାଣିବାକୁ ଚାହୁଁଛନ୍ତି ବୋଲି ଦିଗବିଜୟଙ୍କୁ ପ୍ରଶ୍ନ କରିଛନ୍ତି ।
.@digvijaya_28 जी
आतंकवादी ओसामा के नाम के साथ 'जी' लगाना, आतंकी जाकिर नाईक को 'शांतिदूत' बताना,बटाला हॉउस एनकाउंटर को झूठा बोलकर इंस्पेक्टर मोहन शर्मा की शहादत को अपमानित करना,सर्जिकल स्ट्राइक के सबूत मांगना,ये सब @INCIndia की किस पाठशाला में पढाया जाता है❓
देश जानना चाहता है
— Kailash Vijayvargiya (@KailashOnline) September 26, 2021
ସେହିଭଳି ବିଜେପି ବିଧାୟକ ରାମେଶ୍ୱର ଶର୍ମା କହିଛନ୍ତି, ଦିଗବିଜୟଙ୍କୁ ମଦ୍ରାସା ବାବଦରେ କହିବାର ଆବଶ୍ୟକତା ରହିଛି, ଯେଉଁଠି ଆତଙ୍କବାଦୀଙ୍କୁ ସୃଷ୍ଟି କରାଯାଉଛି । ବନ୍ଦ କରିବାର ଅଛିି ତ ମଦ୍ରାସାକୁ ବନ୍ଦ କର, ଯେଉଁଠାରୁ ବିଚ୍ଛିନ୍ନତାବାଦୀ ସୃଷ୍ଟି ହେଉଛନ୍ତି । ସରସ୍ୱତୀ ଶିଶୁ ମନ୍ଦିରରେ ତ ରାଷ୍ଟ୍ରପ୍ରେମ, ଧର୍ମପ୍ରେମ, ସ୍ନେହଭାବ, ବନ୍ଧୁତ୍ୱ ଓ ଭଲପାଇବା ଶିଖାଯାଇଥାଏ । ସରସ୍ୱତୀ ଶିଶୁ ମନ୍ଦିରକୁ ନେଇ ଦିଗବିଜୟଙ୍କ ଏଭଳି ମନୋଭାବ ଆପତ୍ତିଜନକ ।