ମଧ୍ୟ ପ୍ରଦେଶରେ କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ ନିଜ ପ୍ରତିଦ୍ୱନ୍ଦ୍ୱୀ ଓ ବିଜେପି ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କୁ ଟାର୍ଗେଟ କରି କହିଛନ୍ତି, “ସେ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ମୁଖ୍ୟ ମାସୁଦ ଅଜହରକୁ ଅଭିଶାପ ଦେଇଥିଲେ, ସର୍ଜିକାଲ ଷ୍ଟ୍ରାଇକ କରିବାକୁ ପଡିନଥାନ୍ତା । ”
ମଧ୍ୟ ପ୍ରଦେଶର ରାଜଧାନୀ ଭୋପାଳରେ ଶନିବାର ଦିନ ଏକ ଜନସଭାକୁ ସମ୍ବୋଧନ କଲାବେଳେ ଦିଗବିଜୟ ସିଂହ କହିଛନ୍ତି କି, “ପ୍ରଜ୍ଞା ଠାକୁରଙ୍କ କହିବାନୁସାରେ, ସେ ଏଟିଏସ ପ୍ରମୁଖ ହେମନ୍ତ କରକରେଙ୍କୁ ଅଭିଶାପ ଦେଇଥିଲେ । ଯଦି ସେ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ପ୍ରମୁଖ ମାସୁଦ ଅଜହରକୁ ମଧ୍ୟ ଅଭିଶାପ ଦେଇଥାନ୍ତେ, ତେବେ ସର୍ଜିକାଲ ଷ୍ଟ୍ରାଇକର ଆବଶ୍ୟକତା ପଡିନଥାନ୍ତା ।”
ଦିଗବିଜୟ ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଟାର୍ଗେଟ କରି କହିଛନ୍ତି କି “ପ୍ରଧାନମନ୍ତ୍ରୀ କହିଥିଲେ ଯଦି ଆତଙ୍କବାଦୀ ନର୍କରେ ମଧ୍ୟ ଲୁଚିଥିବେ, ତେବେ ମଧ୍ୟ ତାଙ୍କୁ ଛଡାଯିବ ନାହିଁ । ହେଲେ ଦେଶରେ ଯେବେ ପୁଲୱାମା, ପଠାନକୋଟ ଓ ଉରି ଆକ୍ରମଣ ହୋଇଥିଲା ତେବେ ସେ କେଉଁଠି ଥିଲେ । ସେତେବେଳେ ସେ ଏଭଳି ଆକ୍ରମଣରୁ ମୁକ୍ତି ପାଇବାକୁ ସକ୍ଷମ କାହିଁକି ନଥିଲେ ?”
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/04/pragya_1_4469197_835x547-m.jpg)