କୋଏମ୍ବାଟୁରରେ ଡିଆଇଜିଙ୍କ ସହେନ୍ଦଜନ ମୃତ୍ୟୁ। ସୁରକ୍ଷାକର୍ମୀଙ୍କଠୁ ପିସ୍ତଲ ଆଣି ନିଜକୁ ମାରିଲେ ଗୁଳି

139

କନକ ବ୍ୟୁରୋ: ଡିଆଇଜି ସି ବିଜୟ କୁମାର । ତାମିଲନାଡ଼ୁର କୋଇମାଟୁର ରେଞ୍ଜ ଡିଆଇଜି ଭାବେ କାର୍ଯ୍ୟରତ ଥିଲେ ସି ବିଜୟ କୁମାର । ୬ ତାରିଖ ସକାଳେ ନିଜ କ୍ୟାମ୍ପ ଅଫିସରେ ନିଜ ମୁଣ୍ଡକୁ ଗୁଳି ମାରି ଆତ୍ମହତ୍ୟା କରିଛନ୍ତି ବିଜୟ କୁମାର । ମିଳିଥିବା ସୂଚନା ଅନୁଯାୟୀ ବିଜୟକୁମାର ଗୁରୁବାର ସକାଳୁ ଉଠିବା ପରେ ସକାଳ ବୁଲାରେ ଯାଇଥିଲେ । ସକାଳ ପ୍ରାୟ ୬ ଟା ୪୫ ମିନିଟ୍ ସମୟରେ ଅଫିସକୁ ଆସିବା ପରେ ତାଙ୍କ ପିଏସଓଙ୍କୁ ତାଙ୍କ ବନ୍ଧୁକ ଆଣିବାକୁ କହିଥିଲେ ଡିଆଇଜି ବିଜୟ କୁମାର । ପିଏସଓ ବନ୍ଧୁକ ଦେଇ ଯିବାର କିଛି ସମୟ ପରେ ନିଜକୁ ଗୁଳି କରିଦେଇଥିଲେ ଡିଆଇଜି । ପରେ ଅଫିସରେ ଥିବା ଅନ୍ୟ କର୍ମଚାରୀମାନେ ଉପରିସ୍ଥ ଅଧିକାରୀଙ୍କୁ ଏ ସମ୍ପର୍କରେ ଜଣାଇଥିଲେ । ତେବେ କିଛି ସପ୍ତାହ ହେବ ସେ ଠିକରେ ଶୋଇପାରୁନଥିଲେ ଓ କୌଣସି ମାନସିକ ଚିନ୍ତାରେ ଥିବା ଜଣାପଡିଛି ।

ମାନସିକ ଚାପରେ ରହୁଥିବା ନେଇ ସହକର୍ମୀଙ୍କୁ କହୁଥିଲେ ବିଜୟ କୁମାର । କିନ୍ତୁ କ’ଣ ପାଇଁ ଏଭଳି ଆତ୍ମହତ୍ୟା କଲେ ସେନେଇ କିଛି ସ୍ପଷ୍ଟ ସୂଚନା ମଳିପାରିନାହିଁ । ମୃତଦେହକୁ ଜବତ କରାଯାଇ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ଘଟଣାରେ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ ଦୁଃଖ ପ୍ରକାଶ କରିଛନ୍ତି ।