ଅନଲାଇନ୍ ଟ୍ରାନଜାକ୍ସନ ଫେଲ୍ ହେଲେ ଗ୍ରାହକଙ୍କୁ ମିଳିବ କ୍ଷତିପୂରଣ ! ଅଣବ୍ୟାଙ୍କିଂ ସଂସ୍ଥା ପାଇଁ ବି ଲାଗୁ ହେବ ଏହି ନିୟମ

Advertisment
ଅନଲାଇନ୍ ଟ୍ରାନଜାକ୍ସନ ଫେଲ୍ ହେଲେ ଗ୍ରାହକଙ୍କୁ ମିଳିବ କ୍ଷତିପୂରଣ ! ଅଣବ୍ୟାଙ୍କିଂ ସଂସ୍ଥା ପାଇଁ ବି ଲାଗୁ ହେବ ଏହି ନିୟମ

କନକ ବ୍ୟୁରୋ: ଡିଜିଟାଲ କାରବାର ବିଫଳ ହେଲେ ବ୍ୟାଙ୍କ ଗୁଡ଼ିକ ଗ୍ରାହକଙ୍କୁ ଜରିମାନା ପ୍ରଦାନ କରିବେ। ଏହି ବିଫଳ କାରବାରରୁ ଅର୍ଥ ଫେରସ୍ତ ପାଇଁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଧାର୍ଯ୍ୟ ହୋଇଥିବା ସମୟ ସୀମା ମଧ୍ୟରେ ଯଦି ଟଙ୍କା ନଫେରେ ତାହେଲେ ବ୍ୟାଙ୍କ ଦିନକୁ ୧୦୦ ଟଙ୍କା ଲେଖାଏଁ ଜରିମାନା ଗଣିବ। ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରସ୍ତୁତ ଏକ ନୂଆ ଢାଞ୍ଚାରେ ଏହି ବ୍ୟବସ୍ଥା ରହିଛି। ଉକ୍ତ ନିୟମ ଅଣବ୍ୟାଙ୍କିଂ ସଂସ୍ଥା ପାଇଁ ବି ଲାଗୁହେବ।

publive-image

ତେବେ ଟଙ୍କା ପ୍ରେରଣ ଏବଂ ଗ୍ରହଣ ଭାରତ ଭିତରେ ହେବା ଆବଶ୍ୟକ। ଅନେକ ଥର ଏହା ଦେଖିବାକୁ ମିଳିଥାଏ, ଟଙ୍କା ଯାହା ପାଖକୁ ପଠାଯାଇଥାଏ ତାହା ତାଙ୍କ ଆକାଉଣ୍ଟରେ ଟଙ୍କା ଜମା ହୋଇ ନଥାଏ। କିନ୍ତୁ ଟଙ୍କା ପଠାଉଥିବା ବ୍ୟକ୍ତିର ଆକାଉଣ୍ଟରୁ ଅର୍ଥ କଟି ଯାଇଥାଏ। ଏସବୁ ବିଫଳ କାରବାର ପାଇଁ ଟଙ୍କା ପଠାଉଥିବା ବ୍ୟକ୍ତିର ଆକାଉଣ୍ଟରେ ଟଙ୍କା ଜମା ହେବା ନେଇ ରିଜର୍ଭ ବ୍ୟାଙ୍କ ଏକ ସମୟସୀମା ଧାର୍ଯ୍ୟ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe