କୁମ୍ଭ ମେଳାରେ ଡିଜିଟାଲ ଇଣ୍ଡିଆର ପ୍ରଭାବ : ପ୍ରୟାଗରାଜ କୁମ୍ଭ ମେଳାରେ ଦେଖିବାକୁ ମିଳୁଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ଡିଜିଟାଲ ଇଣ୍ଡିଆର ପ୍ରଭାବ

106

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାରତ ଏବେ ଡିଜିଟାଲ ହେଉଛି । ଏହାର ସବୁଠାରୁ ଭଲ ପ୍ରଭାବ ପ୍ରୟାଗରାଜ କୁମ୍ଭ ମେଳାରେ ଦେଖିବାକୁ ମିଳିଛି । ଆହ୍ଲାବାଦ କଲେଜର ବାଣିଜ୍ୟ ସ୍ନାତକ ଦ୍ୱିତୀୟ ବର୍ଷର ଛାତ୍ର ଧର୍ମେନ୍ଦ୍ର ଜାପାନରୁ ଆଣିଥିବା ପୋର୍ଟେବୁଲ ଡିଜିଟାଲ ପ୍ରିଣ୍ଟର ଏଠାକୁ ଆଣି ଫଟୋ ଉଠାଇ ସମସ୍ତଙ୍କୁ ଖୁସି କରୁଛି । ଯେଉଁଠି ଆଜିର ସମୟରେ ମୋବାଇଲ ଫୋନର କ୍ୟାମେରା ସାଧାରଣ କିମ୍ବା ଡିଜିଟାଲ କ୍ୟାମେରା ପାଖାପାଖି ପୁରୁଣା ହୋଇଯାଇଛି । ସେଇଠି ପ୍ର୍ରୟାଗରାଜ କୁମ୍ଭରେ ଧର୍ମେନ୍ଦ୍ରଙ୍କ ଜାପାନୀ ଡିଜିଟାଲ ପ୍ରିଣ୍ଟର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଏବଂ ଡିଜିଟାଲ ଓ ସ୍ମାର୍ଟ ଇଣ୍ଡିଆର ପ୍ରଚାର ମଧ୍ୟ ହେଉଛି ।

ଏଠି ରଙ୍ଗୀନ ବସ୍ତ୍ରଧାରୀ ଲୋକଙ୍କୁ ଦେଖିବାକୁ ମିଳୁଛି । ସେଭଳି ବସ୍ତ୍ରରେ ପୁଲିସମାନେ ବି ଦେଖିବାକୁ ମିଳିଛନ୍ତି । ଏହି ମାଉଣ୍ଟେଡ ପୁଲିସ ପ୍ରୟାଗରାଜ ଆସିଛନ୍ତି । ଲଖନଉରୁ ପୁଲିସ ସୁରକ୍ଷା ଯାଂଚ କରୁଛି । ଏହି ମେଳାରେ ପୁଲିସ ଆକର୍ଷଣୀୟ ଦେଖାଯାଉଛି ।

କୁମ୍ଭ ମେଳା ବନିଲା ଛୋଟ ଭାରତ : ପ୍ରୟାଗରାଜର କୁମ୍ଭ ମେଳା ଛୋଟ ଭାରତ ବନିଯାଇଛି । ଏପର୍ଯ୍ୟନ୍ତ ପାଖାପାଖି ୭ କୋଟି ଶ୍ରଦ୍ଧାଳୁ ଏଠିକି ଆସିଛନ୍ତି । ଏବଂ ଏହା ମଧ୍ୟରେ ସାଢ଼େ ୪ହଜାର ଲୋକ ନିଜ ପରିଜନଙ୍କ ଠାରୁ ହଜିଯାଇଛନ୍ତି ।