କ’ଣ ସତରେ ସରକାର ଜାରି କରିବେ ଡ଼ିଜିଟାଲ୍ ଆଇଡି କାର୍ଡ ? ଆଧାର,ପାନ୍ , ଡିଏଲ୍ ,ଭୋଟର୍ ଆଇଡି କାର୍ଡ ସାଙ୍ଗରେ ନଧରି ଗୋଟିଏ କାର୍ଡ ଦେଖାଇଲେ ହେବ ସବୁ କାମ? 

234

ଭାରତର ପ୍ରତ୍ୟେକଟି ଲୋକ ନିଜ ପକେଟରେ ଆଧାର କାର୍ଡ,ପାନ୍ କାର୍ଡ , ଡିଏଲ୍ ,ଭୋଟର୍ ଆଇଡି କାର୍ଡ ଭଳି ଆହୁରି ଅନେକ କାର୍ଡ ଧରି ବୁଲିଥାଏ । ଆଜିର ସମୟରେ କେତେବେଳେ ,କେଉଁଠି ଏବଂ କେଉଁ ସମୟରେ ଏହି କାର୍ଡର ଆବଶ୍ୟକତା ପଡିଯିବ ତାହା କେହି କହିପାରିବେନି । ତେବେ ପକେଟ୍ ଭାରି ହେଉ ପଛେ ଅସୁବିଧାରୁ ବଂଚିବା ପାଇଁ ସମସ୍ତଙ୍କ ପାଖରେ ସବୁ କାର୍ଡ ଉପଲବ୍ଧ ରହିଥାଏ । କିନ୍ତୁ ଖୁବଶୀଘ୍ର ଆପଣଙ୍କ ଏହି ସମସ୍ୟାର ସମାଧାନ କରିବାକୁ ଯାଉଛନ୍ତି ସରକାର । ଏବେ ଆପଣଙ୍କୁ ଆଉ ମେଞ୍ଚେ କାର୍ଡ ଧରି ବୁଲିବାକୁ ପଡିବନାହିଁ ସବୁ କାର୍ଡର କାମ କରିବ ଗୋଟିଏ ଡିଜିଟାଲ୍ କାର୍ଡ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ନିକଟରେ ଏନେଇ ଇଙ୍ଗିତ କରି କହିଥିଲେ ଯେ ପୁରା ଦେଶରେ କେବଳ ଗୋଟିଏ କାର୍ଡର ବ୍ୟବସ୍ଥା ଚାଲିବ ଯାହା ସବୁ କାର୍ଡର କାମ କରିବ ।

କ’ଣ ଯୋଜନା କରୁଛନ୍ତି ସରକାର ? 

ସବୁ କାର୍ଡକୁ ଗୋଟିଏ କାର୍ଡରେ ରିପ୍ଲେସ୍ କରିବା ପାଇଁ ସରକାର ଏବେ ଯୋଜନା କରୁଛନ୍ତି । ସରଳ ଭାଷାରେ କହିବାକୁ ଗଲେ ଗୋଟିଏ କାର୍ଡରେ ଏବେ ଆପଣ ସବୁ ପ୍ରକାର ଲାଭ ଉଠାଇପାରିବେ । ତେବେ ଏଥିପାଇଁ କିଛି ଗାଇଡଲାଇନ୍ ମଧ୍ୟ ରହିବ । ଏହି ସବୁ କାର୍ଡକୁ ନ୍ୟାସନାଲ୍ ପପୁଲେସନ୍ ରେଜିଷ୍ଟର ଜରିଆରେ ଗୋଟିଏ ପ୍ଲାଟଫର୍ମରେ ଆଣିବା ପାଇଁ ବିଚାର କରାଯାଉଛି । ବିଦେଶରେ ମଧ୍ୟ ଏଭଳି ବ୍ୟବସ୍ଥାର ପ୍ରଚଳନ ହେଉଛି । ତେବେ ଏଥିପାଇଁ ଇଲେକ୍ଟ୍ରୋନିକ୍ ଡାଟାବେସ୍ ପ୍ରସ୍ତୁତ କରିବାକୁ ପଡିବ ।

ଏଥିରେ ଲାଭ କ’ଣ ହେବ ?

୧ . ଉପଭୋକ୍ତାଙ୍କୁ ଏକ ସଙ୍ଗରେ ଅଧିକ କାର୍ଡ ରଖିବାର ଅସୁବିଧା ହେବ ନାହିଁ । ଏହାସହ କାର୍ଡର ନମ୍ବର ମନେ ରଖିବା ପାଇଁ ମଧ୍ୟ କଷ୍ଟ କରିବାକୁ ପଡିବ ନାହିଁ ।

୨ . ପାନ୍ ଏବଂ ଆଧାର ଲିଙ୍କ୍ ହେବା ଦ୍ୱାରା ୨ ଟି ପାନ୍ କାର୍ଡ ରଖି ଜାଲିଆତି କରିବା ଲୋକଙ୍କ ଉପରେ ରୋକ୍ ଲାଗିବ ।

୩ . ଆଧାରରେ ଭୋଟର୍ ଆଇଡି ଲିଙ୍କ୍ କରିବା ଦ୍ୱାରା ନକଲି ଭୋଟର୍ ଙ୍କ ପରିଚୟ ମିଳିପାରିବ ।