ଏବେ ସମସ୍ତ ଭାରତୀୟଙ୍କୁ ମିଳିବ ଡିଜିଟାଲ ହେଲ୍ଥ ଆଇଡି କାର୍ଡ, ଗୋଟିଏ କ୍ଲିକରେ ମିଳିଯିବ ସମସ୍ତ ସ୍ୱାସ୍ଥ୍ୟ ସୂଚନା

215

କନକ ବ୍ୟୁରୋ : ଆଧାର କାର୍ଡ ଭଳି ଏବେ ଦେଶର ସମସ୍ତ ଲୋକଙ୍କୁ ଡିଜିଟାଲ ହେଲ୍ଥ ଆଇଡି କାର୍ଡ ମିଳିବ । ଏହି ଆଇଡିରେ ବ୍ୟକ୍ତିର ସମସ୍ତ ପୁରୁଣା ମେଡିକାଲ ହିଷ୍ଟ୍ରି ରହିବ । ଏହାପରେ ରୋଗୀ ଜଣଙ୍କ ଯେତେବେଳେ ମେଡିକାଲ ଯିବେ ସେତେବେଳେ ତାଙ୍କୁ ସାଙ୍ଗରେ ପୁରୁଣା ଟେଷ୍ଟ ରିପୋର୍ଟ କିମ୍ବା ଡାକ୍ତରୀ ଚିଠା ନେଇ ଯିବାର ଆବଶ୍ୟକତା ପଡିବ ନାହିଁ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡାଭିୟା ଗୁରୁବାର ଦିନ ଏନେଇ ସୂଚନା ଦେଇ କହିଛନ୍ତି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୨୭ ତାରିଖ ଦିନ ପ୍ରଧାନମନ୍ତ୍ରୀ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ (ପିଏମ-ଡିଏଚଏମ) ଯୋଜନାର ଶୁଭାରମ୍ଭ କରିବେ ।

ଏହି ଡିଜିଟାଲ ହେଲଥ ଆଇଡି ସାତ ଅଙ୍କ ବିଶିଷ୍ଠ ହେବ । ଡାକ୍ତରଙ୍କ ପାଖକୁ ଗଲେ ରୋଗୀଙ୍କୁ ଏହି ଆଇଡି ନମ୍ବର ଦେଖାଇବାକୁ ପଡିବ । ଡାକ୍ତର ଏହି ଆଇଡି ନମ୍ବରକୁ କମ୍ପ୍ୟୁଟରରେ ଏଣ୍ଟ୍ରିକରିବା ପରେ ଆପଣଙ୍କ ସମସ୍ତ ପୁରୁଣା ମେଡିକାଲ ହିଷ୍ଟ୍ରି ସାମ୍ନାକୁ ଆସିଯିବ । ଏହାସହ ଏହି ଆଇଡିକୁ ଆକ୍ଟିଭ୍ କରିବାକୁ ଆପଣଙ୍କ ମୋବାଇଲ ନମ୍ବରକୁ ଆଧାର କାର୍ଡ ସହିତ ଲିଙ୍କ୍ ହୋଇଥିବା ଆବଶ୍ୟକ । କହିରଖୁ କି ପ୍ରଥମେ ଏହି ଯୋଜନାର ନାମ ନ୍ୟାସନାଲ ଡିଜିଟାଲ ହେଲ୍ଥ ମିଶନ ରହିଥିଲା ।

ଏହି ଡିଜିଟାଲ ହେଲଥ ଆଇଡିରେ ରୋଗୀଙ୍କ ନାମ, ଠିକଣା ଓ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ସୂଚନା ସହ ଟେଷ୍ଟ ରିପୋର୍ଟ, ଆଡମିଶନ ଓ ଡିସଚାର୍ଜ ତାରିଖ ବି ମହଜୁଦ ରହିବ । ଏହି ଆଇଡି ମାଧ୍ୟମରେ ରୋଗୀର ସମସ୍ତ ମେଡିକାଲ ହିଷ୍ଟ୍ରି ଜଣାପଡିବ । ଡାକ୍ତରମାନେ ରୋଗୀର ମେଡିକାଲ ହିଷ୍ଟ୍ରି ଏହି ଆଇଡି ନମ୍ବର ମାଧ୍ୟମରେ କେଉଁଠି ବି ଆକ୍ସେସ କରିପାରିବେ ।

କହିରଖୁ କି କେନ୍ଦ୍ର ସରକାର ‘ପି-ଏମ ଡିଏଚଏମ’ ଯୋଜନା ପାଇଲଟ ପ୍ରୋଜେକ୍ଟର ଟେଷ୍ଟିଂ ପୁରା କରିସାରିଛନ୍ତି । ଆଣ୍ଡାମାନ ଓ ନିକୋବର, ଲଦାଖ, ଲାକ୍ଷାଦ୍ୱୀପ ଓ ପୁଡୁଚେରୀରେ ଏହି ଯୋଜାନା ଟେଷ୍ଟିଂ କରାଯାଇଛି । ଅନ୍ୟପଟେ ଦିଲ୍ଲୀରେ ଏହି ଯୋଜନା ଆସନ୍ତା ବର୍ଷ ଲଞ୍ଚ୍ କରାଯିବ ।