କନକ ବ୍ୟୁରୋ : ୨୦୧୪ ମସିହା ପରେ ଦେଶ ପାରମ୍ପାରିକ ତରିକା ଛାଡି ଏବେ ଡିଜିଟାଲ ତରିକାରେ କାମ କରିବା ଆରମ୍ଭ କରିଛି । ଦେଶରେ ଏବେ ସବାଧିକ କାରବାର ଡିଜିଟାଲ ମାଧ୍ୟମରେ ହେଉଛି । ସେ କିଣା କିଣି ହେଉ କି ଟଙ୍କା ଦେଣନେଣ ହେଉ ସହଜ ଓ ସୁବିଧା ପ୍ରକ୍ରିୟାରେ ଲୋକମାନେ ଡିଜିଟାଲକୁ ବ୍ୟବହାର କରି ଏସବୁ କାମ କରିପାରୁଛନ୍ତି । ଅର୍ଥ ଦେଣନେଣ ପାଇଁ ୟୁପିଆଇ ଏକ ବଡ ମାଧ୍ୟମ ସାଜିଛି । ଭୀମ ଆପ୍, ଫୋନ ପେ, ଗୁଗୁଲ ପେ, ଭଳି ଆପ ମାଧ୍ୟମରେ ଲୋକମାନେ ଛୋଟରୁ ବଡ ସମସ୍ତ ଆର୍ଥିକ କାରବାର କରିବାକୁ ସହଜ ମଣୁଛନ୍ତି ।
ବଦଳୁଥିବା ସମୟ ମୁତାବକ ଏବେ ସମାଜର ସବୁଠାର ତଳଶ୍ରେଣୀର ଲୋକ ବି ନିଜକୁ ବଦଳାଇବାକୁ ଚେଷ୍ଟା କରୁଛନ୍ତି । ଏହି କ୍ରମରେ ସେ ରାସ୍ତାକଡରେ ଠେଲାରେ ବିକୁଥିବା ଦୋକାନୀ ହେଉ କି, ମନ୍ଦିର ଆଗରେ ବସି ଭିକ୍ଷାବୃତ୍ତି କରୁଥିବା ଭିକାରୀ । ଏମାନେ ବି ଡିଜିଟାଲ ମାଧ୍ୟମରେ କାରବାର କରିବାକୁ ପସନ୍ଦ କରୁଛନ୍ତି ।
ଏବେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ବିହାରର ଏକ ରେଳ ଷ୍ଟେସନରେ ଜଣେ ଲୋକ ଭିନ୍ନ ତରିକାରେ ଭିକ୍ଷା ବୃତ୍ତି କରୁଥିବାର ଫଟୋ ଏବେ ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେବାରେ ଲାଗିଛି । କହିରଖୁ କି ରାଜୁ ନାମକ ଏହି ଯୁବକ ଜଣଙ୍କ ପିଲାଦିନରୁ ଷ୍ଟେସନରେ ଭିକ୍ଷାବୃତ୍ତି କରିଥାନ୍ତି । ହେଲେ ଏବେ ସେ ଭିକ୍ଷାବୃତ୍ତି କରିବାର ତରିକା ବଦଳାଇ ଦେଇଛନ୍ତି । ଏବେ ରାଜୁ ଲୋକଙ୍କ ଠାରୁ ସିଧା ସଳଖ ଭିକ୍ଷା ନନେଇ ଡିଜିଟାଲ ପେମେଣ୍ଟ ମାଧ୍ୟମରେ ଅର୍ଥ ନେଉଛନ୍ତି । ଏନେଇ ସେ ପାଖରେ ଏକ କ୍ୟୁଆର କୋର୍ଡ ରଖିଛନ୍ତି । ଲୋକମାନେ ଖୁଚୁରା ପଇସା ନଥିବା କଥା କହିଲେ ସେ ସେମାନଙ୍କୁ କ୍ୟୁଆର କୋଡ ମାଧ୍ୟମରେ ପେମେଣ୍ଟ କରିବାକୁ କହୁଛନ୍ତି ।
ଏହି ଭଡିଓ ଏବେ ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେବାରେ ଲାଗିଛି । ନିଜକୁ ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କ ପୁଅ ବୋଲି କହୁଥିବା ଏହି ରାଜୁ ଏବେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଭକ୍ତ ପାଲଟିଯାଇଛନ୍ତି । ସେ କେବେ ବି ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ ଶୁଣିବାରୁ ନିବୃତ୍ତ ରହି ନାହାଁନ୍ତି ।
ରାଜୁଙ୍କ ଭିକ ମାଗିବାର ତରିକା ଏବେ ନିଆରା କି ଲୋକମାନେ ରାଜୁକୁ ଖୁସିରେ କିଛି ଅଧିକ ଅର୍ଥ ଦେଇ ଦେଇଥାନ୍ତି । ରାଜୁ କୁହନ୍ତି କି ଅନେକ ଲୋକ ପାଖରେ ଖୁଚୁରା ଟଙ୍କା ନଥିବାର ବାହାନା ଦେଖାଇ ତାଙ୍କୁ ଭିକ୍ଷା ଦେଇ ନଥାନ୍ତି । ତେଣୁ ରାଜୁଙ୍କୁ ନିରାଶ ହୋଇ ଫେରିବାକୁ ପଡିଥାଏ । ଏହି କାରଣରୁ ଏବେ କ୍ୟୁଆର କୋଡ ମାଧ୍ୟମରେ ଭିକ୍ଷାମାଗୁଥିବା ଜଣାପଡିଛି ।
Follow Us