ଡିଜି ଲକରରେ ମିଳିବ ସାର୍ଟିଫିକେଟ ଓ ମାର୍କସିଟ୍ : ପ୍ରଥମଥର ପାଇଁ ଡିଜି ଲକରରେ ମିଳିବ

1,013

କନକ ବ୍ୟୁରୋ : ଡିଜି ଲକଲରେ ମିଳିବ ସାର୍ଟିଫିକେଟ ଓ ମାର୍କସିଟ୍ । ପ୍ରଥମଥର ପାଇଁ ଡିଜି ଲକରରେ ମିଳିବ । ମାଇଗ୍ରେସନ ଓ ପ୍ରୋଭିଜିନାଲ ସାର୍ଟିଫିକେଟ ଉପଲବ୍ଧ ହେବ। । ଆଗରୁ ଯେଉଁ ପୁରୁଣା ସିଷ୍ଟମ ଅନୁସାରେ ସାର୍ଟିଫିକେଟ ମିଳୁଥିଲା ତାହା ମଧ୍ୟ ରହିବ । ତେବେ ସାମ୍ସ ୱେବ୍ ସାଇଟ୍ www.orissaresults.nic.in ରେ ଦେଖିପାରିବେ । ପରୀକ୍ଷାର୍ଥୀମାନେ ହେଲ୍ପ ଲାଇନ ନମ୍ବର ୦୬୭୪୨୩୦୧୦୯୮ ରୁ ଆବଶ୍ୟକ ସୂଚନା ପାଇପାରିବେ। ରିଆଡ଼ିସନ ମାର୍କ ନିମନ୍ତେ କଳା ଓ ଧନ୍ଦାମୂଳକ ପରୀକ୍ଷା ରେଜଲ୍ଟ ବାହାରିବା ପରେ ଏହାର ବିଜ୍ଞପ୍ତି ପ୍ରକାଶ ପାଇବ ।

ବିଜ୍ଞାନରେ ୧୦୫୦ ଟି କଲେଜ ରହିଛି । ବିଜ୍ଞାନରେ ୯୨ ହଜାର ୯୫୦ ଜଣ ଆବେଦନ କରିଥିବା ବେଳେ ବିଜ୍ଞାନ ରେ ପାସ ହୋଇଛନ୍ତି ୭୮ ହଜାର ୯୩୮ । ପାସ ହାର ୮୪.୯୩% ପ୍ରତିଶତ। ଏଥିରେ ଛାତ୍ର ୪୨୧୨୧ ଜଣ ପାସ ହୋଇଥିବା ବେଳେ ୪୫.୩୨% ପାସ ହୋଇଛନ୍ତି । ସେହିପରି ଛାତ୍ରୀ ପାସ ହୋଇଛନ୍ତି ୩୬୮୧୭ । ଏଥିରେ ୩୬.୬୧% ପାସ ହାର ରହିଛି । ପ୍ରଥମ ଶ୍ରେଣୀରେ ୩୯ ହଜାର ୫୭୩ , ଦିତୀୟ ଶ୍ରେଣୀରେ ୨୪୨୫୭ ଓ ତୃତୀୟ ଶ୍ରେଣୀର ୧୪୮୫୨ । ୯୦ ପ୍ରତିଶତ ଉର୍ଦ୍ଧ ମାର୍କ ରଖି ପାସ ହୋଇଛନ୍ତି ୩୫୮ । ସେହିପରି ୧୦୦ ପ୍ରତିଶତ ପାସ ହୋଇଥିବା ସ୍କୁଲ ୨୯୧ ଟି ସ୍କୁଲ ରହିଛି । ୦% ରେଜଲ୍ଟ ୨ ଟି ସ୍କୁଲ । ଅଧିକ ପ୍ରତିଶତ ରଖିଥିବା ଜିଲ୍ଲା ହେଉଛି ନୟାଗଡ଼ ଜିଲ୍ଲା । ୯୬.୪୧% ଜିଲ୍ଲା ରେ ରେଜଲ୍ଟ ହୋଇଛି। ସେହିପରି ସର୍ବନିମ୍ନ ପାସହାର ଗଜପତି ଜିଲ୍ଲା । ୬୧.୫୫% ଜିଲ୍ଲାରେ ଫଳାଫଳ ରହିଛି ।

ସେହିପରି ଭାବରେ ବାଣିଜ୍ୟ ବିଭାଗରେ ପାସ ହୋଇଛନ୍ତି ୧୯ ହଜାର ୫୩୬ । ଏହାର ପାସ ହାର ୮୧.୧୨% । ଏଥିରେ ଛାତ୍ର ପାସ ହୋଇଛନ୍ତି ୧୨ ହଜାର ୧୨୧ ଜଣ । ପାସ ହାର ୫୦.୩୩% । ଛାତ୍ରୀ ପାସ ହୋଇଛନ୍ତି ୭ ହଜାର ୪୧୫ ଜଣ। ପାସ ହାର ୩୦.୭୯ ପାସ ହାର ରହିଛି । ପ୍ରଥମ ଶ୍ରେଣୀ ରେ ୭ ହଜାର ୪୧୦ , ଦିତୀୟ ଶ୍ରେଣୀରେ ୪ ହଜାର ୫୪୩ ଓ ତୃତୀୟ ଶ୍ରେଣୀର ୭୪୯୨ । ୯୦ ପ୍ରତିଶତ ଉର୍ଦ୍ଧ ମାର୍କ ରଖି ପାସ ହୋଇଛନ୍ତି ୧୦୨ ଜଣ। ସେହିପରି ୧୦୦ ପ୍ରତିଶତ ପାସ ହୋଇଥିବା ସ୍କୁଲ ୯୪ । ଅଧିକ ପ୍ରତିଶତ ରଖିଥିବା ଜିଲ୍ଲା ହେଉଛି ନୟାଗଡ଼ ଜିଲ୍ଲା। ଯାହା ଜିଲ୍ଲାରେ ୯୩.୯% । ସେହିପରି ସର୍ବନିମ୍ନ ପାସହାର ବୌଦ୍ଧ ଜିଲ୍ଲାରେ ୫୫.୫୫ ରେଜଲ୍ଟ ।