କନକ ବ୍ୟୁରୋ : ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନକୁ ନେଇ ଗତ କିଛି ଦିନ ହେଲା ଚର୍ଚ୍ଚାରେ ଥିବା ଦିଗପହଣ୍ଡି ଏବେ ପୁୁଣି ଚର୍ଚ୍ଚାରେ । ଏଥର କିନ୍ତୁ ରାଜନୀତି ପାଇଁ ତନ୍ତ୍ରପୂଜା କରାଯାଉଥିବା ଚର୍ଚ୍ଚା ଜୋର ଧରିଛି । ଦିଗପହଣ୍ଡି –ସାନଖେମୁଣ୍ଡି ସୀମା ଅଁଳାଗୁଡ଼ା ନିକଟବର୍ତ୍ତୀ ଜଙ୍ଗଲରେ ତନ୍ତ୍ରବିଦ୍ୟା ହୋଇଥିବା ଭିଡିଓ ଭାଇରାଲ ହେଉଛି । ଅମାବାସ୍ୟା ରାତିରେ ଏହି ତନ୍ତ୍ରପୂଜା କରାଯାଇଥିବା କୁହାଯାଉଛି ।

Advertisment

ଏଠାରେ ଚିରା ହୋଇପଡ଼ିଛି ବିପ୍ଲବ ପାତ୍ରଙ୍କ ଫଟୋ, ପାଖରେ ପଡ଼ିଛି ଦିବଂଗତ ସୂର୍ଯ୍ୟ ପାତ୍ରଙ୍କ ବ୍ୟକ୍ତିଗତ ସହାୟକ ସୀମାଦ୍ରି ପାତ୍ରଙ୍କ ଚିରା ଫଟୋ ଏବଂ ଜିଲ୍ଳା ପରିଷଦ ସଭ୍ୟ ନିରଂଜନ ରେଡ୍ଡିଙ୍କ ଚିରା ଫଟୋ । ଏହାସହ ଏଠାରେ ମାଛବଳି ଦିଆଯାଇଥିବା ସନ୍ଦେହ କରାଯାଉଛି । ଜଙ୍ଗଲ ଭିତରେ ଏକ ବଟବୃକ୍ଷ ମୂଳରେ ପୂଜାର୍ଚ୍ଚନା କରାଯାଇଛି । ନାଲି ଓ କଳା କପଡ଼ା, ମାଛ, ସିନ୍ଦୁର, ଚାଉଳ, ହଳଦୀ, ମଦ, ଦୀପ, ଧୂପ ଓ ଆଳତି କର୍ପୁର ପଡ଼ିଛି । କିଏ ଓ କାହିଁକି ଜଙ୍ଗଲ ରାସ୍ତାରେ ଏଭଳି ପୂଜାପାଠ କରୁଥିଲେ ତାହ ସ୍ପଷ୍ଟ ହୋଇନଥିବା ବେଳେ ତନ୍ତ୍ରବିଦ୍ୟା ଭିଡିଓ ଭାଇରାଲ ହେଉଛି ।

ତେବେ ତନ୍ତ୍ରବିଦ୍ୟା କରି ରାଜନୈତିକ ବ୍ୟକ୍ତିଙ୍କ ଫଟୋ ଚିରାଯିବା ଘଟଣା ପଛରେ କିଛି କାରଣ ସ୍ପଷ୍ଟ ହୋଇପାରୁନାହିଁ । ରାଜନୀତିରେ ଏମାନଙ୍କୁ କେହି ଦୁର୍ବଳ କରିବାକୁ ନା ଅଧିକ ଶକ୍ତିଶାଳୀ କରିବାକୁ ଏଭଳି ତନ୍ତ୍ରବିଦ୍ୟା କରିଛି ତାକୁ ନେଇ ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ଆଲୋଚନା ଜୋର ଧରିଛି । ଅଁଳାଗୁଡ଼ା ଜଙ୍ଗଲ ରାସ୍ତାରେ ଜମିକୁ ଯାଉଥିବା ବେଳେ କିଛି ଚାଷୀ ତନ୍ତ୍ରବିଦ୍ୟା ହୋଇଥିବା ଦେଖିବାକୁ ପାଇଥିଲେ । ଏକ ବଟବୃକ୍ଷ ମୂଳରେ ଏହି ପୂଜାର୍ଚ୍ଚନା କରାଯାଇଛି ।