କନକ ବ୍ୟୁରୋ : ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ । ବିପିନ ପ୍ରଧାନ ଗୋଷ୍ଠୀର ଯମୁନା ନାୟକ ନିର୍ବାଚିତ । ଯାହାକୁ ନେଇ ବିପିନ ପ୍ରଧାନ ଗୋଷ୍ଠୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ବିପିନ ପ୍ରଧାନ ଗୋଷ୍ଠୀର ସମର୍ଥକ ରାଲି କରି ଶକ୍ତି ପ୍ରଦର୍ଶନ କରିଛନ୍ତି । ନାମାଙ୍କନ ଦାଖଲ ପାଇଁ ବିପ୍ଳବ ପାତ୍ର ଗୋଷ୍ଠୀ ଆସିଲେନି । ତେଣୁ ଯମୁନା ନାୟକ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି । ପ୍ରଥମ ଥର ନିର୍ବାଚନ ବେଳେ ପ୍ରବଳ ହିଂସା ଦେଖିବାକୁ ମିଳିଥିଲା । ଏହା ପରେ ନିର୍ବାଚନକୁ ବାତିଲ କରାଯାଇଥିଲା ।