ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଡିଆଇଜିଙ୍କ ପ୍ରେସମିଟ । କହିଲେ ଯାହା ନାଁ ଆସୁଛି ପଚରାଉଚରା କରାଯିବ

314

କନକ ବ୍ୟୁରୋ: ପାରଳାଖେମୁଣ୍ଡି ଏପିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା । ପରିବାର ବର୍ଗଙ୍କ ଅଭିଯୋଗକୁ ଅଧିକ ଗୁରୁତ୍ୱ ଦିଆଯିବ । ଏବେ ତଦନ୍ତ ଆଗକୁ ବଡୁଛି । ଯାହା ନାଁ ଆସୁଛି ତାଙ୍କୁ ପଚରାଉଚରା କରାଯିବ । ଏହା ହତ୍ୟା ନା ଆତ୍ମହତ୍ୟା ଏବେ କିଛି କହିହେବନି । ତଦନ୍ତ ପରେ ସବୁ ସାମ୍ନାକୁ ଆସିବ ବୋଲି ପ୍ରେସମିଟ କରି ସୂଚନା ଦେଇଛନ୍ତି ଡିଆଇଜି ।

ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଏବେ କ୍ରାଇମବ୍ରାଞ୍ଚ ପୋଲିସକୁ ସହାୟତା କରୁଛି । ଆଜି କ୍ରାଇମବ୍ରାଞ୍ଚ ଟିମ ସୌମ୍ୟରଞ୍ଜନଙ୍କ କ୍ୱାଟରରେ ପହଞ୍ଚିଥିଲା । ସେଠାରେ ସ୍ପଟ ଘର ଭିତରେ ଅଛି ବୋଲି କ୍ରାଇମବ୍ରାଞ୍ଚ ସ୍ପଷ୍ଟ କରିଥିଲେ । କବାଟର କିଛି ଅଂଶ ବି ପୋଡିଯାଇଥିବା କହିଥିଲେ ।

Comments are closed.