କନକ ବ୍ୟୁରୋ: ପାରଳାଖେମୁଣ୍ଡି ଏପିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା । ପରିବାର ବର୍ଗଙ୍କ ଅଭିଯୋଗକୁ ଅଧିକ ଗୁରୁତ୍ୱ ଦିଆଯିବ । ଏବେ ତଦନ୍ତ ଆଗକୁ ବଡୁଛି । ଯାହା ନାଁ ଆସୁଛି ତାଙ୍କୁ ପଚରାଉଚରା କରାଯିବ । ଏହା ହତ୍ୟା ନା ଆତ୍ମହତ୍ୟା ଏବେ କିଛି କହିହେବନି । ତଦନ୍ତ ପରେ ସବୁ ସାମ୍ନାକୁ ଆସିବ ବୋଲି ପ୍ରେସମିଟ କରି ସୂଚନା ଦେଇଛନ୍ତି ଡିଆଇଜି ।
ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଏବେ କ୍ରାଇମବ୍ରାଞ୍ଚ ପୋଲିସକୁ ସହାୟତା କରୁଛି । ଆଜି କ୍ରାଇମବ୍ରାଞ୍ଚ ଟିମ ସୌମ୍ୟରଞ୍ଜନଙ୍କ କ୍ୱାଟରରେ ପହଞ୍ଚିଥିଲା । ସେଠାରେ ସ୍ପଟ ଘର ଭିତରେ ଅଛି ବୋଲି କ୍ରାଇମବ୍ରାଞ୍ଚ ସ୍ପଷ୍ଟ କରିଥିଲେ । କବାଟର କିଛି ଅଂଶ ବି ପୋଡିଯାଇଥିବା କହିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/07/Screen-Shot-2021-07-22-at-2.43.03-PM.png)