ମମିତା ମାମଲାରେ ଉତ୍ତରାଞ୍ଚଳ ଡିଆଇଜିଙ୍କ ପ୍ରେସମିଟ: କହିଲେ ମାମଲାରେ ସଠିକ ଭାବେ ତଦନ୍ତ ହୋଇଛି

154

କନକ ବ୍ୟୁରୋ: ମମିତା ମାମଲାରେ ଉତ୍ତରାଞ୍ଚଳ ଡିଆଇଜିଙ୍କ ପ୍ରେସମିଟ । କହିଲେ, ୧୩ରେ ମାମଲା ରୁଜୁ ସହ କୋର୍ଟକୁ ମାମଲା ଯାଇଥିଲା । ମାମଲା ରୁଜୁର ୨୪ ଘଣ୍ଟା ଭିତରେ ସିସିଟିଏନଏସକୁ ଆସିଥିଲା । ୧୩ ଅକ୍ଟୋବରରେ ମାମଲା କୋର୍ଟକୁ ପଠାଇ ଦିଆଯାଇଥିଲା । ୧୬ ଅକ୍ଟୋବରରେ ମାଜଷ୍ଟ୍ରେସଙ୍କ ସାମ୍ନାରେ ଉପସ୍ଥାପିତ ହୋଇଥିଲା । ୧୩, ୧୪, ୧୫ ଛୁଟି ଥିବାରୁ ମାମଲା ୧୬ରେ ଯାଇଥିଲା । ପୋଲିସ ପକ୍ଷରୁ ଏଫଆଇଆର ପଠାଇବାରେ କୌଣସି ବିଳମ୍ବ ହୋଇନାହିଁ ।

ସେ ଆହୁରି ମଧ୍ୟ କହିଥିଲେ କି, କୋର୍ଟକୁ ବିଳମ୍ବରେ ମାମଲା ଆସିବାର ଅଭିଯୋଗ ଭିତ୍ତିହୀନ । ପୋଲିସ ଏହି ମାମଲାରେ ସଠିକ ଭାବରେ ତଦନ୍ତ କରୁଛି । ପୀଡିତା ରାୟପୁର ଯାଇଥିବା ନେଇ ସେଭଳି ତଥ୍ୟ ମିଳିନାହିଁ । ହତ୍ୟା ପଛର ଉଦ୍ଦେଶ୍ୟ କଣ ଆମେ ପୂର୍ବରୁ ସ୍ପଷ୍ଟ କରିସାରିଛୁ ।

ମମିତା ହତ୍ୟା ମାମଲାରେ ଏବେ ସାରା ରାଜ୍ୟ ଉଠୁଛି ପଡୁଛି । ଏହି ମାମଲାରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ସମ୍ପୃକ୍ତିକୁ ନେଇ ବିରୋଧୀ ଦାବି କରୁଛନ୍ତି । ସେହିପରି ତାଙ୍କ ଇସ୍ତଫା ଦାବି କରି ବିକ୍ଷୋଭ କରୁଛନ୍ତି ବିରୋଧୀ ଦଳ । ଏହାସହ କିଛିଦିନ ହେବ ମନ୍ତ୍ରୀମାନଙ୍କ ଗାଡିକୁ ଅଣ୍ଡା ମାଡ କରି ମଧ୍ୟ ବିରୋଧ ପ୍ରଦର୍ଶନ କରାଯାଉଛି ।