କନକ ବ୍ୟୁରୋ: ମହାମାରୀ ବେଳେ ମହାପ୍ରଭୁଙ୍କୁ ଗୁହାରୀ । ସ୍ୱରରେ ସ୍ୱର ମିଶାଇ କରୋନାକୁ ଦୂରେଇ ଦେବାକୁ କଳା ସାଆନ୍ତେଙ୍କୁ ନେହୁରା ହେଲେ ଦିବ୍ୟାଙ୍ଗ । କରୋନା ମହାମାରୀ ପାଇଁ ମାନବଜାତି ହନ୍ତସନ୍ତ ହେଉଥିବା ବେଳେ ଏ ମହାବିପଦରୁ ମୁକ୍ତି ଦେବାକୁ ଭଗବାନଙ୍କୁ ନିଜ ଭକ୍ତି ସଂଗୀତରେ ଜଣାଇଛନ୍ତି ଭଦ୍ରକର ଜଣେ ଭିକ୍ଷୁକ ଶ୍ରୀଧର ମହାଳିକ ।
ଭଦ୍ରକ ତିହିଡି ବ୍ଲକ ବଙ୍ଗାଳୀଦପା ଅଞ୍ଚଳର ଶ୍ରୀଧର ଭିକ ମାଗି ଚଳନ୍ତି । ଘର ଘର ବୁଲି ଭିକ୍ଷାବୃତି କରି ପରିବାର ପୋଷନ୍ତି । ଆଉ ଭିକ ମାଗିଲା ବେଳେ ସେ ବିଭିନ୍ନ ଗୀତ ମାଧ୍ୟରେ ଲୋକଙ୍କ ମନୋରଞ୍ଜନ କରନ୍ତି । ତେବେ ସାମ୍ପ୍ରତିକ ପରିସ୍ଥିତିକୁ ନେଇ ଶ୍ରୀଧର ଅନେକ ସମୟରେ ଗୀତ ରଚନା କରିବା ସହ ନିଜେ ସ୍ୱର ଦେଇ ଗାଇଥାନ୍ତି । ଏମିତିକି ସେ ଦିବ୍ୟାଙ୍ଗ ହୋଇ ବି ନିଜ କଳାର ଜାଦୁଗରୀ ପାଇଁ ଆକାଶବାଣୀରେ ବି ଗୀତ ଗାଇଛନ୍ତି । ଆଉ ଏବେ କରୋନା ପାଇଁ ଏ ଗୀତ ଗାଇ ବେଶ ଚର୍ଚ୍ଚାରେ ରହିଛନ୍ତି ଶ୍ରୀଧର । ତେବେ ଆପଣ ବି ଶୁଣନ୍ତୁ ଶ୍ରୀଧରଙ୍କ ମୁହଁରୁ ସଂକ୍ରମଣ ନେଇ ସୁନ୍ଦର ସଙ୍ଗୀତ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/41_UP.jpg)