ଦୁର୍ଘଟଣାରେ ଗୋଡ ସିନା କଟିଗଲା, କିନ୍ତୁ ମନ ନୁହେଁ । ଦୃଢ ମନବଳରେ ଅସମ୍ଭବକୁ ସମ୍ଭବ କରି ଦେଖାଇଲେ ଦିବ୍ୟାଙ୍ଗ । ବଡିବିଲ୍ଡିଂରେ ଗଂଜାମ ପାଇଁ ସୁନାମ ଆଣିଲେ ଗଦାଧର

484

କନକ ବ୍ୟୁରୋ: ଯଦି ଦୃଢ ଇଚ୍ଛା ଶକ୍ତି ରହିଛି ତେବେ କିଛି ବି ସମ୍ଭବ । କିଛି ଏମିତି କରି ଦେଖାଇଛନ୍ତି ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଲକ ନରେନ୍ଦ୍ରପୁର ଗାଁର ବାସିନ୍ଦା ଗଦାଧର ସାହୁ ।

 

ଦେଖିଲେ ଲାଗୁଛି, ଏସବୁ ସମ୍ଭବ ହେଲା କେମିତି । କେମିତି ଜଣେ ଦିବ୍ୟାଙ୍ଗ ବନିଲେ ବଡିବିଲଡର । ସତରେ କଣ ଏହା ସମ୍ଭବ । ଏ ଚିତ୍ରକୁ ଦେଖିବା ପରେ ମନରେ ହୁଏତ କିଛି ଏମିତି ପ୍ରଶ୍ନ ଆସୁଥିବ । କିନ୍ତୁ ଏହା ହିଁ ସତ, ଏହା ହିଁ ବାସ୍ତବତା । ଦୁର୍ଘଟଣାରେ ଗୋଡ ସିନା କଟିଗଲା, କିନ୍ତୁ ମନ ନୁହେଁ । ଦୃଢ ମନବଳ ଦ୍ୱାରା ଅସମ୍ଭବକୁ ସମ୍ଭବ କରିପାରିଛନ୍ତି ଗଦାଧର । ବଡିବିଲଡିଂରେ ଗଞ୍ଜାମ ପାଇଁ ସୁନାମ ଆଣିଛନ୍ତି । ବଡିବିଲଡିଂରେ ତାଙ୍କୁ ସହାୟତାର ହାତ ବଢାଇଛନ୍ତି ତାଙ୍କ କୋଚ । ଯାହାଙ୍କ ପ୍ରତ୍ୟକ୍ଷ ତତ୍ୱବଧାନରେ ସେ ସଫଳ ହୋଇପାରିଛନ୍ତି ।

ଗଞ୍ଜାମ ଶ୍ରୀ ଗଦାଧର ସାହୁ । ସପ୍ତମ ଶ୍ରେଣୀରେ ପାଠ ପଢୁଥିବା ବେଳେ ଟ୍ରେନ ଦୁର୍ଘଟଣାର ସେ ଶୀକାର ହୋଇଥିଲେ । ହେଲେ ମନକୁ ଦୃଢ କରି ଲାଗିପଡିଲେ ବଡି ବିଲଡ୍ିଂରେ । ୨୦୧୬ ମସିହାରେ ମିଷ୍ଟର ଓଡିଶା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ଗଦାଧର । ତାଙ୍କ ପାଖରେ ଅଭିନୟ କରିବାର କଳା ବି ରହିଛି । ଏବେ ଫାଷ୍ଟଫୁଡ ଦୋକାନ କରି ଦି ପଇସା ରୋଜଗାର କରୁଛନ୍ତି ଗଦାଧର ।