ମାନସ ଦାସର ଫତୁଆ ଯୋଗୁଁ ଅଟକିଗଲା ବାହାଘର : ଖୋର୍ଦ୍ଧା କୁଶପପଲ୍ଲା ଗାଁରେ କନ୍ୟା ଶଙ୍ଖା-ଶାଢୀ ପିନ୍ଧିଥିବାରୁ ଫେରିଗଲା ବର

ମାନବବାଦୀ ସଙ୍ଗଠନର ଅଜବ ନିୟମ, ଧଳା ଶାଢୀ ଓ ଚନ୍ଦନ ପିନ୍ଧିବେ କନ୍ୟା, ହେବ ନାହିଁ ବେଦୀ

511

କନକ ବ୍ୟୁରୋ : ମାନସ ଦାସର ଫତୁଆ ଯୋଗୁ ଫେରିଗଲା ବର । ହୋଇପାରିଲାନି ବାହାଘର । ଖୋର୍ଦ୍ଧା ବେଗୁନିଆ କୁଶପପଲ୍ଲା ଗାଁରୁ ସାମ୍ନାକୁ ଆସିଛି ଏପରି ଅଭାବନୀୟ କାହାଣୀ । ବେଦୀ ବନ୍ଧା ହୋଇଥିଲା, କନ୍ୟା ଘର ବି ପ୍ରସ୍ତୁତ ହୋଇ ରହିଥିଲା । ବର ଆସିଥାନ୍ତା, ହାତଗଣ୍ଠି ପଡ଼ିଥାନ୍ତା । ବର ଆସିଲା, ହେଲେ ହାତଗଣ୍ଠି ପଡ଼ିଲାନି । ବିବାହ ନକରି ଫେରିଗଲା ବର । କାରଣ ମାନବବାଦୀ ସଂଗଠନର ନିୟମ ଅନୁସାରେ ହେଉନଥିଲା ବିହାଘର ।

କନ୍ୟା ପିନ୍ଧିଥିଲେ ଶଙ୍ଖା, ଶାଢୀ । ବେଦୀ ବନ୍ଧା ହୋଇଥିଲା, ବେଦୀ ଉପରେ ଚିତା ପଡ଼ିଥିଲା । ଏହାକୁ ଦେଖି ରାଗି ଯାଇଥିଲେ ବର ଘର ଲୋକେ । ମାନବାଦୀ ସଂଗଠନର ନିୟମ ଅନୁସାରେ କନ୍ୟା କନ୍ୟା ଧଳା ଲୁଗା ପିନ୍ଧିବେ, ମଥାରେ ଚନ୍ଦନ ଲଗାଇବେ । ତେଣୁ ବିବାହ ହୋଇପାରିନଥିଲା । ଅଭିଯୋଗ ଅନୁସାରେ ବର ଘର ଲୋକେ ନିର୍ବନ୍ଧ ବେଳେ ଶଙ୍ଖା ସାଢୀ ନେଇ ଆସିଥିଲେ । ହେଲେ ବି ବାହାଘର ଦିନ ବିନା ବାଜାରେ ଆସିଥିଲେ । ବିବାହ ହୋଇନପାରିବାରୁ ମଙ୍ଗୁଳା ରହିଥିଲା କନ୍ୟା । ୧୫ ଦିନ ପରେ ଅନ୍ୟ ସ୍ଥାନରେ ବିବାହ ହୋଇଥିଲା ।