ଆଦିବାସୀ ଅଂଚଳରୁ ସଂସଦ ଭବନ ପହଂଚିବାର ସ୍ୱପ୍ନ। ସଂସଦ ଭବନରେ ପାଠ ପଢୁଛନ୍ତି କୁନି କୁନି ପିଲା। ଚର୍ଚ୍ଚାରେ ମାଲକାନଗିରିର ମଡେଲ ସ୍କୁଲ

539

କନକ ବ୍ୟୁରୋ: ସଂସଦ ଭବନରେ ପାଠପଢା । କଥାଟା ଶୁଣିବାକୁ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁ ଥିବ ନିଶ୍ଚିୟ । କିନ୍ତୁ ଏପରି ଘଟଣା ଦେଖିବାକୁ ମିଳିିଛି ମାଲକାନଗିରି ଜିଲ୍ଲାରେ । ବିଦ୍ୟାଳୟ ଶ୍ରେଣୀ ଗୃହକୁ ଅବିକଳ ସଂସଦ ଭବନର ରୁପଦେଇ ପିଲାଙ୍କୁ ପାଠ ପଢାଉଛନ୍ତି ଶିକ୍ଷକ । ଆଉ ଏପରି ପରିବେଶରେ ପାଠପଢି ପିଲା ଏବେ ନେତା ମନ୍ତ୍ରୀ ହବା ଲାଗି ମନ ବଢାଉଛନ୍ତି ।

 

ସଂସଦ ଭବନରେ ପାଠପଢ଼ା । ମାଲକାନଗିରିର ମଡେଲ ସ୍କୁଲ । ପ୍ରଧାନମନ୍ତ୍ରୀ ବନିବେ ଆଦିବାସୀ ଛାତ୍ର । ଆଦିବାସୀ ଅଂଚଳରୁ ସଂସଦ ଭବନ ପହଂଚିବାର ସ୍ୱପ୍ନ ଦେଖୁଛନ୍ତି କୁନି କୁନି ପିଲା । ଛାତ୍ରଛାତ୍ରୀଙ୍କୁ ରାଜନେତା ବନିବାର ଇଚ୍ଛାଶକ୍ତି ଯୋଗାଉଛି ସଂସଦ ଭବନ ପାଲଟିଥିବା ଶ୍ରେଣୀ ଗୃହ । ମାଲକାନଗିରି ଜିଲ୍ଲା ଚାଲାଣଗୁଡା କସ୍ତୁରବା ବାଳିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏକ ଶ୍ରେଣୀ ଗୃହକୁ ସଂସଦ ଭବନର ରୂପ ଦିଆଯାଇଛି । ଆଉ ବିଦ୍ୟାଳୟର ସଂସଦ ଭବନରେ ପାଠପଢ଼ା ସହ ପ୍ରତି ସପ୍ତାହରେ ବସେ ମନ୍ତ୍ରୀ ପରିଷଦ ବୈଠକ । ପ୍ରଧାନମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ ଓ ଖାଦ୍ୟମନ୍ତ୍ରୀଙ୍କୁ ନିଯୁକ୍ତି ଦିଆଯାଏ । ଏବଂ ବିଦ୍ୟାଳୟରେ ଖାଦ୍ୟ, ସ୍ୱାସ୍ଥ୍ୟ, ଶିକ୍ଷା ପରି ଗୁରୁତ୍ୱପୁର୍ଣ ପ୍ରସଙ୍ଗରେ ଆଲୋଚନା ହୁଏ ।

ବାଲା ଯୋଜନାରେ ବିଦ୍ୟାଳୟର ସୌନ୍ଦର୍ଯ୍ୟକରଣ ଲାଗି ବିଭିନ୍ନ ଜିଲ୍ଲାକୁ ଅନୁଦାନ ମିଳିଛି । ତେବେ ଏହି କ୍ରମରେ ବେଶ ଆଗରେ ମାଲକାନଗିରି ଜିଲ୍ଲା । ବିଶେଷ କରି ଚାଲାଣଗୁଡା କସ୍ତୁରବା ବାଳିକା ବିଦ୍ୟାଳୟ ପରିସରରେ ଉଡା ଜାହାଜ, ଟ୍ରେନ ସହ ବିଭିନ୍ନ ରଙ୍ଗ ବିରଙ୍ଗର ଚିତ୍ର ବିଦ୍ୟାଳୟ ପରିବେଶକୁ ମନୋରମ କରିଛି । ଆଉ ଏହି ଉତମ ପରିବେଶରେ ଛାତ୍ରଛାତ୍ରୀମାନେ ପାଠ ପ୍ରତି ବେଶ ଆକୃଷ୍ଟ ହୁଅନ୍ତି ବୋଲି କୁହନ୍ତି ପ୍ରଧାନ ଶିକ୍ଷୟତ୍ରୀ ଓ ବ୍ଲକ ଶିକ୍ଷା ଅଧିକାରୀ ।

ମାଲାକନଗିରି ଜିଲ୍ଲାର ଅଧିକାଂଶ ପିଲା ଏଯାଏ ରାଜଧାନୀ ଭୁବନେଶ୍ୱର ଦେଖିନାହାନ୍ତି । ହେଲେ ମାଲକାନଗିରିରୁ ଏବେ ଦିଲ୍ଲୀ ସ୍ୱପ୍ନ ଦେଖୁଛନ୍ତି ଆଦିବାସୀ ପିଲା ।