କନକ ବ୍ୟୁରୋ : ମୋଦୀ ସରକାର ୩.୦ର ଶପଥ ଗ୍ରହଣ ସହ ଆଜିଠୁ କେନ୍ଦ୍ରରେ ଆରମ୍ଭ ହେବାକୁ ଯାଉଛି ଏନଡିଏ ସରକାର । ମୋଦୀଙ୍କ ସହ ତମାମ ନେତା ଆଜି ଶପଥ ନେବାକୁ ଯାଉଛନ୍ତି । ହେଲେ ଏହାରି ଭିତରେ ଶପଥ ଗ୍ରହଣକୁ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ ହେଇଛି । ମନ୍ତ୍ରୀ ପଦକୁ ନେଇ ଅଜିତ୍ ପାୱାର ଗୋଷ୍ଠୀର ନେତାଙ୍କ ଭିତରେ ମତଭେଦ ସୃଷ୍ଟି ହେଇଛି ।
ଏଥର ମୋଦୀ ସରକାରରେ ଏନସିପି ଖାତାକୁ ଯାଇଛି କେବଳ ଗୋଟିଏ ମନ୍ତ୍ରୀପଦ । ଯାହାକୁ ନେଇ ଦଳର ସିନିୟର ନେତା ପ୍ରଫୁଲ ପଟେଲ ଏବଂ ସୁନୀଲ ତଟକରେଙ୍କ ଭିତରେ ମତଭେଦ ଦେଖିବାକୁ ମିଳିଛି । ଦୁଇ ନେତା ମୋଦୀ ସରକାରରେ ମନ୍ତ୍ରୀ ପଦ ମିଳୁଥିବା ନେଇ ଦାବି କରୁଥିବାବେଳେ, କେହି ବି ପଛଘୁଞ୍ଚା ଦେବାକୁ ରାଜି ନାହାଁନ୍ତି ।
ଦଳର ଦୁଇ ଥର ସାଂସଦ ତଥା ଚାରି ଥର ବିଧାୟକ ଥିବା ସୁନୀଲ ତଟକରେଙ୍କ କହିବା କଥା, ଏଥର ନିର୍ବାଚିତ ହେଇଥିବା ଏକମାତ୍ର ସାଂସଦ ହେଉଛନ୍ତି ସେ, ତେଣୁ ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପଦ ମିଳିବା କଥା । ଅନ୍ୟପଟେ ପ୍ରଫୁଲ ପଟେଲଙ୍କ କହିବା କଥା, ସେ ୬ ଥର ରାଜ୍ୟସଭା ସାଂସଦ ରହିଛନ୍ତି, ତେଣୁ ତାଙ୍କୁ ଏହି ପଦ ମିଳିବା ଉଚିତ୍ । ତେବେ ଦୁଇ ଜଣଙ୍କ ଭିତରୁ କେହି ବି ପଛଘୁଞ୍ଚା ଦେବାକୁ ରାଜି ନଥିବା ଜଣାପଡିଛି ।
ସୂଚନାଯୋଗ୍ୟ ଯେ, ଆଜି ମୋଦୀ ମନ୍ତ୍ରୀମଣ୍ଡଳର ଶପଥଗ୍ରହଣ ଉତ୍ସବ ୭ଟା ୧୫ ମିନିଟରେ ହେବାକୁ ଅଛି । ଏହା ପୂର୍ବରୁ ମୋଦୀ ସମ୍ଭାବ୍ୟ ମନ୍ତ୍ରୀମଣ୍ଡଳ ସହ ବୈଠକ କରିଛନ୍ତି । ଆଉ ଏହା ପୂର୍ବରୁ ସରଗରମ ହେଇଛି ମହାରାଷ୍ଟ୍ର ରାଜନୀତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/06/ncp_large_1508_19.webp)