ଇପିଏଫþ ଓ ପିପିଏଫþ ଭିତରେ କଣ ରହିଛି ଫରକ ? ଜାଣନ୍ତୁ କେଉଁ ପାଣ୍ଠିରେ ଖାତା ଖୋଲିଲେ ଆପଣ ଲାଭରେ ରହିବେ

69

ଅନେକ ସମୟରେ ସାଧାରଣ ଲୋକ ପିଏଫþ ଓ ପିପିଏଫକୁ ନେଇ ଦ୍ୱନ୍ଦରେ ରହିଥାନ୍ତି । ପିଏଫþ ବା ଇପିଏଫþ ହେଉଛି କର୍ମଚାରୀ ଭବିଷ୍ୟ ନିଧି ପାଣ୍ଠି । ସେହିଭଳି ପିପିଏଫþ ହେଉଛି ସାର୍ବଜନିକ ଭବିଷ୍ୟ ନିଧି ପାଣ୍ଠି । ସରକାରୀ କର୍ମଚାରୀ କିମ୍ବା କୌଣସି ଅନୁଷ୍ଠାନରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ଇପିଏଫþ ଆକାଉଣ୍ଟ ଖୋଲା ଯାଇଥାଏ । ଏହି ଆକାଉଣ୍ଟରେ କର୍ମଚାରୀ ଜଣକ ପ୍ରତିମାସ କିଛି ଟଙ୍କା ଜମା କରିଥାଏ । ଚାକିରୀ ସମୟ ଶେଷ ହେବା ପରେ ଏହି ଟଙ୍କାଙ୍କୁ ଏକାଥରକେ ଉଠାଇଥାନ୍ତି କର୍ମଚାରୀ । ଏପରିକି ଦରକାରୀ ସମୟରେ ମଧ୍ୟ କର୍ମଚାରୀ ମାନେ ଏହି ପାଣ୍ଠିରୁ ଟଙ୍କା ଉଠାଇଥାନ୍ତି । ଖାସ୍ କରି କର୍ମଚାରୀଙ୍କ ପାଇଁ ଏହି ଆକାଉଣ୍ଟ ଖୋଲା ଯାଇଥାଏ । କିନ୍ତୁ ପିପିଏଫþ ଏହାଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଏହି ପାଣ୍ଠିରେ ଯେ କୌଣସି ବ୍ୟକ୍ତି ଟଙ୍କା ଜମା କରି ପାରିବେ । ସେ ସରକାରୀ ହୁଅନ୍ତୁ ବା ବେସରକାରୀ କିମ୍ବା କୌଣସି ବେପାରୀ ସମସ୍ତେ ପିପିଏଫରେ ଖାତା ଖୋଲି ପାରିବେ । ଯେ କୌଣସି ବ୍ୟାଙ୍କ ତଥା ପୋଷ୍ଟ ଅଫିସରେ ପିପିଏଫର ଖାତା ଖୋଲା ଯାଇଥାଏ ।

epfପିଏଫþ ଅଥାର୍ତ କର୍ମଚାରୀ ଭବିଷ୍ୟନିଧୀ ପାଣ୍ଠି କେବଳ ସରକାରୀ ଚାକିରିଆ ଓ ବଡ ବଡ ଅନୁଷ୍ଠାନରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ । ଇପିଏଫରେ କର୍ମଚାରୀଙ୍କ ଦରମାରୁ ଏକ ନିଦ୍ଦିଷ୍ଟ ପରିମାଣର ଟଙ୍କା କାଟି ନିଆଯାଇଥାଏ । ଏବେ ଏହା ଦରମାର ୧୨ ପ୍ରତିଶତ ରହିଛି । କାଟି ନିଆ ଯାଉଥିବା ନିଦ୍ଦିଷ୍ଟ ପରିମାଣର ଟଙ୍କା ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ । ଜମା ହେଉଥିବା ଟଙ୍କା ଉପରେ କର୍ମଚାରୀଙ୍କୁ ୮.୫ ପ୍ରତିଶତ ସୁଧ ମିଳିଥାଏ । ଇପିଏଫରେ କଟୁଥିବା ଟଙ୍କା ୧ ଲକ୍ଷ ୫୦ ହଜାର ପର୍ଯ୍ୟନ୍ତ ଟ୍ୟାକ୍ସ ଫ୍ରି ରହିଥାଏ ।

ppfକେବଳ ଇପିଏଫþ ନୁହେଁ ପିପିଏଫରେ ମଧ୍ୟ ଖୁବ ଲାଭବାନ ହୋଇପାରିବେ ସାଧାରଣ ଲୋକ । ନିବେଶ କ୍ଷେତ୍ରରେ ପିପିଏଫþ ଏକ ଉନ୍ନତ ବିକଳ୍ପ । ପିପିଏଫþ ଆକାଉଣ୍ଟରେ ଜମା ହୋଇଥିବା ଟଙ୍କା ଉପରେ ମିଳୁଥିବା ସୁଧ ଉପରେ କୌଣସି ଟିକସ ଲାଗି ନଥାଏ । ଯଦି ଆପଣ ଟିକସ ବଞ୍ଚାଇବାକୁ ଧାରା ୮୦ ସି ଅନୁଯାୟୀ ପିପିଏଫରେ ଟଙ୍କା ନିବେଶ କରୁଥାନ୍ତି ତେବେ ଏହାକୁ ଆପଣଙ୍କ କାଗଜପତ୍ରରେ ମଧ୍ୟ ଦର୍ଶାଇ ଟିକସ ଦେବାରୁ ରକ୍ଷା ପାଇ ପାରିବେ । ପିପିଏଫରେ ନିବେଶ କରୁଥିବା ଟଙ୍କା ଉପରେ ୭.୮ ପ୍ରତିଶତ ସୁଧ ମିଳିଥାଏ । ପୂର୍ବରୁ ପିପିଏଫର ସୁଧହାର ପ୍ରତିବର୍ଷରେ ହିସାବ କରାଯାଉଥିଲା କିନ୍ତୁ ଏବେ ଏହା ପ୍ରତି ତିନି ମାସରେ ହିସାବ କରାଯାଉଛି ।

Malware-Detection-Testପିପିଏଫରେ ଜମା ହେଉଥିବା ଟଙ୍କା, ସୁଧ ଓ ମାଚ୍ୟୁରିଟି ଉପରେ ମିଳୁଥିବା ଟଙ୍କା ସମ୍ପୂର୍ଣ୍ଣ ଭାବେ ଟ୍ୟାକ୍ସ ଫ୍ରି ରହିଥାଏ । ତେଣୁ ଅଧିକାଂଶ ଲୋକ ପିପିଏଫ ଆକାଉଣ୍ଟରେ ଟଙ୍କା ଜମା କରିଥାନ୍ତି । ଏହାଛଡା ଆପଣ ଚାହିଁଲେ ପିପିଏଫ ଆକାଉଣ୍ଟକୁ ୧୫ ବର୍ଷ ପୂର୍ବରୁ ମଧ୍ୟ ବନ୍ଦ କରି ଟଙ୍କା ଉଠାଇ ପାରିବେ । ଏହା କେବଳ ଜରୁରୀକାଳୀନ ପରିସ୍ଥିତିରେ ହୋଇପାରିବ । ଏଥିପାଇଁ ଆପଣଙ୍କ ଆକାଉଣ୍ଟକୁ ୫ ବର୍ଷ ହୋଇଥିବା ଆବଶ୍ୟକ । ୧ ଅପ୍ରେଲ ୨୦୧୬ ପରଠାରୁ ଏହି ନୂଆ ନିୟମ ଲାଗୁ କରାଯାଇଛି ।