୭୬ ବର୍ଷ ବୟସରେ ମଡେଲିଂ । ଜିମରେ ୫ବର୍ଷର କଠିନ ପରିଶ୍ରମ କରି ପାଇଛନ୍ତି ସଫଳତା, ଅନ୍ୟଙ୍କ ପାଇଁ ସାଜିଛନ୍ତି ଉଦାହରଣ

83

କନକ ବ୍ୟୁରୋ : ୭୬ ବର୍ଷ ବୟସରେ କମାଲ କଲେ ବୃଦ୍ଧ ମହିଳା । ଫିଟନେସ୍ କ୍ଷେତ୍ରରେ ଅନ୍ୟଙ୍କ ପାଇଁ ଏବେ ଉଦାହରଣ ପାଲଟିଛନ୍ତି । ଜିମ୍ ଯିବା ଏବଂ ଫିଟ୍ ରହିବା ପାଇଁ କୌଣସି ବୟସ ସୀମା ନାହିଁ ବୋଲି ସମାଜକୁ ଏକ ବର୍ତ୍ତା ଦେଇଚନ୍ତି ଏହି ୭୬ ବର୍ଷିୟ ମହିଳା ।
ଯେଉଁ ବୟସରେ ଘରେ ବସି ଆରାମ କରିବା କଥା, ସେହି ବୟସରେ ମଡେଲିଂ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛନ୍ତି ଜନ୍ ମକଡୋନଲ୍ଡ ନାମକ ମହିଳା । ତାଙ୍କର ଇଂଷ୍ଟାଗ୍ରାମ୍ ଆକାଉଣ୍ଟରେ ୧.୬ ମିଲିୟନ ଫଲୋଅର୍ସ ରହିଛନ୍ତି । ଫିଟନେସକୁ ନେଇ ସେ କୁହନ୍ତି, ଫିଟ୍ ରହିବା ପାଇଁ କୌଣସି ବୟସ ନଥାଏ । ପୂର୍ବ ଅପେକ୍ଷା ଏବେ ମୋର ମନୋବଳ ବଢିଛି । ମୁଁ ଏବେ ଏହି ଲାଇଫ୍ ସହ ଅତି ସହଜରେ ସାରା ଜୀବନ କାଟିପାରିବି ।
ଜନ୍ ମକଡୋନଲ୍ଡ ନିଜର ଏକ ଫିଟନେସ୍ ୟୁଟ୍ୟୁବ୍ ଚ୍ୟାନେଲ ବି ଖୋଲିଛନ୍ତି । ଯେଉଁଥିରେ ତାଙ୍କର ୭୯, ୯୦୦ ଜଣ ସସ୍କ୍ରାଇବର ଅଛନ୍ତି । ସେ ତାଙ୍କର ଏହି ୟୁଟ୍ୟୁବ୍ ଚ୍ୟାନେଲରେ ବ୍ୟାୟାମ୍ କରୁଥିବା ସମୟର ଭିଡିଓ ସେୟାର କରନ୍ତି । ତେବେ ତାଙ୍କର ଏହି ଫିଟନେସ୍ ଯାତ୍ରା ସହଜ ନଥିଲା । ଦୀର୍ଘ ୫ବର୍ଷର କଠିନ ପରିଶ୍ରମ କରିବା ପରେ ନିଜକୁ ମଡେଲ ଭଳି ବନାଇପାରିଛନ୍ତି । ଆଉ ଏବେ ମଡେଲିଂ ମଧ୍ୟ କରୁଛନ୍ତି ।