କନକ ବ୍ୟୁରୋ: ଆଗାମୀ ଦିନରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରାଳୟ ବଡ ପଦକ୍ଷେପ ଗ୍ରହଣ କରିପାରେ । ମନ୍ତ୍ରାଳୟର ଗୋଟିଏ ପ୍ୟାନେଲ ଏଭଳି କିଛି ସୁପାରିଶ କରିଛି ଯାହା ଲୋକଙ୍କ ଜୀବନ ଉପରେ ଆଗାମୀ ଦିନରେ ଅନେକ ପ୍ରଭାବ ପକାଇବ । ଏହି ସୁପାରିଶରେ କୁହାଯାଇଛି ଯେ ଡିଜେଲରେ ଚାଲୁଥିବା ୪ଚକିଆ ଯାନ ଉପରେ ପ୍ରତିବନ୍ଧକ ଲଗାଯିବା କଥା କୁହାଯାଉଛି । ଏଥିରେ ଆହୁରି ମଧ୍ୟ କୁହାଯାଉଛି ଯେ ଭବିଷ୍ୟତରେ ଇଲେକଟ୍ରୋନିକ୍ସ ଏବଂ ସିଏନଜିରେ ଚାଲୁଥିବା ଗାଡି ଉପରେ ଅଧିକ ଗୁରୁତ୍ୱ ଦିଆଯିବ ।

Advertisment

ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରାଳୟର ପ୍ୟାନେଲର ସୁପାରିଶରେ କୁହାଯାଇଛି ଯେ ୨୦୨୭ ଯାଏ ଡିଜେଲରେ ଚାଲୁଥିବା ୪ ଚକିଆ ଯାନ ଉପରେ ପ୍ରତିବନ୍ଧକ ଲଗାଯିବ । ତେବେ ଏଥିରେ ଗୋଟିଏ ସର୍ତ୍ତ ଯୋଡାଯାଇଛି । କୁହାଯାଇଛି ଯେଉଁଠାରେ ଜନସଂଖ୍ୟା ୧୦ ଲକ୍ଷ ସେଠାରେ ଏହାକୁ ଲାଗୁକରାଯିବ । ସୁପାରିଶରେ ଏହା ମଧ୍ୟ କୁହାଯାଇଛି ଯେ ସହରରେ ଚାଲୁଥିବା ମେଟ୍ରୋ ଟ୍ରେନ କିମ୍ବା ଇଲେକଟ୍ରିକ ବସର ଗୋଟିଏ ମିଶ୍ରଣ ହେବା ଦରକାର । ୨୦୨୭ ଯାଏ ଡିଜେଲରେ ଚାଲୁଥିବା ଯାନ ଉପରେ ପ୍ରତିବନ୍ଧକ ଲଗାଯିବାକୁ ଥିବା ବେଳେ ୨୦୩୦ ଯାଏ ମେଟ୍ରୋ ଟ୍ରେନ କିମ୍ବା ଇଲେକଟ୍ରିକ ବସର ସେବା ଲାଗୁ କରିବା ପାଇଁ ସୁପାରିଶ କରାଯାଇଛି ।

ତେବେ ଏହି ପ୍ରତିବନ୍ଧକ ତଥା ନୂଆ ସେବାର ଆରମ୍ଭରୁ ପ୍ରମୁଖ କାରଣ ହେଉଛି ଜଳବାୟୁ ପରିବର୍ତ୍ତନ । ଦିଲ୍ଲୀରେ ଖରାପ ହୋଇସାରିଥିବା ବାୟୁମଣ୍ଡଳ ତଥା ଅନ୍ୟ ସବୁ କାରଣ ପାଇଁ ଏହି ଭଳି ସୁପାରିଶକୁ ଲାଗୁ କରିବାକୁ କୁହାଯାଇଛି । ଆପଣ ଜାଣିଥିବେ ୨୦୭୦ ସୁଦ୍ଧା ନିଜର ୪୦ ପ୍ରତିଶତର ଇଲେକଟ୍ରିକସିଟି ପ୍ରକିୟାକରଣର କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହା ପଛରେ ରହିଛି ନେଟ୍ ଜିରୋର ଟାର୍ଗେଟ ବା ଲକ୍ଷ୍ୟ । କୌଣସି ବି ପ୍ରକାରର ଜଳବାୟୁ ପରିବର୍ତ୍ତନର ପ୍ରଭାବ ତଥା ତାପମାନ ବୃଦ୍ଧିକୁ ପୃଥିବୀ ଠାରୁ ଦୂରେଇ ରଖିବାର ପ୍ରୟାସ କରାଯାଉଛି । ତେବେ ଏହା ସଫଳ ହେବ ତାହା ଦେଖିବାର ବିଷୟ ।

ଯଦି ପୃଥିବୀର ତାମମାତ୍ରା ହ୍ରାସ ପାଇଁ ଡିଜେଲ ଗାଡି ଉପରେ ପ୍ରତିବନ୍ଧକ ଲଗାଇଦିଆଯାଏ ତେବେ ଏହାର ପ୍ରଭାବ ଲୋକଙ୍କ ଉପରେ କଣ ପଡିବ ତାହା ସବୁଠାରୁ ବଡ ପ୍ରଶ୍ନ । ଆସନ୍ତୁ ତା ଉପରେ ନଜର ପକାଇନେବା ।

ଦିଲ୍ଲୀ ଭଳି ୨ କୋଟିର ଜନସଂଖ୍ୟା ବିଶିଷ୍ଟ ସହରରୁ ଡିଜେଲ ଗାଡି ଲୋପ ପାଇଯିବ । ଦିଲ୍ଲୀ ଭଳି ଅନେକ ସହରରେ ଯେଉଁଠି ଏତେ ସଂଖ୍ୟାରେ ଲୋକ ରହୁଛନ୍ତି ସେଠାରେ ମଧ୍ୟ ଏହି ଗାଡି ଉପରେ ପ୍ରତିବନ୍ଧକ ଲଗାଯାଇପାରେ । ଆପଣମାନେ ଯେଉଁମାନେ ଏ ଭିଡିଓ ଦେଖୁଛନ୍ତି ନିହାତି ଭାବେ ଆପଣଙ୍କ ମଧ୍ୟରୁ ଅନେକ ୧୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ସହରରେ ରହୁଛନ୍ତି । ଏ ଖବର ଦେଖିବା ପରେ ଆପଣମାନେ ଭାବୁଥିବେ ଆପଣଙ୍କ ଡିଜେଲ ଗାଡିର ଆପଣ କରିବେ କଣ?

ବଡ କଥା ଏହା ଯେ ସବୁଠାରୁ ଅଧିକ ବ୍ୟବହାର ହେଉଥିବା ମାରୁତି ସୁଜିର ଏପ୍ରିଲ ୨୦୨୦ରେ ଡିଜେଲ ଇଞ୍ଜିନ ପ୍ରସ୍ତୁତ କରିବା ବନ୍ଦ କରିଦେଇଛି । ତେବେ କିଆରୁ ହ୍ୟୁଣ୍ଡାଇ, ଟାଟାରୁ ଟୟୋଟା, ମହିନ୍ଦ୍ରା ଭଳି ଅନେକ କମ୍ପାନୀ ଆଜି ମଧ୍ୟ ଡିଜେଲ ଇଞ୍ଜିନ ପ୍ରସ୍ତୁତ କରୁଛନ୍ତି । ସମସ୍ତେ ଡିଜେଲ ଠାରୁ ଦୂରେଇ ରହିବାକୁ ପ୍ରୟାସ ଜାରିରଖିଛନ୍ତି । ସମସ୍ତେ ଇଲେକଟ୍ରିକ ଗାଡି ପ୍ରସ୍ତୁତ କରିବା ଦିଗରେ ଅଗ୍ରସର ହେଉଛନ୍ତି । ତେବେ ସବୁଠାରୁ ବଡ କଥା ଯେ ଏଭଳି କିଛି ପ୍ରତିବନ୍ଧକ ଲାଗୁ କରିବା ସରକାର ପାଇଁ ବଡ ଚିନ୍ତାର ବିଷୟ । କାରଣ, ଭାରତରେ ପବ୍ଲିକ ଟ୍ରାନସପୋର୍ଟରେ ବ୍ୟବହୃତ ହେଉଥିବା ବସ କିମ୍ବା ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ପହଞ୍ଚାଉଥିବା ଟ୍ରକ ଡିଜେଲରେ ପରିଚାଳିତ ହୋଇଥାଏ । ସରକାର ଏମାନଙ୍କ ପାଇଁ କଣ କରିବେ । କାରଣ ଅଚାନକ ବ୍ୟାନ ଲଗାଯିବା କାରଣରୁ ସମସ୍ତଙ୍କ ପାଇଁ ଅସୁବିଧା ସୃଷ୍ଟି ହୋଇପାରେ । ବର୍ତ୍ତମାନ କାରନିର୍ମାଣ କରୁଥିବା କମ୍ପାନୀ ବିଏସ ଫୋରରୁ ବିଏସ ସିକ୍ସକୁ ପରିବର୍ତ୍ତନ କରିସାରିଛନ୍ତି ।

ଡିଜେଲ ଗାଡିଗୁଡିକ ଉପରେ ପ୍ରତିବନ୍ଧକ ଲଗାଯିବା ପାଇଁ କଥା ଏଥିପାଇଁ ଉଠୁଛି କାରଣ ଡିଜେଲ ଶସ୍ତା ହୋଇଥିଲେ ବି ଅତ୍ୟଧିକ ମାତ୍ରାରେ ପ୍ରଦୂଷଣ ସୃଷ୍ଟି କରିଥାଏ । ଏହାକୁ ରୋକିବା ପାଇଁ ବିଏସ ଫୋରରୁ ଗାଡି ଗୁଡିକୁ ବିଏସ-୬କୁ ପରିବର୍ତ୍ତନ କରାଯାଇଥିଲା । ପୂର୍ବରୁ ମଧ୍ୟ ଦେଖିବାକୁ ମିଳୁଥିଲା ଯେ ଡିଜେଲ ଏବଂ ପେଟ୍ରୋଲ ଦର ମଧ୍ୟରେ ଅନେକ ଅନ୍ତର ରହୁଥିଲା । କିନ୍ତୁ ବର୍ତ୍ତମାନ ଏଥିରେ ବିଶେଷ ଅନ୍ତର ନାହିଁ । ଡିଜେଲ ଗାଡିର ମାଇଲେଜ ଅଧିକ ଥିଲେ ବି ଏହା ପ୍ରଦୂଷଣକୁ ବୃଦ୍ଧି କରୁଛି । ୨୦୧୩ ପୂର୍ବରୁ ପେଟ୍ରୋଲ-ଡିଜେଲ ମଧ୍ୟରେ ଦରର ପାର୍ଥକ୍ୟ ଦେଖିବାକୁ ମିଳିଥିବା ବେଳେ ୨୦୧୪ ପରଠାରୁ ସେଭଳି ପାର୍ଥକ୍ୟ ଦେଖିବାକୁ ମିଳିନାହିଁ । ସ୍ଥିତି ଏଭଳି ରହିଲା ଯେ ୨୦୨୦-୨୧ରେ ମାତ୍ର ୨୦ ପ୍ରତିଶତ ଡିଜେଲ ଗାଡି ବିକ୍ରି ହୋଇଥିଲା । କେବଳ ଡିଜେଲ ଉପରେ ପ୍ରତିବନ୍ଧକର କଥା ଭାରତରେ ହେଉନାହିଁ ବିଦେଶରେ ମଧ୍ୟ ଏହାକୁ ନେଇ ଆଲୋଚନା ହେଉଛି । ଡିଜେଲର ପ୍ରତିବନ୍ଧକ ନେଇ ଭାରତରେ ଆଗାମୀ ଦିନରେ ଅନେକ ପ୍ରଶ୍ନ ଉଠିପାରେ । କାରଣ କମ୍ପାନୀ ମାନେ ବିଏସ-୪ରୁ ବିଏସ-୬କୁ ପରିବର୍ତ୍ତନ ପାଇଁ ଯେତେଟଙ୍କା ଖର୍ଚ୍ଚ ହୋଇଛି ତାହା ପାଣିରେ ପଡିଯିବ । ତେବେ କମ୍ପାନୀ ମାନେ ଏହାମଧ୍ୟ କହୁଛନ୍ତି ଯେ ପୂରା ପ୍ରତିବନ୍ଧକ ନୁହେଁ ଧିରେ ଧିରେ କରି ପ୍ରତିବନ୍ଧକ ଲଗାଇବା ଦ୍ୱାରା ସମସ୍ତଙ୍କ ପାଇଁ ଏହା ସୁବିଧାଜନକ ରହିବ ।