କନକ ବ୍ୟୁରୋ : ପେଟ୍ରୋଲ ପରେ ଏବେ ଶତକ ମାରିଛି ଡିଜେଲ । କୋରାପୁଟରେ ଡିଜେଲ ଦର ଶହେ ଟଙ୍କା ଅତିକ୍ରମ କରିଛି । ଗତକାଲି ଦର ୯୯ ଟଙ୍କା ୭୫ ପଇସା ଥିବାବେଳେ ଆଜି ଏହା ୩୦ ପଇସା ବୃଦ୍ଧି ପାଇ ଶହେ ଟଙ୍କା ୫ ପଇସାରେ ପଂହଚିଛି । ମାଲକାନଗିରିର କାଲିମେଳା ପରେ ୨ୟ ଜିଲ୍ଲା ଭାବେ କୋରାପୁଟରେ ଶତକ ଛୁଇଁଛି ଡିଜେଲ । ଡିଜେଲ ଦାମ ବଢିବା ପରେ ଏହାର ପ୍ରଭାବ ଖାଉଟିଙ୍କ ଉପରେ ପଡିଛି । ଅତ୍ୟାବଶ୍ୟକ ସାମଗ୍ରୀର ଦର ଉପରେ ମଧ୍ୟ ଏହାର ପ୍ରଭାବ ପଡିଛି ।
ପେଟ୍ରୋଲ୍ ପରେ ୧୦୦ ଟଙ୍କା ଟପିଲା ଡ଼ିଜେଲ୍ ଦର : କାଲିମେଳା ପରେ ୨ୟ ଜିଲ୍ଲା ଭାବେ କୋରାପୁଟରେ ଶତକ ଛୁଇଁଛି ଡ଼ିଜେଲ୍
/kanak/media/post_attachments/wp-content/uploads/2021/06/12-16.jpg)