ଅସହ୍ୟ ହେଲାଣି ତେଲ ତାତି । ଆଜି ବି ପୁଣି ମହଙ୍ଗା ହେଲା ପେଟ୍ରୋଲ ଓ ଡିଜେଲ

Advertisment
ଅସହ୍ୟ ହେଲାଣି ତେଲ ତାତି । ଆଜି ବି ପୁଣି ମହଙ୍ଗା ହେଲା ପେଟ୍ରୋଲ ଓ ଡିଜେଲ

କନକ ବ୍ୟୁରୋ : ତୈଳ କମ୍ପାନୀମାନେ ପୁଣି ଆଜି ପେଟ୍ରୋଲ ଓ ଡିଜେଲର ଦର ବୃଦ୍ଧି କରିଛନ୍ତି । ତୈଳଦର ବୃଦ୍ଧିକୁ ନେଇ ସାଧାରଣ ଜନତା ମହଙ୍ଗା ମାଡରେ ଶିକାର ହୋଇଥିବା ବେଳେ ପୁଣି ବୋଝ ଲଦିଛନ୍ତି ତୈଳ କମ୍ପାନୀ ମାନେ । ଦିଲ୍ଲୀରେ ପେଟ୍ରୋଲ ଲିଟର ପ୍ରତି ୩୫ ପଇଷା ବୃଦ୍ଧି ପାଇ ଲିଟର ପ୍ରତି ୯୯.୫୧ ଟଙ୍କାରେ ପହଂଚିଛି । ସେହିଭଳି ଡିଜେଲ ଦର ୧୮ ପଇସା ବୃଦ୍ଧି ପାଇ ୮୯.୩୬ ରେ ପହଂଚିଛି ।

ସେହିଭଳି ଚେନ୍ନାଇରେ ପେଟ୍ରୋଲ ୧୦୦.୪୪ ଟଙ୍କା ପ୍ରତି ଲିଟର ଓ ଡିଜେଲ ପ୍ରତି ଲିଟରର ଦାମ ୯୩.୯୧ ଟଙ୍କା ରହିଛି । ସେହିଭଳି ଦିଲ୍ଲୀ ଓ କୋଲକତାରେ ପେଟ୍ରୋଲ ସେଞ୍ଚୁରୀ ମାରିବା ଅବସ୍ଥାକୁ ଆସି ଯାଇଛି । କୋଲକତାରେ ପେଟ୍ରୋଲ ଲିଟର ୯୯.୪୫ ଟଙ୍କା ରହିଛି ଓ ଡିଜେଲ ୯୨.୨୭ ଟଙ୍କା । ହେଲେ ଦ୍ୱିତୀୟ ମେଟ୍ରୋସିଟି ମୁମ୍ବାଇରେ ପେଟ୍ରୋଲ ୧୦୫.୫୮ ଟଙ୍କାରେ ପହଂଚିଛି ।

ଆଜିର ପେଟ୍ରୋଲ ଓ ଡିଜେଲର ଦାମ ବୃଦ୍ଧି ପରେ ଦେଶର ଅଧିକାଂଶ ସହରରେ ପେଟ୍ରୋଲ ଲିଟର ପ୍ରତି ୧୦୦ ଟଙ୍କା ପାର କରିଥିବା ବେଳେ ଅନେକ ସହରରେ ଡିଜେଲ ବି ଶତକ ମାରି ସାରିଛି ।

ମେ ମାସରୁ ଜୁଲାଇ ମାସ ମଧ୍ୟରେ ପେଟ୍ରୋଲ ଲିଟର ପ୍ରତି ପାଖା ପାଖି ୧୦ ଟଙ୍କା ବୃଦ୍ଧି ହୋଇଛି । ଏହାସହ ଡିଜେଲ ଲିଟର ପିଛା ବି ୬୦ ଦିନ ମଧ୍ୟରେ ୮.୬୩ ପଇସା ବୃଦ୍ଧି ହୋଇଛି ।

ଅନ୍ତର୍ଜାତୀୟ ତୈଳ ବଜାରରେ ଅଶୌଧିତ ତୈଳମୂଲ୍ୟ ବିଶେଷ ବୃଦ୍ଧି ଘଟି ନଥିଲେ ବି ଭାରତରେ କାହିଁକି ଅହେତୁକ ଭାବେ ତୈଳଦର ବୃଦ୍ଧି କରାଯାଉଛି ସେନେଇ ନା ସରକାର ନା ତୈଳ କମ୍ପାନୀ କେହି ବି ଉପଭୋକ୍ତାଙ୍କୁ ସଠିକ୍ କାରଣ କହିବାକୁ ପ୍ରସ୍ତୁତ ନାହାନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe