ତେଲ ଦରରେ ନିଆଁ । ରାଜଧାନୀରେ ୯୦.୬୦ ପଇସା ଛୁଇଁଲା ପେଟ୍ରୋଲ, ମାଲକାନଗିରିରେ ତେଲ ଦର ସର୍ବାଧୀକ

Advertisment
ତେଲ ଦରରେ ନିଆଁ । ରାଜଧାନୀରେ ୯୦.୬୦ ପଇସା ଛୁଇଁଲା ପେଟ୍ରୋଲ, ମାଲକାନଗିରିରେ ତେଲ ଦର ସର୍ବାଧୀକ

ଦେଶରେ କ୍ରମାଗତଭାବେ ଗତ ୧୦ ଦିନ ହେଲା ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ୁଛି। ଗତ ୯ ତାରିଖରୁ ଏହି ଦର ଲଗାତାର ବଢ଼ି ଚାଲିଛି। ଦଶ ଦିନ ଭିତରେ ପେଟ୍ରୋଲ ଦର ଲିଟର ପିଛା ପାଖାପାଖି ୩ ଟଙ୍କା ଏବଂ ଡିଜେଲ ଦର ସାଢ଼େ ୩ ଟଙ୍କା ମହଙ୍ଗା ହୋଇଯାଇଛି। ଫଳରେ ଭୁବନେଶ୍ବରରେ ପେଟ୍ରୋଲ ଦର ଲିଟର ପିଛା ୯୦ ଟଙ୍କା ୬୦ ପଇସା ଏବଂ ଡିଜେଲ ଦର ୮୭ ଟଙ୍କା ୪୮ ପଇସାରେ ପହଞ୍ଚି ନୂଆ ରେକର୍ଡ କରିଛି। ବୁଧବାର ତୁଳନାରେ ଗୁରୁବାର ପେଟ୍ରୋଲ ଦର ୩୫ ପଇସା ଏବଂ ଡିଜେଲ ଦର ୩୬ ପଇସା ବୃଦ୍ଧି ଘଟିଛି। ଭୁବନେଶ୍ବର ତୁଳନାରେ ରାଜ୍ୟର ‌ଅନ୍ୟ କେତେକ ସହରରେ ପେଟ୍ରୋଲ ଦର ଅଧିକ ରହିଛି। ମାଲ୍‌କାନ୍‌ଗିରି ଜିଲ୍ଲାରେ ଦର ସବୁଠୁ ଅଧିକ ରହିଛି।

ତେଲ ଦର ବୃଦ୍ଧି କାରଣରୁ ଟ୍ରାନ୍ସପୋର୍ଟିଂ ଚାର୍ଜ ମଧ୍ୟ ବଢିବାରେ ଲାଗିଛି । ଏହା ଦ୍ୱାରା ଆଗକୁ ଅନ୍ୟାନ୍ୟ ଖାଇବା ସାମଗ୍ରୀ ଉପରେ ମଧ୍ୟ ତେଲ ଦର ବୃଦ୍ଧିର ପ୍ରଭାବ ପଡିବ ବୋଲି ଆକଳନ କରାଯାଉଛି । ତେବେ ତେଲ ଦର ବୃଦ୍ଧିକୁ ନେଇ ଲୋକେ କହୁଛନ୍ତି, ଏହା ଦ୍ୱାରା କେବଳ ମଧ୍ୟବିତ ଏବଂ ଗରିବ ଶ୍ରେଣୀର ଲୋକେ ଅଧିକ ପ୍ରଭାବିତ ହେବେ । ଯାହାକି ଆଗକୁ ଏକ ବଡ ଚିନ୍ତାର ବିଷୟ ପାଲଟିବ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe