ବିଧାନସଭା ଆଗରେ ବିଷପିଇ ହାତ କାଟିବା ଘଟଣା: ଆଖିବୁଜିଲେ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକ

403

କନକ ବ୍ୟୁରୋ: ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକଙ୍କ ମୃତ୍ୟୁ । ଏସସିବିରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ହେଉଛନ୍ତି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳର ଦୁଷ୍ମନ୍ତ ଦାସ । କଟକ ଏସସିବି ମେଡିକାଲରେ ଚିକିତ୍ସାରେ ଅବହେଳା ହେତୁ ଯୁବକ ଜଣକ ଆତ୍ମହତ୍ୟା କରିଥିଲେ ।

ଆଜି ବିଧାନସଭା ଆଗରେ ଦୁଷ୍ମନ୍ତ ହାତ କାଟି ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଯୁବକଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବିଏସକେୱାଇ କାର୍ଡ ଗ୍ରହଣ ନକରି ଚିକିତ୍ସାରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଥିଲେ ।