କନକ ବ୍ୟୁରୋ: ପୂର୍ବତନ ଭାରତୀୟ ଓପନରଙ୍କ ଗୌତମ ଗମ୍ଭୀରଙ୍କ ଏକ ବୟାନକୁ ନେଇ ଚର୍ଚ୍ଚା । ନିଜ କ୍ରିକେଟ କ୍ୟାରିୟର ଜୀବନରେ ଘଟିଥିବା ଅନୁଭୂତି ବାଣ୍ଟିଛନ୍ତି ଗମ୍ଭୀର । ବିସିସିଆଇର ଚୟନ କମିଟି ଉପରେ ଲଗାଇଲେ ଗମ୍ଭୀର ଅଭିଯୋଗ । କହିଲେ, ପାଦ ଛୁଇଁନଥିଲେ ବୋଲି ତାଙ୍କୁ ମିଳିନଥିଲା କ୍ରିକେଟ୍ ଟିମରେ ସ୍ଥାନ. ଦିଆଯାଇନଥିଲା ଖେଳିବାକୁ ସୁଯୋଗ, ଟିମରୁ ତାଙ୍କୁ ଦୂରେଇ ରଖାଯାଇଥିଲା ।
- ଗୌତମଙ୍କ କ୍ୟାରିୟର ଆରମ୍ଭରେ ଘଟିଥିଲା କି ଏମିତି ଘଟଣା?
- ସତରେ କ’ଣ ପାଦ ନ ଛୁଇଁବାରୁ ତାଙ୍କୁ ବାଦ୍ ଦେଇଥିଲେ ଚୟନ କମିଟି?
- ଗୌତମଙ୍କ ବୟାନ ପରେ ବିସିସିଆଇ ରଖିନି ଏଯାଏ ସ୍ପଷ୍ଟୀକରଣ
- ଆଗକୁ ଟିମ ଇଣ୍ଡିଆର କୋଚ ଚୟନ ବାକି ରହିଛି
- ଗୌତମଙ୍କ ନାଁ ସବୁଠୁ ଆଗରେ ରହିଛି
ଏକ ୟୁଟ୍ୟୁବ ଚାନେଲକୁ ଦେଇଥିବା ସାକ୍ଷାତକାରରେ ଗମ୍ଭୀର କରିଛନ୍ତି ଏଭଳି ଚାଂଚଲ୍ୟକର ଖୁଲାସା । ଏହି ସାକ୍ଷାତକାର ଗୌତମଙ୍କ ପୂର୍ବତନ ସାଥୀ ଖେଳାଳି ରବିଚନ୍ଦ୍ରନ ଅଶ୍ୱୀନ ନେଇଛନ୍ତି । ୨୦୧୧ ବିଶ୍ୱକପ ବିଜୟୀ ଭାରତୀୟ ଟିମରେ ସଦସ୍ୟ ଥିଲେ ଗୌତମ । ବର୍ତ୍ତମାନ ସେ, ଆଇପିଏଲରେ କୋଲକାତା ଟିମରେ ମେଣ୍ଟର ଦାୟିତ୍ୱରେ ରହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/05/110213770.webp)