ଟ୍ରେନ ହର୍ନରେ ରହିଛି ସିଗନାଲ କୋର୍ଡ । ହର୍ନ ଶୁଣି କାମ କରିଥାନ୍ତି ଟ୍ରେନ ଗାର୍ଡ । ଜାଣନ୍ତୁ, ଟ୍ରେନ ହର୍ନ କୋର୍ଡର ଅର୍ଥ?

317

କନକ ବ୍ୟୁରୋ: ଟ୍ରେନରେ ଆପଣ ନିଶ୍ଚେ ଯାତ୍ରା କରିଥିବେ । ଅଉ ଯଦି ନ ବି କରିଥିବେ ତେବେ ଟ୍ରେନର ହର୍ନ ନିଶ୍ଚେ ଶୁଣିଥିବେ । ଅଲଗା ଅଲଗା ଷ୍ଟେସନରେ ଟ୍ରେନ ବିଭିନ୍ନ ପ୍ରକାରର ହର୍ନ ବଜାଇଥାଏ । ଆଉ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ହର୍ନ ପଛରେ ଅନେକ କାରଣ ରହିଛି । ଟ୍ରେନ ହର୍ନରେ ବିଭିନ୍ନ କୋଡ ରହିଥାଏ । ଏହି କୋଡ ମାଧ୍ୟମରେ ହିଁ ଟ୍ରେନ ନିଜ ବାର୍ତ୍ତା ଦେଇଥାଏ ।

ଟ୍ରେନ ଯେତେବେଳେ ହର୍ନ ବଜାଏ ଆମେ ସତର୍କ ହେଇ ଯାଉ ଯେ ଟ୍ରେନ ଆସୁଛି । ହେଲେ ଏହାଠାରୁ ବି ଅଧିକ ସତର୍କ ରୁହନ୍ତି ଟ୍ରେନ ଗାର୍ଡମାନେ । ସେମାନେ । ଟ୍ରେନର ହର୍ନ ଶୁଣି ଏହାର ଅର୍ଥକୁ ସେମାନେ ବୁଝିଥାନ୍ତି । ଆଉ ସେହି ହର୍ନର ସିଗନାଲ ହିସାବରେ କାମ ମଧ୍ୟ କରିଥାନ୍ତି । ତେବେ ଆସନ୍ତୁ ଜାଣିବା ଏହି ଟ୍ରେନ ହର୍ନ କୋଡର ଅର୍ଥ କଣ ।

-ଯଦି ଟ୍ରେନ ଡ୍ରାଇଭର ଗୋଟିଏ ଛୋଟ ହର୍ନ ମାରିଥାନ୍ତି, ତେବେ ଏହାର ଅର୍ଥ ଟ୍ରେନକୁ ଦ୍ୱିତୀୟ ଇଞ୍ଜିନର ଆବଶ୍ୟକତା ନାହିଁ । 

-ଟ୍ରେନ ଡ୍ରାଇଭର ଯଦି ଗୋଟିଏ ଛୋଟ ଓ ଲମ୍ବା ହର୍ନ ବଜାନ୍ତି ତେବେ ଏହାର ମାନେ ତାଙ୍କୁ ଟ୍ରେନ ପଛରେ ଲାଗିଥିବା ଇଞ୍ଜିନର ଆବଶ୍ୟକତା ରହିଛି । 

-ଯଦି ଟ୍ରେନ ଛିଡା ହୋଇଛି ଆଉ ଡ୍ରାଇଭର ୨ଟି ଛୋଟ ହର୍ନ ମାରୁଛନ୍ତି ତେବେ ଏହାର ଅର୍ଥ ସେ ଗାର୍ଡଙ୍କ ଠାରୁ ଟ୍ରେନ ଖୋଲିବାର ସହାୟତା ମାଗୁଛନ୍ତି । 

-ଟ୍ରେନ ଡ୍ରାଇଭର ଯଦି ୩ଟି ଛୋଟ ହର୍ନ ମାରନ୍ତି ତେବେ ଏହାର ଅର୍ଥ ସେ ଗାର୍ଡଙ୍କୁ ବ୍ରେକ ଲଗାଇବାର ଇସାରା ଦେଉଛନ୍ତି । 

-ଯଦି ଟ୍ରେନ ଡ୍ରାଇଭର ୪ଟି ଛୋଟ ଛୋଟ ହର୍ନ ମାରନ୍ତି ତେବେ ଏହାର ଅର୍ଥ ଆଗରେ୍ ରାସ୍ତା କ୍ଲିଅର ନାହିଁ ଆଉ ଡ୍ରାଇଭର ଗାର୍ଡଙ୍କୁ ସହାୟତା ମାଗୁଛନ୍ତି । 

-ଟ୍ରେନ ଡ୍ରାଇଭର ଯଦି ଦୁଇଟି ଲମ୍ବା ଓ ଦୁଇଟି ଛୋଟ ହର୍ନ ମାରନ୍ତି ତେବେ ଏହାର ଅର୍ଥ ସେ ଟ୍ରେନର ଗାର୍ଡଙ୍କୁ ନିଜ ପାଖକୁ ଡାକୁଛନ୍ତି । 

-ଯଦି ଟ୍ରେନ ଡ୍ରାଇଭର ଲଗାତାର ଲମ୍ବା ହର୍ନ ମାରୁଛନ୍ତି ତେବେ ଏହାର ଅର୍ଥ ଟ୍ରେନ କୌଣସି ସୁଡଙ୍ଗ ଦେଇ ଗତି କରିବ । ଆଉ ଏକ କାରଣ ହେଉଛି ଟ୍ରେନକୁ ଯଦି ଷ୍ଟେସନରେ ରହିବାର ନାହିଁ ତେବେ ସେ ଲଗାତାର ଲମ୍ବା ହର୍ନ ମାରି ଷ୍ଟେସନ ଦେଇ ଗତି କରିବ । 

-ଟ୍ରେନ ଡ୍ରାଇଭର ଯଦି ଦୁଇଟି ଛୋଟ ହର୍ନ ଓ ଏକ ଲମ୍ବା ହର୍ନ ମାରିଥାନ୍ତି ତେବେ ଏହାର ଅର୍ଥ କୌଣସି ଯାତ୍ରୀ ଟ୍ରେନର ଚେନ ଟାଣିଛନ୍ତି କିମ୍ବା ଟ୍ରେନର ଗାର୍ଡ ନିଜେ ଟ୍ରେନ ରୋକିବାକୁ ଚେଷ୍ଟା କରିଛନ୍ତି । 

-ଯଦି ଟ୍ରେନ ଡ୍ରାଇଭର ଲଗାତାର ଛୋଟ ଛୋଟ ହର୍ନ ମାରୁଛନ୍ତି ତେବେ ଏହାର ଅର୍ଥ ଆଗରେ ରାସ୍ତା କ୍ଲିଅର ନାହିଁ । ଆଉ ଡ୍ରାଇଭରଙ୍କୁ ଆଗରେ ବିପଦ ଦେଖାଯାଉଛି । 

ଟ୍ରେନ ଗଲା ବେଳେ କିମ୍ବା ପ୍ରତ୍ୟେକ ଷ୍ଟେସନରେ ହର୍ନ ମାରିଥାଏ । ଟ୍ରେନ ହର୍ନ ପ୍ରତି ଗାର୍ଡ ମାନେ ବେଶ ସତର୍କ ରହିଥାନ୍ତି । କାରଣ ତାଙ୍କ ସତର୍କତାରେ ହିଁ ଲୋକଙ୍କ ଜୀବନ ରହିଥାଏ । ଟ୍ରେନର କୋଡ ହିସାବରେ ସେମାନଙ୍କୁ କାମ କରିବାକୁ ପଡିଥାଏ । ଯଦି ଟ୍ରେନ ହର୍ନ ଅନୁସାରେ ସେମାନେ ସତର୍କ ହେଉନାହାନ୍ତି ତାହେଲେ ଟ୍ରେନରେ ବଡ ଧରଣର ଦୁର୍ଘଟଣା ଘଟିପାରେ ।