କନକ ବ୍ୟୁରୋ: ରାଜ୍ୟର ରାଜନୈତିକ ସ୍ଥିତି ଓ ଚାଲିଥିବା ଶାସନ ବ୍ୟବସ୍ଥାକୁ ନେଇ ଆଲେଖ୍ୟରେ ଚିନ୍ତା ପ୍ରକଟ କରିଥିଲେ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ । ମାଟି ବଡ ନା ପାର୍ଟି ବଡ, ମନ୍ତ୍ରୀ ବଡ ନା ସଚିବ ବଡ, ଏହାକୁ ନେଇ ଜଣେ ସ୍ୱାଭିମାନ ଓଡିଅ. ଅନୁଭବି ରାଜନେତା ଓ ସାମ୍ବାଦିକ ହିସାବରେ ଆଲେଖ୍ୟରେ ନିଜର ସ୍ପଷ୍ଟ ମତ ରଖିଥିଲେ । କିନ୍ତୁ ୧୫ଦିନ ଚୁପ ରହିବା ପରେ ଏବେ ସାମନାକୁ ଆସିଛନ୍ତି ବିଜେଡିର କିଛି ନେତା । ଆଉ ସିଧାସଳଖ ଟାର୍ଗେଟ କରିଛନ୍ତି । ତେବେ ଚାପ ପଡିବା ଯୋଗୁଁ ଓ ପେଟପାଟଣା ପାଇଁ ସେମାନେ ଏମିତି କହୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ସୌମ୍ୟ । ଅନ୍ୟପଟେ ଉଭୟ ବିଜେପି ଓ କଂଗ୍ରେସ ବିଜେଡିକୁ ଏହି ପ୍ରସଙ୍ଗରେ ସମାଲୋଚନା କରିଛନ୍ତି ।

Advertisment

ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ଓଡିଆଙ୍କ ସ୍ୱାଭିମାନ ଓ ରାଜନେତାଙ୍କ ଅସହାୟତାକୁ ନେଇ ଆଲେଖ୍ୟରେ ଉଦବେଗ ପ୍ରକାଶ କରିଥିଲେ । ହେଲିକପ୍ଟରରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ସଚିବ ଉଡୁଥିବାବେଳେ, ରାଜ୍ୟରେ ମନ୍ତ୍ରୀ, ବିଧାୟକମାନେ ଅସହାୟ ହୋଇପଡିଥିବା ଆଶଙ୍କା କରିଥିଲେ । ଆଉ ଏବେ ସୌମ୍ୟଙ୍କ ସେହି ଆଶଙ୍କା ସତ ପ୍ରମାଣିତ ହେବା ଭଳି ଲାଗୁଛି । ଆଲେଖ୍ୟ ଲେଖିବାର ପ୍ରାୟ ୧୫ଦିନ ପରେ, ସୌମ୍ୟଙ୍କୁ ବିରୋଧ କରି ଓ ସଚିବଙ୍କ ସୁରକ୍ଷାରେ କିଛି ବିଜେଡି ନେତା ଆଗକୁ ଆସିଛନ୍ତି । କିନ୍ତୁ ସେମାନେ ସୌମ୍ୟଙ୍କ ପ୍ରଶ୍ନର ଉତର ଦେବା ବଦଳରେ ବ୍ୟକ୍ତିଗତ ଆକ୍ଷେପ କରୁଛନ୍ତି । ବିଧାୟକ ଅରୁଣ ସାହୁଙ୍କ ପରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ସୌମ୍ୟ ପଚାରିଥିବା ପ୍ରଶ୍ନର କୌଣସି ଉତର ନଦେଇ, ପାଲଟା ଟାର୍ଗେଟ କରିଛନ୍ତି ।
ରାଜ୍ୟ ଓ ରାଜନେତାଙ୍କ ସ୍ୱାର୍ଥ ପାଇଁ ସୌମ୍ୟ ରଞ୍ଜନ ସ୍ୱର ଉଠାଇଥିବାବେଳେ, ସଚିବଙ୍କୁ ସୁରକ୍ଷା ଦେବାକୁ ବିଜେଡିର ନେତା ଓ ମନ୍ତ୍ରୀ କାହିଁକି ଆଗକୁ ଆସିଲେ ତାହା ସନ୍ଦେହକୁ ବଢ଼ାଇ ଦେଇଛି । ଆକ୍ଷେପ ପରେ ଉଭୟ ନେତାଙ୍କ କଥାକୁ ଗୁରୁତ୍ୱ ନଦେବାକୁ କହିଛନ୍ତି ସୌମ୍ୟ ରଞ୍ଜନ । ଏଥିସହ ସେମାନେ କେମିତି ଅସହାୟ ହୋଇପଡିଛନ୍ତି ତାହା ସ୍ପଷ୍ଟ ହୋଇଛି ବୋଲି ସେ ମତ ରଖିିଛନ୍ତି । କହିଛନ୍ତି, ଦୁଇ ନେତା ମନରୁ କିଛି କହି ନାହାନ୍ତି ନିଜର ପେଟପାଟଣାକୁ ବଂଚାଇବା ପାଇଁ ଉପରୁ ଯାହା ଆଦେଶ ଆସିଛି ତାହା କହିଛନ୍ତି । ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ଚାପରେ ସେମାନେ କହୁଛନ୍ତି । ତେବେ ସେ ନିଜ ପାଇଁ ନୁହେଁ ବରଂ ରାଜ୍ୟର ସ୍ୱାର୍ଥ ପାଇଁ ଲଢ଼େଇ କରୁଛନ୍ତି ।

ସଚିବଙ୍କ ସୁରକ୍ଷାରେ ବିଜେଡି ବିଧାୟକ ଓ ମନ୍ତ୍ରୀ ବାହାରିବା ପରେ, ସମାଲୋଚନା କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ସୌମ୍ୟ ବାବୁ ଯେଉଁ ପ୍ରସଙ୍ଗ ଉଡଠାଇଛନ୍ତି, ତାହା ଯୁକ୍ତିଯୁକ୍ତ । ପାଣ୍ଡିଆନଙ୍କୁ ନେଇ ସେ ଯେଉଁ ପ୍ରଶ୍ନ ପଚାରିଥିଲେ ତାର ଉତର କାହିଁକି ଦେଉନି ବିଜେଡି? ସେହିପରି ପିିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତ, ସୌମ୍ୟରଞ୍ଜନ ଯାହା କହୁଛନ୍ତି ତାହା ଠିକ୍ । ବିଜେଡି ଓ ଫାଇଭ-ଟି କ’ଣ କରୁଛନ୍ତି ତାହା ଓଡ଼ିଶା ଦେଖୁଛି ଏବଂ ରାଜନୀତିରେ ବ୍ୟକ୍ତିଗତ ଆକ୍ରୋଶମୂଳକ ମନୋଭାବ ରଖିବା ଠିକ୍ ନୁହେଁ ।

କେବଳ ବିରୋଧୀ ରାଜନୈତିକ ଦଳ ନୁହେଁ, ସୌମ୍ୟଙ୍କୁ ବିଜେଡିର ନେତାମାନେ ଅଚାନକ ଟାର୍ଗେଟ କରିବାକୁ ନେଇ ସାଧାରଣରେ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି । ସୌମ୍ୟ ବାବୁ ପଚାରିଥିବା ପ୍ରଶ୍ନର ଉତର ନଦେଇ ବିଜେଡି ନେତାମାନେ ବ୍ୟକ୍ତିଗତ ଭାବେ, ତାଙ୍କୁ କାହିଁକି ଟାର୍ଗେଟ କରୁଛନ୍ତି ସେ ନେଇ ଲୋକଙ୍କ ଭିତରେ ସନ୍ଦେହ ସୃଷ୍ଟି ହୋଇଛି । ପ୍ରଶ୍ନ ଉଠୁଛି.
ସାଧାରଣରେ ସନ୍ଦେହ..

-ସୌମ୍ୟବାବୁ କେବେ ଏହି ଦୁଇ ନେତାଙ୍କୁ ମନ୍ତ୍ରୀ ହେବାକୁ ଗୁହାରି କରିଥିଲେ କି?
-ମନ୍ତ୍ରୀ ପଦ ନମିଳିଲେ ସେ ସରକାରଙ୍କୁ ବ୍ଲାକମେଲ କରିବେ ବୋଲି କେବେ କହିଥିଲେ କି?
- ଯଦି ସେମିତି କିଛି ହୋଇଥିଲା ତାହେଲେ ଆଜି ପର୍ଯ୍ୟନ୍ତ ଚୁପ୍ ରହିଥିଲେ କାହିଁକି?