ଉଭୟ ମସ୍କୋ ଏବଂ ପ୍ୟୋଙ୍ଗୟାଙ୍ଗ କୌଣସି ପ୍ରକର ଅସ୍ତ୍ର କାରବାରକୁ ଅସ୍ୱୀକାର କରିଛନ୍ତି କିନ୍ତୁ ଗତ ବର୍ଷ ନିଜର ସୈନ୍ୟ ସମ୍ବନ୍ଧକୁ ଆହୁରି ଦୃଢ କରିବାକୁ ଶପଥ ନେଇଥିଲେ ।
ରୁଷ-ୟୁକ୍ରେନ ଯୁଦ୍ଧ: ଏହି ଯୁଦ୍ଧରେ ରୁଷ, ଉତ୍ତର କୋରିଆ ନିର୍ମିତ ଅସ୍ତ୍ର ବ୍ୟବହାର କରୁଛି କି ? ଏହି ପ୍ରଶ୍ନ ପୁଣି ଥରେ ମୁଣ୍ଡ ଟେକିଛି । ବାସ୍ତବରେ ଆମେରିକାର ହ୍ଵାଇଟ ହାଉସର ପୂର୍ବ ଦାବିକୁ ନିଶ୍ଚିତ କରି କିଭର ଜଣେ ବରିଷ୍ଠ ଅଧିକାରୀ ଶୁକ୍ରବାର ଦିନ କହିଛନ୍ତି ଯେ ଆକ୍ରମଣ ସମୟରେ ରୁଷ ପ୍ରଥମ ଥର ପାଇଁ ଉତ୍ତର କୋରିଆ ନିର୍ମିତ ମିସାଇଲ୍ ଦ୍ଵାରା ୟୁକ୍ରେନ ଉପରେ ଆକ୍ରମଣ କରିଛି ।
ରୟଟର୍ସ ରିପୋର୍ଟ ଅନୁସାରେ କୀଭ ଅଧିକାରୀ ପୋଡୋଲିୟକ୍ କହିଛନ୍ତି ଯେ “ରୁଷ ଏବେ ସମ୍ପୂର୍ଣ ଭାବେ ଖୋଲାଖୋଲି ଉତ୍ତର କୋରିଆରୁ ମିଳିଥିବା କ୍ଷେପଣାସ୍ତ୍ର ଦ୍ଵାରା ପ୍ରଥମଥର ପାଇଁ ୟୁକ୍ରେନ ଉପରେ ଆକ୍ରମଣ କରିଛି । ୟୁକ୍ରେନର ଜନବସତି ପୂର୍ଣ ଅଞ୍ଚଳରେ ଆକ୍ରମଣ କରିଥିଲା। 'ତଥାପି ସେ କ୍ଷେପଣାସ୍ତ୍ରଗୁଡିକ ଉତ୍ତର କୋରିଆ ବୋଲି ପ୍ରମାଣ ଦେଇନାହାଁନ୍ତି।
ପୋଡୋଲିୟକ୍ କହିଛନ୍ତି ଯେ ରୁଷ ଏପରି ଏକ ଦେଶରୁ ମିଳିଥିବା କ୍ଷେପଣାସ୍ତ୍ର ଦ୍ଵାରା ୟୁକ୍ରେନ ଉପରେ ଆକ୍ରମଣ କରୁଛି ଯେଉଁଠାରେ ଏକ ଅଣ ପଞ୍ଜୀକୃତ ରେଡ଼ିଓ ରଖିବା, ପର୍ଯ୍ୟଟକଙ୍କ ସହିତ କଥାବାର୍ତ୍ତା କରିବା, ଏକ ଟିଭି ସୋ ଦେଖିବା ପାଇଁ ନାଗରିକମାନଙ୍କୁ ନିର୍ଯାତନା ଶିବିରରେ ବନ୍ଦୀ ହେଇ ରହିବାକୁ ପଡୁଛି ।'
ୟୁକ୍ରେନ ଉପରେ ରୁଷିଆ ଉତ୍ତର କୋରିଆ ଯୋଗାଇଥିବା ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଛି କି ନାହିଁ ଆମେରିକାର ଏହି ଦାବି ଉପରେ କ୍ରେମଲିନ୍ କୌଣସି ପ୍ରତିକ୍ରିୟା ଦେଇ ନାହିଁ।
ଖାର୍କିଭ ଆଞ୍ଚଳିକ ଗଭର୍ନରଙ୍କ ଦାବି
ଏହାପୂର୍ବରୁ ଶୁକ୍ରବାର ଦିନ ଖାର୍କିଭ ଆଞ୍ଚଳିକ ଗଭର୍ନର କହିଛନ୍ତି ଯେ ଉତ୍ତର କୋରିଆ ନିର୍ମିତ କ୍ଷେପଣାସ୍ତ୍ର ଡିସେମ୍ବର ଶେଷ ତଥା ଜାନୁଆରୀ ଆରମ୍ଭରେ ଏହି ପ୍ରଦେଶକୁ ନିଆଯାଇଥିଲା । ତେବେ ଖାର୍କିଭ ଆଞ୍ଚଳିକ ଅଭିଯୋଜକମାନେ କହିଛନ୍ତି ଯେ ମଙ୍ଗଳବାର ଦିନ ପ୍ରାଦେଶିକ ରାଜଧାନୀ ଉପରେ ଆକ୍ରମଣ କରିବା ପାଇଁ ରୁଷ ବ୍ୟବହାର କରିଥିବା ତିନୋଟି କ୍ଷେପଣାସ୍ତ୍ରର ଉତ୍ପତ୍ତି ତାଙ୍କ ଦେଶ ଯାଞ୍ଚ କରୁଛି । ତାଙ୍କ ବିବୃତ୍ତିରେ ଉତ୍ତର କୋରିଆର ନାମ ନିଆ ଯାଇନାହିଁ । ଆଟର୍ନି କାର୍ଯ୍ୟାଳୟ କହିଛି ଯେ ଖାର୍କିଭ ସହରରେ ହୋଇଥିବା ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬୨ ଜଣ ଆହତ ହୋଇଛନ୍ତି ।
ୟୁକ୍ରେନର ବାୟୁସେନା ଶୁକ୍ରବାର ଦିନ କହିଛି ଯେ ଏହା ଏପର୍ଯ୍ୟନ୍ତ କ୍ଷେପଣାସ୍ତ୍ର ଉତ୍ପାଦନ କରୁଥିବା ଦେଶକୁ ନିଶ୍ଚିତ କରିପାରି ନାହିଁ । ଆମେରିକା ମଧ୍ୟ ଏହା ସ୍ପଷ୍ଟ କରିନାହିଁରିପୋର୍ଟ ଅନୁଯାୟୀ, ପ୍ୟୋଙ୍ଗୟାଙ୍ଗ ରୁଷକୁ କେଉଁ ପ୍ରକାରର କ୍ଷେପଣାସ୍ତ୍ର ପଠାଇଛି ତାହା ଆମେରିକା ସ୍ପଷ୍ଟ ଭାବେ କହି ନାହିଁ । ଆମେରିକାର ମୁଖପାତ୍ର ଜନ୍ କିର୍ବି କହିଛନ୍ତି ଯେ ସେହି କ୍ଷେପଣାସ୍ତ୍ରର ପରିସର ପ୍ରାୟ ୯୦୦ କିଲୋମିଟର (୫୫୦ ମାଇଲ୍) ଅଟେ। ସେ ତାହାକୁ KN-23 ଏବଂ KN-25 ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର (SRBMs) ବୋଲି ଦର୍ଶାଇ ଏକ ଗ୍ରାଫିକ୍ ପ୍ରକାଶ କରିଥିଲେ ।
୨୦୦୬ ମସିହାରେ ପରମାଣୁ ବୋମା ପରୀକ୍ଷା କରିବା ପରଠାରୁ ଉତ୍ତର କୋରିଆ ଅସ୍ତ୍ରଶସ୍ତ୍ର ଉପରେ ମିଳିତ ଜାତିସଂଘ ପ୍ରତିବନ୍ଧକ ଲଗାଇଛି। ଜାତିସଂଘ ସୁରକ୍ଷା ପରିଷଦର ସଂକଳ୍ପ – ରୁଷ ର ସମର୍ଥନ ସହିତ ଅନୁମୋଦିତ - ଦେଶମାନଙ୍କୁ ଉତ୍ତର କୋରିଆ ସହିତ ଅସ୍ତ୍ରଶସ୍ତ୍ର କିମ୍ବା ଅନ୍ୟାନ୍ୟ ସାମରିକ ଉପକରଣ କାରବାର ଉପରେ ପ୍ରତିବନ୍ଧକ ଲଗାଯାଇଛି । ନଭେମ୍ବରରେ, ଦକ୍ଷିଣ କୋରିଆର ଅଧିକାରୀମାନେ କହିଛନ୍ତି ଯେ ଉତ୍ତର କୋରିଆ ଏକ ବୃହତ ଅସ୍ତ୍ର କାରବାରର ଅଂଶ ଭାବରେ ରୁଷକୁ SRBM ଯୋଗାଇ ଦେଇଥାଇପାରେ ଯେଉଁଥିରେ ଆଣ୍ଟି ଟ୍ୟାଙ୍କ ଏବଂ ଆଣ୍ଟି ଏୟାର ମିସାଇଲ, ଆର୍ଟିଲିରି ଏବଂ ମୋର୍ଟାର ସେଲ ଏବଂ ରାଇଫଲ ମଧ୍ୟ ରହିଥିଲା ।ଉଭୟ ମସ୍କୋ ଏବଂ ପ୍ୟୋଙ୍ଗୟାଙ୍ଗ କୌଣସି ପ୍ରକାର ଅସ୍ତ୍ର କାରବାରକୁ ଅସ୍ୱୀକାର କରିଛନ୍ତି କିନ୍ତୁ ଗତ ବର୍ଷ ସେମାନେ ନିଜର ସୈନ୍ୟ ସମ୍ବନ୍ଧକୁ ଆହୁରି ଗଭୀର କରିବାକୁ ଶପଥ ନେଇଥିଲେ।