କନକ ବ୍ୟୁରୋ : ଏବେ ଏବେ ଜାତୀୟ ଗଣମାଧ୍ୟମରେ ଏକ ଖବର ପ୍ରକାଶ ପାଇଥିଲା କି, ବିହାରର ଜଣେ ଯୁବକ ବିଶ୍ୱର ସବୁଟାରୁ ବଡ ସର୍ଚ୍ଚ ଇଞ୍ଜିନ ଗୁଗୁଲକୁ ହ୍ୟାକ କରିଥିବା ବିହାରର ଜଣେ ଯୁବକଙ୍କୁ ଗୁଗୁଲ ତରଫରୁ ମୋଟା ବେତନରେ ଚାକିରି ମିଳିଛି । ଏନେଇ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ଖବରଟି ବେସ୍ ଭାଇରାଲ ହୋଇଥିଲା । ବାସ୍ତବ କଥା ହେଉଛି ଯେ ପ୍ରତିଟି କମ୍ପାନୀ ସେମାନଙ୍କର ଭୁଲ ଧରୁଥିବା ଲୋକଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରିଥାନ୍ତି , ହେଲେ ଗୁଗୁଲର ଭୁଲ ଧରିବା ଓ ସର୍ଚ୍ଚ ଇଞ୍ଜିନକୁ ହ୍ୟାକ କରିବା ପରେ କମ୍ପାନୀ ତରଫରୁ ତାଙ୍କୁ ମୋଟା ବେତନରେ ଚାକିରି ଦିଆଯିବା କଥା ଉପରେ ସ୍ପଷ୍ଟ କରିଛନ୍ତି ସଂପୃକ୍ତ ଯୁବକ ଋତୁରାଜ ।
ଋତୁରାଜ କହିଛନ୍ତି କି ଗୁଗୁଲ ସର୍ଚ୍ଚ ଇଞ୍ଜିନର ଏକ ଭୁଲ ଧରିଥିଲେ , ଯାହାକି ଗୋପନୀୟତା-୨ ରେ ରହିଛି । ହେଲେ ଏନେଇ ଯେଉଁ ଗୁଜବ ପ୍ରଚାର ହୋଇଛି ତାହାକୁ ସେ ଖଣ୍ଡନ କରିଛନ୍ତି । ସେ କହିଛନ୍ତି କି ସୋସିଆଲ ମିଡିଆ ଓ କିଛି ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା କି ଏଥିପାଇଁ ଗୁଗୁଲ ତରଫରୁ ତାଙ୍କୁ ବାର୍ଷିକ ୩.୩୬ କୋଟି ଟଙ୍କା ଦରମାରେ ଏକ ଚାକିରି ଦିଆଯାଇଛି । ଏହାକୁ ଅସ୍ୱିକାର କରିଛନ୍ତି ଋତୁରାଜ ।
ସେ କହିଛନ୍ତି କି ଏଭଳି କିଛି ହୋଇ ନାହିଁ । ସେ ଆହୁରି କହିଛନ୍ତି କି ସର୍ଚ୍ଚ ଇଞ୍ଜିନରେ କିଛି ଭୁଲ ଧରିବା ଓ ହ୍ୟାକ କରିବା ମଧ୍ୟରେ ଅନେକ ପାର୍ଥକ୍ୟ ରହିଛି । ଏହାସହ ରାତାରାତି ପାସପୋର୍ଟ ତିଆରି ହୋଇଥିବା କଥାକୁ ବି ସେ ଖଣ୍ଡନ କରି କହିଛନ୍ତି କି ଏପର୍ଯ୍ୟନ୍ତ ତାଙ୍କର ପାସପୋର୍ଟ ପ୍ରସ୍ତୁତ ହୋଇ ନାହିଁ । ଏହାସହ ଗୁୁଗୁଲ କେବଳ ତାଙ୍କ ନାମରେ ଏକ ମେସନ କରିଛି ଓ ପୁରସ୍କାର ବି ଦେଇନାହିଁ ।
Follow Us