୭୦ ବର୍ଷରେ ଭାରତ ! କଣ ଗାନ୍ଧୀଙ୍କ ନିକଟରେ ଦେଶ ବିଭାଜନର ପୂରା ସତ୍ୟତା ଲୁଚାଇଥିଲେ ନେହରୁ ଏବଂ ପଟେଲ୍ ?

109

କନକ ବ୍ୟୁରୋ : ଭାରତର ସ୍ୱତନ୍ତ୍ରତାର ପୁଣି ଗୋଟିଏ ବର୍ଷ ପୂରଣ ହେବାକୁ ଯାଉଛି । ଅର୍ଥାତ୍ ୭୦ତମ ସ୍ୱାଧିନତା ଦିବସ ଆଉ କିଛି ଦିନ ପରେ ସମଗ୍ର ଭାରତ ବର୍ଷରେ ପାଳିତ ହେବ । ପ୍ରତିବର୍ଷ ଭାରତବର୍ଷ ଯେତେବେଳେ ନିଜ ସ୍ୱତନ୍ତ୍ରତାର ବାର୍ଷିକ ଉତ୍ସବ ପାଳନ କରେ ସେତେବଳେ ଏହାର ମାତ୍ର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଅଗଷ୍ଟ ୧୪, ୧୯୪୭କୁ ବି ଦେଶ ମନେ ପକାଇଥାଏ । କାରଣ ଏହି ଦିନରେ ହିଁ ଭାରତକୁ ଦୁଇ ଭାଗରେ ବିଭକ୍ତ କରି ଦିଆଯାଇଥିଲା ।

ତେବେ ଭାରତ ବିଭାଜନକୁ ନେଇ ଇତିହାସକାରୀମାନେ ଅନେକଗୁଡିଏ ପୁସ୍ତକମାନ ରଚନା କରିଛନ୍ତି । ଯେଉଁଥିରେ ସେହି ସମୟର ସମସ୍ତ ଘଟଣାବଳୀକୁ ନିଜ ନିଜ ଦୃଷ୍ଟିକୋଣ ହିସାବରେ ବର୍ଣ୍ଣନା କରିଛନ୍ତି । ବିଭାଜନ ପରେ ପରେ ଦେଶ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ହତ୍ୟା ଭଳି ଦୁଃଖକୁ ସାମ୍ନା କରିବାକୁ ପଡିଥିଲା । ହିନ୍ଦୁ ଚରମପନ୍ଥୀ ନାଥୁରାମ ଗୋଡସେ ଗାନ୍ଧୀଙ୍କ ହତ୍ୟା ଏଥିପାଇଁ କରିଥିଲେ କାରଣ, ତାଙ୍କୁ ଲାଗିଥିଲା କି ଗାନ୍ଧୀ ଭାରତର ବିଭାଜନକୁ ବିରୋଧ କରି ନଥିଲେ , ଯାହାକି ତାଙ୍କ ଦ୍ୱାରା ସମ୍ଭବ ହୋଇ ପାରିଥାନ୍ତା ।

ମହାନ ସମାଜବାଦୀ ନେତା ଡଃ. ରାମ ମନୋହର ଲୋହିଆଙ୍କ ଲିଖିତ ପୁସ୍ତକ ‘ଭାରତ ବିଭାଜନର ଗୁଣ ହଜାର’ରେ ଦର୍ଶାଇଛନ୍ତି କି ପଣ୍ଡିତ ଜବାହର ଲାଲ ନେହରୁ ଏବଂ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ମିଶି ମହାତ୍ମା ଗାନ୍ଧୀଙ୍କୁ ଭାତର ବିଭାଜନ ସଂପର୍କିତ ପର୍ଯ୍ୟାପ୍ତ ତଥ୍ୟ ଲୁଚାଇ ରଖିଥିଲେ ବୋଲି । ଖାଲି ସେତିକି ନୁହେଁ ଉକ୍ତ ପୁସ୍ତକରେ ଲୋହିଆ କଂଗ୍ରେସ କାର୍ଯ୍ୟକାରିଣୀ ସମିତିର ସେହି ବୈଠକ ସଂପର୍କରେ ବିସ୍ତାର ଭାବେ ଆଲୋଚନା କରିଛନ୍ତି, ଯେଉଁମାନେ କି ଦେଶର ବିଭାଜନ ଯୋଜନାକୁ ସ୍ୱୀକୃତି ଦେଇଥିଲେ ।

ଲୋହିଆଙ୍କ ସୂଚନା ମୁତାବକ, ଏହି ବୈଠକରେ ଗାନ୍ଧୀ ନେହରୁ ଏବଂ ପଟେଲଙ୍କଠାରେ ଅଭିଯୋଗ କରି କହିଥିଲେ କି ତାଙ୍କୁ ବିଭାଜନ ସଂପର୍କରେ ସଠିକ୍ ତଥ୍ୟ ଦିଆଯାଇ ନାହିଁ ବୋଲି । ଏହାର ଜବାବରେ ନେହରୁ ମହାତ୍ମା ଗାନ୍ଧୀଙ୍କ କଥାକୁ ମଝିରୁ କାଟିବାକୁ ଯାଇ କହିଥିଲେ କି ସେ ଗାନ୍ଧୀଙ୍କୁ ଏସଂପର୍କରେ ଲଗାତର ଭାବେ ସୂଚନା ଦେଇଆସୁଛନ୍ତି ବୋଲି ।

ଲୋହିଆଙ୍କ ସୂଚନା ମୁତାବକ, ମହତ୍ମା ଗାନ୍ଧୀ ପୁଣି ଥରେ ସେହି କଥାକୁ ବୈଠକରେ ଉଠାଇଥିଲେ କି ତାଙ୍କୁ ଭାରତ ବିଭାଜନ ଯୋଜନା ସଂପର୍କରେ କୌଣସି ତଥ୍ୟ ମିଳିନାହିଁ ବୋଲି , ମାତ୍ର ଶ୍ରୀ ନେହରୁ ନିଜର ପୂର୍ବ କଥାକୁ ସାମାନ୍ୟ ପରିବର୍ତ୍ତନ କରି କହିଥିଲେ କି, ନୋଆଖାଲି ଏତେ ଦୂରରେ ରହିଛି କି ସେ ସେହି ଯୋଜନା ସଂପର୍କରେ ବିସ୍ତାର ଭାବେ ସୂଚନା ଦେଇ ପାରି ନଥିଲେ । ସେ ଗାନ୍ଧୀଙ୍କୁ ଭାରତ ବିଭାଜନ ସଂପର୍କରେ ମୋଟାମୋଟି ଭାବେ ଲେଖି ଜଣାଇ ଦେଇଥିଲେ ବୋଲି । ବୈଠକ ସଂପର୍କରେ ଆଲୋଚନା କରିବାକୁ ଯାଇ ଲୋହିଆ ଆଗକୁ ଲେଖନ୍ତି କି, ଏହି ବୈଠକରେ ଶ୍ରୀ ନେହରୁ ଏବଂ ପଟେଲ, ଗାନ୍ଧୀଙ୍କ ପ୍ରତି ଆକ୍ରାମକ ରୋଷ ଦେଖାଇଚାଲିଥିଲେ ।