କନକ ବ୍ୟୁରୋ: ଉତ୍ତରପ୍ରଦେଶର ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦର ଘନିଷ୍ଠ ସହଯୋଗୀ ଗୁଡ୍ଡୁ ମୁସଲିମକୁ ନେଇ ବଡ଼ ଖବର ମିଳିଛି । ଗୁଡ୍ଡୁ ମୁସଲିମ ଓଡ଼ିଶା ଆସିଥିବା କୁହାଯାଉଛି । ତେବେ ଗୁଡ୍ଡୁ ମୁସଲିମ୍ ନିଜେ ଓଡ଼ିଶା ଆସିଥିଲା ନା ସହଯୋଗୀଙ୍କୁ ପଠାଇଥିଲା ତାହାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି । ଗୁଡ୍ଡୁ ମୁସଲିମ୍ ପୁରୀ ଆସିଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ତେବେ ପୁରୀ ଏସପି କହିଛନ୍ତି ସେ ନେଇ କୌଣସି ଖବର ନାହିଁ । କୁହାଯାଉଛି ସହଯୋଗୀଙ୍କୁ ମୋବାଇଲ ଦେଇ ଭୁଆଁ ବୁଲାଉଛି ଗୁଡ୍ଡୁ ମୁସଲିମ୍ । କର୍ଣ୍ଣାଟକରେ ଗୁଡ୍ଡୁ ମୁସଲିମ୍ର ଶେଷ ଲୋକେସନ ଦେଖାଇଥିଲା । ବିଭିନ୍ନ ଜାଗାରେ ତାର ଲୋକେସନକୁ ନେଇ ସନ୍ଦେହ ବଢିବାରେ ଲାଗିଛି । ପୋଲିସକୁ ଚକମା ଦେବାକୁ ଗୁଡ୍ଡୁ ମୁସଲିମ୍ ଏପରି କରିଥାଇପାରେ ବୋଲି ସନ୍ଦେହ କରାଯାଉଛି । କୁହାଯାଉଛି ଗୁଡ୍ଡୁ ମୁସଲିମ୍ ଓ ଅତିକ୍ ଅହମ୍ମଦର ସ୍ତ୍ରୀ ସାଇସ୍ତା ଏକାଠି ଅଛନ୍ତି । ଏବଂ ଦିଲ୍ଲୀ କିମ୍ବା ଗୁଜରାଟରେ ଆତ୍ମସମର୍ପଣ କରିପାରନ୍ତି । ତେବେ ଏହା ପୂର୍ବରୁ ଏସଟିଏଫ୍ ଏମାନଙ୍କୁ ଧରିବାକୁ  ସବୁ ପ୍ରକାର ପ୍ରୟାସ ଚଳାଇଛି ।

Advertisment

କିଏ ଏହି ଗୁଡ୍ଡୁ ମୁସଲିମ୍?

  • ଅତିକ୍ ଅହମ୍ମଦର ଘନିଷ୍ଠ ସହଯୋଗୀ ଗୁଡ୍ଡୁ ମୁସଲିମ୍
  • ଉମେଶ ପାଲ ହତ୍ୟାକାଣ୍ଡ ଘଟଣାର ଅନ୍ୟତମ ଅଭିଯୁକ୍ତ
  • ଅପରାଧ ଦୁନିଆରେ ‘ଗୁଡ୍ଡୁ ବମବାଜ’ ନାଁରେ ପରିଚିତ
  • ବୋମା ତିଆରି କରିବାରେ ପାରଙ୍ଗମ ଗୁଡ୍ଡୁ ମୁସଲିମ୍
  • ବୋମା ଫିଙ୍ଗିବା ସହ ଗୁଳିକରିବାରେ ମାହିର ଗୁଡ୍ଡୁ
  • ୟୁପିର ଅନେକ ଗ୍ୟାଙ୍ଗଷ୍ଟରଙ୍କ ପାଇଁ କାମ କରିଛି
  • ମାତ୍ର ୧୫ବର୍ଷ ବୟସରେ ଅପରାଧ ଦୁନିଆରେ ସାମିଲ ହୋଇଥିଲା
  • ପ୍ରଥମେ ଛୋଟ ଛୋଟ ଅପରାଧରେ ସାମିଲ ଥିଲା
  • ପରେ ବଡ଼ ବଡ଼ ଗ୍ୟାଙ୍ଗଷ୍ଟରଙ୍କ ପାଇଁ କାମ କରିବା ଆରମ୍ଭ କରିଦେଇଥିଲା
  • ୟୁପିରେ ଘଟୁଥିବା ବଡ଼ ବଡ଼ ଅପରାଧରେ ଗୁଡ୍ଡୁର ସମ୍ପୃକ୍ତି ରହିିଛି
  • ବିହାରର ମାଫିଆଙ୍କ ପାଇଁ ବି କାମ କରୁଥିଲା