ଆରୟନଙ୍କ ସହ ଡ୍ରଗ୍ସ ଲିଙ୍କ୍ ନେଇ ଅଡୁଆରେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ । ଜେରା ବେଳେ ଗୁଡାଇ ତୁଡାଇ ପ୍ରଶ୍ନ କଲା ଏନସିବି ।

124

କନକ ବ୍ୟୁରୋ : ଡ୍ରଗ୍ସ ମାମଲାରେ ଏନସିବି ଫାସରେ ପଡୁଛନ୍ତି ବଲିଉଡର ଷ୍ଟାର । ଆରୟନ୍ ଖାନଙ୍କ ଫୋନରେ ଥିବା ଚାଟ୍ସ ଡିଟେଲ୍ସକୁ ଆଧାର କରି ଏନସିବି ଏବେ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ଟାର୍ଗେଟ କରିଛି । ଲଗାତାର ଦୁଇ ଦିନ ଧରି ଅନନ୍ୟାଙ୍କୁ ଜେରା କରିଛି ଏନସିବି । ତେବେ ଜେରା ପୂର୍ବରୁ ଅନନ୍ୟା ନିଜ ଫୋନରୁ ଅନେକ ଗୁରୁତ୍ୱପୂର୍ଣ୍ଣ ଚାଟ୍ସ ଡିଲେଟ୍ କରିଦେଇଥିବା ଏନସିବି ପକ୍ଷରୁ ସୂଚନା ମିଳିଛି । ଆସନ୍ତା ସୋମବାର ପୁଣିଥରେ ପ୍ରଶ୍ନୋତ୍ତର ପାଇଁ ଏନସିବି କାର୍ଯ୍ୟାଳୟରେ ହାଜର ହେବେ ଅନନ୍ୟା ।

ଆରୟନ-ଅନନ୍ୟାଙ୍କ ଭିତରେ ଡ୍ରଗ୍ସ ଲିଙ୍କ! ଏନସିବି କରୁଛି ଜେରା । ଆରୟନ୍ ଖାନଙ୍କ ସହ ଡ୍ରଗ୍ସ ଲିଙ୍କ ଥିବା ନେଇ ଏବେ ଅଡୁଆରେ ପଡିଛନ୍ତି ଅଭିନେତ୍ରୀ ଅନନ୍ୟା ପାଣ୍ଡେ । ଲଗାତାର ଦୁଇ ଦିନ ଧରି ଏନସିବି ଅଧିକାରୀଙ୍କ ପ୍ରଶ୍ନକୁ ସାମ୍ନା କରିବାକୁ ପଡିଛି ଏହି ବଲିଉଡ୍ ନାୟିକାଙ୍କୁ । ତେବେ ଜେରା ପାଇଁ ଏନସିବି ଅଫିସରେ ବିଳମ୍ବରେ ପହଞ୍ଚିଥିବାରୁ ଅନନ୍ୟାଙ୍କ ଉପରେ ବର୍ଷିଛନ୍ତି ଏନସିବି ଜୋନାଲ ଡିରେକ୍ଟର ସମୀର ୱାଙ୍ଖଡେ । ଅନନ୍ୟାଙ୍କୁ କହିଛନ୍ତି, ଏହା କୌଣସି ପ୍ରଡକ୍ସନ ହାଉସ ନୁହେଁ ଜାତୀୟ ତଦନ୍ତକାରୀ ସଂସ୍ଥା । ସେପଟେ ଆରୟନଙ୍କ ସହ ଡ୍ରଗ୍ସ ଲିଙ୍କ ନେଇ ଅନେକ ପ୍ରଶ୍ନ କରାଯାଇଛି ।

ଅନନ୍ୟାଙ୍କୁ ଏନିସିବି ଅଧିକାରୀଙ୍କ ପ୍ରଶ୍ନ:
– ଆରୟନଙ୍କ ସହ ଡ୍ରଗସ ବାବଦରେ କେତେଥର କଥା ହୋଇଛ ?
– ଆପଣଙ୍କୁ କେଉଁମାନେ ଡ୍ରଗ୍ସ ସପଲାଏ କରନ୍ତି ?
– କାହାଠାରୁ ସିଧାସଳଖ ଡ୍ରଗ୍ସ କିଣିଛନ୍ତି କି ?
– ଥରକେ କେତେ ପରିମାଣର ଡ୍ରଗସ କିଣନ୍ତି ?
– ଆପଣଙ୍କ ସହ ଆଉ କେଉଁମାନେ ଡ୍ରଗ୍ସ ସେବନ କରନ୍ତି ?
– ଡ୍ରଗସ କିଣିବା ପରେ କିପରି ପେମେଣ୍ଟ କରାଯାଏ ?
– ଇଲେକ୍ଟ୍ରୋନିକ୍ସ ପେମେଣ୍ଟ ଟ୍ରାନସଫର ନା ନଗଦ ?
– ଆପଣଙ୍କୁ ଡ୍ରଗ୍ସ ଯୋଗାଉଥିବା ଲୋକ ନାମ କଣ ?

ଏନସିବିର ଏଭଳି ଅନେକ ପ୍ରଶ୍ନରେ ଛନ୍ଦି ହୋଇ ପଡିଥିଲେ ଅନନ୍ୟା । ତେବେ ପ୍ରାୟ ସବୁ ପ୍ରଶ୍ନରେ ଅନନ୍ୟା କେବଳ ଏତିକି ଉତର ଦେଇଥିଲେ,
– ମୁଁ କେବେ ଡ୍ରଗ୍ସ ସେବନ କରିନି
– ଆରୟନଙ୍କ ସହ ଡ୍ରଗ୍ସ ବିଷୟରେ କେବେ ବି ଆଲୋଚନା କରିନି

ଅଧିକ ତଦନ୍ତ ପାଇଁ ଏନସିବି ଅନନ୍ୟାଙ୍କୁ ତାଙ୍କ ଫୋନ୍ ଜମା କରିବା ପାଇଁ କହିଥିବା ସୂଚନା ମିଳିଛି । ତେବେ ଜେରା ପାଇଁ ପହଞ୍ଚିବା ପୂର୍ବରୁ ଅନନ୍ୟା ତାଙ୍କ ଫୋନରୁ ଅନେକ ଗୁରୁତ୍ୱପୂର୍ଣ୍ଣ ଚାଟ୍ସ ଡିଲିଟ୍ କରିଦେଇଥିବା ଏନସିବି ଅଭିଯୋଗ କରିଛି । ଘଟଣାର ଅଧିକ ତଦନ୍ତ ନେଇ ଆସନ୍ତା ସୋମବାର ପୁଣିଥରେ ଅନନ୍ୟାଙ୍କୁ ଜେରା କରାଯିବ ବୋଲି ଏନିସିବି କହିଛି । ସେପଟେ ଆରୟନ ଖାନଙ୍କ ଓକିଲ କହିଛନ୍ତି ଆରୟନଙ୍କ ଫୋନରେ ଥିବା ଚାଟକୁ ଭୁଲ ବୁଝି ତାକୁ ଡ୍ରଗ୍ସ ମାମଲା ସହ ଯୋଡୁଛି ଏନସିବି । ଦେଖାଯାଉ ଏହି ମାମଲା ଆଗକୁ କେଉଁ ମୋଡ ନେଉଛି ।