କନକ ବ୍ୟୁରୋ: ଅକ୍ଷୟ କୁମାର ମହାରଣ । ଏହି ନାଁରେ ସେ ଯେତିକି ପରିଚିତ ନଥିଲେ, ତାଠୁ ଅଧିକ, ଡିଜେ ଆଜେକ୍ସ ଭାବେ ଲୋକପ୍ରିୟ ଥିଲେ । ତାଙ୍କ ସହ ପରିଚତ ଥିବା କୌଣସି ଲୋକ ଏବେ ବି ବିଶ୍ୱାସ କରୁନାହାଁନ୍ତି ଯେ, ଆଜେକ୍ସଙ୍କ ମୃତ୍ୟୁ ହୋଇସାରିଛି । ଭୁବନେଶ୍ୱର ଖାରବେଳ ନଗର ସ୍ଥିତ ତାଙ୍କ ଘରୁ ଝୁଳନ୍ତା ଅବସ୍ଥାରେ ଅକ୍ଷୟ ମହାରଣାଙ୍କ ମୃତଦେହ ଉଦ୍ଧାର ହୋଇଛି । ହେଲେ ଏହି ମୃତ୍ୟୁ ପରେ ଜଣେ ଯୁବତୀ ଏବଂ ଏକ ପ୍ରେମକାହାଣୀର ଚର୍ଚ୍ଚା ହେଉଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ଅକ୍ଷମଙ୍କ ମୃତ୍ୟୁ ପରେ ଯେଉଁ ଯୁବତୀଙ୍କୁ ନେଇ ସବୁଠୁ ହେଉଛି, ସେହି ଯୁବତୀଙ୍କ ସହ ଏକାଠି ବୁଲୁଥିଲେ ଅକ୍ଷୟ । ଅକ୍ଷୟଙ୍କ ପରିବାର ଓ ସାଙ୍ଗ ମାନଙ୍କ କହିବା ଅନୁସାରେ, ପାର୍କ ଯାଉଥିଲେ, ହୋଟେଲରେ ଖାଉଥିଲେ । ଏମିତି ନିବିଡ଼ ସମ୍ପର୍କ ଥିଲା ଯେ, ଅସୁବିଧା ସମୟରେ ଏହି ଯୁବତୀଙ୍କ ପାଖରେ ଠିଆ ହୋଇଯାଉଥିଲେ ଅକ୍ଷୟ । ସଂପୃକ୍ତ ଯୁବତୀଙ୍କ ଜନ୍ମଦିନରେ ଏକାଠି ଜନ୍ମଦିନ ପାଳନ କରୁଥିବାରୁ ଚିତ୍ର ମଧ୍ୟ ସାମ୍ନାକୁ ଆସିଛି । ୱାର୍ଟ୍ସଆପ୍ ଜରିଆରେ ପରସ୍ପର କରୁଥିବା ଚାର୍ଟର୍ ହିଁ ଘନିଷ୍ଠତାକୁ ପ୍ରମାଣିତ କରୁଛି । ହେଲେ ଯବୁତୀଙ୍କ ସାଙ୍ଗ ଏଥିରେ ପ୍ରବେଶ କରିଥିବା ପରେ ସ୍ଥିତି ବଦଳି ଯାଇଥିବା ଅଭିଯୋଗ ହୋଇଛି ।
ଅଭିଯୋଗ ଅନୁସାରେ, ଏହି ଯୁବତୀଙ୍କ ସାଙ୍ଗ ଥିବା ରଶ୍ମୀ ନାମକ ଜଣେ ଯୁବକ, ଅକ୍ଷୟଙ୍କୁ ବିଭିନ୍ନ ଭିଡିଓ ଓ ଫଟୋକୁ ନେଇ ବାରମ୍ବାର ବ୍ଲାକ୍ମେଲ କରୁଥିଲେ । ଆଉ ଏହି କାରଣରୁ ଅକ୍ଷୟ ମାନସିକ ଚାପରେ ଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।
ବଡ଼ କଥା ହେଉଛି, ଏହି ଘଟଣାରେ ୩୦୬ ଦଫା ଲଗାଇଛି ଖାରବେଳ ନଗର ଥାନା ପୁଲିସ । ଅର୍ଥାତ୍ ଅକ୍ଷୟ ଏଭଳି ଚରମ ନିଷ୍ପତି ନେବା ପାଇଁ କେହି ଜଣେ ତାଙ୍କୁ ପ୍ରବର୍ତାଇଥିବା ଦିଗକୁ ଇସାରା କରୁଛି । ପୁଲିସ ସୂଚନା ଅନୁସାରେ, ଏହି ଘଟଣାସହ ସଂପୃକ୍ତ ଥିବା ସମସ୍ତଙ୍କୁ ତଦନ୍ତର ପରିସର ଭୁକ୍ତ କରାଯିବ ।
ଝୁଲନ୍ତା ଅବସ୍ଥାରେ ଅକ୍ଷୟଙ୍କ ଉଦ୍ଧାର କରାଯିବା ପରେ ଅକ୍ଷୟଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା । ସେଠି ଡାକ୍ତର ମୃତ ଘୋଷଣା କରିବା ପରେ କ୍ୟାପିଟାଲ ହସ୍ପିଟାଲରେ ଅକ୍ଷୟଙ୍କ ଶବବ୍ୟବଚ୍ଛେଦ କରାଯାଇଥିଲା । ହେଲେ ଅକ୍ଷୟଙ୍କ ମୃତ୍ୟୁକୁ ନେଇ ଏବେ ଘୁରି ବୁଲୁଛି ଅନେକ ପ୍ରଶ୍ନ ।