ଅଡିଓ ବୁକରେ ପାଠପଢୁଛନ୍ତି ଦିବ୍ୟାଙ୍ଗ ଛାତ୍ର : ‘ଉଇ ଫର ୟୁ’ ସଂସ୍ଥା ଆରମ୍ଭ କରିଛି ଅଡିଓ ବୁକରେ ପାଠପଢା ; ତାଲିମପ୍ରାପ୍ତ ଶିକ୍ଷକଙ୍କ ଦ୍ୱାରା ୟ୍ୟୁଟ୍ୟୁବ ଓ ଫେସବୁକ ମାଧ୍ୟମରେ ପଢାଯାଉଛି 

129
କନକ ବ୍ୟୁରୋ : କରୋନା କାଳରେ ଦିବ୍ୟାଙ୍ଗ ଛାତ୍ରଙ୍କ ଅଡ଼ିଓ ବୁକରେ ପାଠପଢା । କରୋନା ପାଇଁ ସ୍କୁଲ କଲେଜ ବନ୍ଦ ରହିଥିବା ବେଳେ ଅଭିଭାବକ ମାନେ ଚିନ୍ତାରେ ରହିଛନ୍ତି । ଛାତ୍ରଛାତ୍ରୀ ମାନେ ମଧ୍ୟ ପାଠପଢା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସାଧାରଣ ଛାତ୍ରଛାତ୍ରୀ ମାନେ ଅନଲାଇନ୍ ମାଧ୍ୟମରେ ପାଠପଢାରେ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନେ କିପରି ପାଠ ପଢିବେ ତାହା ମଧ୍ୟ ଅଉ ଏକ ଚିନ୍ତାର କାରଣ ପାଲଟିଛି ।
ତେଣୁ ‘ଉଈ ଫର ୟୁ’ ନାମକ ଏକ ସଂସ୍ଥା ଆରମ୍ଭ କରିଛି ଅଡ଼ିଓ ବୁକ୍ରେ ପାଠପଢା । ଦିଦ୍ୟାଙ୍ଗ ଛାତ୍ରଛାତ୍ରୀ ମାନେ ଏହା ଦ୍ୱାର ଉପକୃତ ହେବା ସହ ଅଡ଼ିଓ ମାଧ୍ୟମରେ ପାଠପଢିପାରିବେ । ତାଲିମପ୍ରାପ୍ତ ଶିକ୍ଷକ ମାନଙ୍କ ଦ୍ୱାରା କିଭଳି ପାଠପଢି ହେବ ତାକୁ ଅଡ଼ିଓ ମାଧ୍ୟରେ ପିଲାମାନଙ୍କ ନିକଟକୁ ଫେସବୁକ୍ ଏବଂ ୟୁଟ୍ୟୁବ୍ ମାଧ୍ୟମରେ ପାଠପଢାଯାଉଛି । କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବ୍ଲକ ଅଲଭା ଗାଁର ଦଶମ ଶ୍ରେଣୀର ଦିବ୍ୟାଙ୍ଗ ଛାତ୍ର ରାହୁଲ ପାତ୍ର ଏହି ଅଡ଼ିଓ ବୁକ୍ ମାଧ୍ୟମରେ ପାଠପଢି କିଛି ଉପକୃତ ହେଉଥିବା ମଧ୍ୟ କହିଛନ୍ତି ।