ପ୍ରତିକ୍ରିୟା ରଖିଲେ ଦିବ୍ୟ ଶଙ୍କର ମିଶ୍ର: କହିଲେ, ସନ୍ତୋଷ ସିଂ ସାଲୁଜାଙ୍କ ଅଭିଯୋଗ ହାସ୍ୟାସ୍ପଦ, ଏ ଘଟଣାରେ ମୋର ସମ୍ପୃକ୍ତି ନାହିଁ

189

କନକ ବ୍ୟୁରୋ: ସନ୍ତୋଷ ସିଂ ସାଲୁଜାଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଲେ ଦିବ୍ୟ ଶଙ୍କର ମିଶ୍ର । ଏନେଇ ସେ କହିଛନ୍ତି, କଣ୍ଟାବାଞ୍ଝି ବିଧାୟକ ଯେଉଁ ଅଭିଯୋଗ ଲଗାଇଛନ୍ତି ତାହା ହାସ୍ୟାସ୍ପଦ, ଦୁଃଭାର୍ଗ୍ୟଜନକ । ଆଉ ଏହି ଷଡଯନ୍ତ୍ର ବନ୍ଦ ହେଉ । ଏହି ଘଟଣାରେ ମୋର ସମ୍ପର୍କ ନାହିଁ, ବାରମ୍ବାର କହୁଛି ସବୁବେଳେ କହିବି ।

ସେ ଆହୁରି ମଧ୍ୟ କହିଛନ୍ତି କି, ୨୦ରୁ ୨୩ କଥା ସେ ଯେଉଁ ଉଲ୍ଲେଖ କରୁଛନ୍ତି ଯେ ମୁଁ ରାୟପୁରରେ ଥିଲି.. ମୁଁ କହିରଖୁଛି କି ମୁଁ ୨୧ ତାରିଖରେ କଣ୍ଟାବାଞ୍ଝିରେ ଥିଲି, ୨୨ ତାରିଖରେ ପାଟଣାଗଡରେ ଉଦବୋଧନ ଦେଇଛି । ୨୫ ତାରିଖ ଯାଏଁ ତାଙ୍କରି ନିର୍ବାଚନ ମଣ୍ଡଳୀରେ ରହିଥିଲି ।

ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ରାୟପୁର ଘର ବାବଦରେ ସାଂଘାତିକ ଅଭିଯୋଗ କରିଥିଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ତାଙ୍କ କହିବା ହେଲା ସେପ୍ଟେମ୍ବର ୨୦ ତାରିଖରେ ମମିତାଙ୍କୁ ରାୟପୁର ନେଇଥିଲେ ଗୋବିନ୍ଦ ସାହୁ । ଆଉ ସେଠାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଗୋବିନ୍ଦ ଓ ମମିତାଙ୍କ ଭିତରେ ବୁଝାମଣା କରିବାକୁ ଚେଷ୍ଟା କରିଥିଲେ। ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ କୁଲ ହୋମ ଆପାର୍ଟମେଣ୍ଟରେ ଏହି ବୁଝାମଣା କରିବାକୁ ଚେଷ୍ଟା କରଯାଇଥିଲା।

ରାୟପୁର ଯିବା ଲାଗି କଣ୍ଟାବାଞ୍ଜିରୁ ମହାଲିଙ୍ଗ ଯିବା ପାଇଁ ଝିଅକୁ ବସରେ ବସାଇଥିଲେ ମମିତାଙ୍କ ବାପା । ସେଠାରୁ ରାୟପୁରକୁ ନେଇଥିଲେ ଗୋବିନ୍ଦ ସାହୁ । ସେପ୍ଟେମ୍ବର ୨୩ ତାରିଖ ଯାଏଁ ୪ ଦିନ ସେଠାରେ ରହିଥିଲେ ବୋଲି କଂଗ୍ରେସ ବିଧାୟକ ସୂଚନା ଦେଇଛନ୍ତି । ୨୩ରେ ଫେରି ମମିତା କଂଟାବାଞ୍ଜି ଯାଇଥିଲେ । ଆଉ ବୁଝାମଣା ହୋଇନପାରିବାରୁ ଅକ୍ଟୋବର ୭ ତାରିଖରେ ମମିତାଙ୍କ ଆକାଉଂଟକୁ ୮ ହଜାର ଟଙ୍କା ପଠାଇଥିଲେ ଗୋବିନ୍ଦ । ପରଦିନ ଅର୍ଥାତ ୮ ତାରିଖରେ ମମିତାଙ୍କୁ ପୁଣି ଡକାଇ ଅତି ନିର୍ମମ ଭାବେ ହତ୍ୟା କରିଥିଲେ ଗୋବିନ୍ଦ ସାହୁ । ତେଣୁ ରାୟପୁରର କଲ ରେଜିଷ୍ଟରକୁ ସାମ୍ନାକୁ ଅଣାଯଉ ବୋଲି ଦାବି କରିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ।