ବିରୋଧୀଙ୍କ ଉପରେ ଗର୍ଜିଲେ ଗୃହରାଷ୍ଟ୍ରମନ୍ତ୍ରୀ : କହିଲେ, ବିଜେଡିକୁ ବଦନାମ କରିବାକୁ ଚେଷ୍ଟା କରାଯାଉଛି

ଉଦ୍ଦେଶ୍ୟ ରଖି ମୋ ପରିବାର ଓ ଅଂଚଳକୁ ଦିଆଯାଉଛି ଲାଂଛନା; ମୃତଦେହ ଉପରେ କରାଯାଉଛି ରାଜନୀତି

244

କନକ ବ୍ୟୁରୋ : ନିଜ ନିର୍ବାଚନ ମଣ୍ଡଳୀରେ ବୁଲୁଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ମମିତା ମେହେର ହତ୍ୟା ଘଟଣା ପରେ ପ୍ରଥମ ଥର ପାଇଁ ଗୋଲାମୁଣ୍ଡା ଯାଇଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ । ମୋ ପରିବାର ବିଜୁ ପରିବାର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମନ୍ତ୍ରୀ । ତେବେ ମମିତା ମେହେରଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିବା ସହ ଏହି ସମାବେଶରେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ।

ଖୋଲା ଖୋଲି ବିରୋଧୀ କଂଗ୍ରେସ ଓ ବିଜେପିକୁ ଚ୍ୟାଲେଂଜ କରିଛନ୍ତି ମନ୍ତ୍ରୀ । କହିଛନ୍ତି, ସେ କଲେଜ ଯାଇ ସେଠାରେ କ’ଣ କରନ୍ତି ସେଠାକାର ଲୋକେ କହିବେ, କଲେଜ ପିଲା କହିବେ । କିଏ ରାଉରକେଲାରେ ଅଛି , କିଏ ଭୁବନେଶ୍ୱର, ଆଉ କିଏ କେନ୍ଦ୍ରରେ ରହି ମହାଲିଙ୍ଗ କଲେଜରେ କଥା କହୁଛନ୍ତି । ଗୋଲାମୁଣ୍ଡାକୁ ତାଙ୍କ ପରିବାର ବୋଲି କହିଛନ୍ତି ମନ୍ତ୍ରୀ । ତାଙ୍କ ପରିବାରକୁ ଲାଂଛନା ଦିଆଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି ।