କନକ ବ୍ୟୁରୋ: ପୁରୀ ଏଏସଆଇଙ୍କ ବିରୋଧରେ ଆସିଥିବା ଦୁଷ୍କର୍ମ ଅଭିଯୋଗ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ପିପିଲି ଏସଡିପିଓ ଘଟଣାର ତଦନ୍ତ କରୁଛନ୍ତି । ଏସଡିିପିଓଙ୍କ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ପୀଡିତାଙ୍କ ବୟାନ ରେକର୍ଡ କରାଯାଇଛି ।

Advertisment

publive-image

ଘରୋଇ କଳହକୁ ନେଇ ହୋଇଥିବା ଏକ ମାମଲାର ସମାଧନ ପାଇଁ ଥାନାକୁ ଆସିଥିବା ଜଣେ ମହିଳାଙ୍କୁ ନିଜ ବାସଭବନକୁ ଡାକି ପୁରୀ ବଳଙ୍ଗା ଏଏସଆଇ ଚିତରଞ୍ଜନ ଦାସ୍ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏନେଇ ମହିଳା ଜଣଙ୍କ ପିପିଲି ଏସଡିପିଓଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହା ସହିତ ମହିଳା ଜଣଙ୍କୁ ସେ ବାରମ୍ବାର ମାନସିକ ଓ ଶାରିରୀକ ଭାବେ ନିର୍ଯାତନା ଦେଇ ଆସୁଥିବା ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ଅଭିଯୁକ୍ତ ଏଏସଆଇଙ୍କୁ ଅଟକ ରଖାଯାଇଛି ।