ବିଗ୍ ବସ୍ ଓଟିଟି: କିଏ ରିଆଲିଟି ସୋ’ର କୁଇନ୍ ଦିବ୍ୟା ଅଗ୍ରୱାଲ? ଜିତିଲେ ଓଟିଟି ଟାଇଟଲ

123
କନକ ବ୍ୟୁରୋ: ରିୟାଲିଟି ସୋ ବିଗ୍ ବିସ୍ ଓଟିଟି କୁ ମିଳିଯାଇଛି ୱିନର୍ । ଏହି ଟାଇଟଲ ଜିତିଛନ୍ତି ଦିବ୍ୟା ଅଗ୍ରୱାଲ ।ଏହି ଟାଇଟେଲ ଜିତିବା ପରେ ଆତ୍ମହରା ହୋଇପଡିଛନ୍ତି ଦିବ୍ୟା । ଓଟିଟିର ଫାଇନାଲ ରେସ୍ରେ ଦିବ୍ୟାଙ୍କ ସହ ପହଞ୍ଚଥିଲେ ୩ ଜଣ କଣ୍ଟେଷ୍ଟାଣ୍ଟ- ନିଶାନ୍ତ ଭଟ୍ଟ ଓ ସମିତା ସେଟ୍ଟି । ହେଲେ ଏହି ଦୁହିଁଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ଦିବ୍ୟା । ଆସନ୍ତୁ ଜାଣିବା ଦିବ୍ୟାଙ୍କ ବିଷୟରେ କିଛି ରୋଚକ ତଥ୍ୟ ।
ଏମ୍ ଟିଭିର ଡେଟିଙ୍ଗ ସୋ ସ୍ପ୍ଲିଟ୍ଭିଲ୍ଲାରୁ ନିଜ କରିଅର ଆରମ୍ଭ କରିଥିଲେ  ଦିବ୍ୟା । ଏହି ପ୍ରୋଗ୍ରାମରୁ ତାଙ୍କୁ ପ୍ରଥମେ ଗ୍ଲାମର ଦୁନିଆଁରେ ମିଳିଥିଲା ପରିଚୟ । ଏହାପରେ ଏସ୍ ଅଫ୍ ସ୍ପେସ୍ ରିଆଲିଟି ସୋରେ ଭାଗ ନେଇ ଟାଇଟଲ ଜିତିଥିଲେ । ଏହି ସୋରେ ଥିବାବେଳେ ପ୍ରିୟାଙ୍କ ଶର୍ମାଙ୍କ ସହ ତାଙ୍କର ଦେଖା ହୋଇଥିଲା, ଯାହା ପ୍ରେମ ସମ୍ପର୍କରେ ପରିଣତ ହୋଇଥିଲା । କିନ୍ତୁ ବିଗ୍ ବସ୍ ସୋରୁ ବାଦ ପଡିବା ପରେ ଦିବ୍ୟାଙ୍କ ସହ ବ୍ରେକଅପ୍ କରିଥିଲେ ପ୍ରିୟାଙ୍କ । ଦିବ୍ୟାଙ୍କ ନାଁରେ ମଧ୍ୟ ରହିଛି ମିସ୍ ନବି ମୁମ୍ବାଇର ଟାଇଟଲ । ଯୁବଗୋଷ୍ଠିଙ୍କ ମଧ୍ୟରେ ପପୁଲାର ଥିବା ଦିବ୍ୟା ଏକାଧାରରେ ଜଣେ ଅଭିନେତ୍ରୀ, ମଡେଲ ଓ କୋରିଓଗ୍ରାଫର । ବାସ୍ତବ ଜୀବନରେ ବି ଦିବ୍ୟା ବେଶ୍ ବୋଲ୍ଡ ଓ ଗାମରସ୍ । ଓଟିଟିରେ ତାଙ୍କ ଷ୍ଟାଇଲ ଓ ଫ୍ୟାସନ୍ ସମସ୍ତଙ୍କୁ ବେଶ ଆକୃଷ୍ଟ କରିପାରିଥିଲା ।